Tuesday, December 10, 2024
19.6 C
Odisha

    ଗୋଟିଏ ତକିଆକୁ ଅଧିକ ଦିନ ଯାଏ ବ୍ୟବହାର କରନ୍ତୁ ନାହିଁ, ନଚେତ୍ ଭୋଗିପାରନ୍ତି ଅନେକ ସମସ୍ୟା

    ଆଗକୁ ପଢନ୍ତୁ

    କ’ଣ ଆପଣଙ୍କୁ ବି ନିଜର ତକିଆ ବିନା ନିଦ ଆସୁନାହିଁ । ଯଦି ଆପଣଙ୍କର ଉତ୍ତର ହଁ ତେବେ ଏହି ସୂଚନା ଆପଣଙ୍କ ପାଇଁ । ଲମ୍ବା ସମୟ ଯାଏ ଗୋଟିଏ ତକିଆକୁ ବ୍ୟବହାର କରିବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଆଜ୍ଞା ହଁ ଯଦି ଆପଣଙ୍କୁ ଏହି କଥାରେ ବିଶ୍ବାସ ହେଉ ନାହିଁ ତେବେ ତଳେ ଲେଖା ହୋଇଥିବା ୫ଟି କାରଣକୁ ଭଲଭାବେ ପଢନ୍ତୁ ।

    • ଆପଣ ଯେଉଁ ତକିଆକୁ ସବୁ ଦିନ ବ୍ୟବହାର କରୁଛନ୍ତି ସେଥିରେ ବ୍ୟାକ୍ଟେରିଆ ରହିଥାନ୍ତି ଯାହା ଘରକୁ ଧୂଳି କଣା ଓ ପାଳିତ ପଶୁଙ୍କ ଜରିଆରେ ଆସି ଥାଏ । ଏବଂ ଆପଣଙ୍କୁ ପ୍ରତ୍ୟକ୍ଷ ରୂପରେ ପ୍ରଭାବିତ କରିଥାଏ ।

    • ଗୋଟିଏ ତକିଆକୁ ଲମ୍ବା ସମୟ ଯାଏ ବ୍ୟବହାର କରିବା ଦ୍ବାରା ତକିଆ ଚାପି ହୋଇଯାଇଥାଏ ଯାହା ଫଳରେ ଆପଣଙ୍କୁ ପୂର୍ବ ଭଳି ଶାନ୍ତି ମିଳି ନଥାଏ । ଅନେକ ସମୟରେ ଆପଣଙ୍କୁ ଏହି କାରଣ ପାଇଁ ଠିକରେ ନିଦ ଆସି ନଥାଏ ।

    • ତକିଆ ଦବି ଯିବା କାରଣରୁ ଆଉ ଅଲଗା ପ୍ରକାରର ସମସ୍ୟା ମଧ୍ୟ ଦେଖାଯାଇଥାଏ । ଯେମିତି ମୁଣ୍ଡର ତଳ ଭାଗରେ ଯନ୍ତ୍ରଣା ହେବା, ରକା ରହିଯିବା ଏବଂ ବେଳେବେଳେ ଅସହ୍ୟ ଯନ୍ତ୍ରଣାର କାରଣ ମଧ୍ୟ ହୋଇଥାଏ ।

    • ଲମ୍ବା ସମୟ ଯାଏ ଗୋଟିଏ ତକିଆ ବ୍ୟବହାର କରିବା ତକିଆର ଘନତ୍ବ କମି ଯାଇଥାଏ । ଯାହା କାରଣରୁ ଆପଣଙ୍କ ଶୋଇବାର ଦିଗ ମଧ୍ୟ ବଦିଳିଯାଏ ଯାହା ଦ୍ବାରା ଶରୀରରେ ଯନ୍ତ୍ରଣାର ସମସ୍ୟା ହୋଇଥାଏ । ଅନେକ ସମୟରେ ପିଠିରେ ଅସହ୍ୟ ଯନ୍ତ୍ରଣା ମଧ୍ୟ ଅନୁଭବ ହୋଇଥାଏ ।

    • ଯଦି ଆପଣଙ୍କ ରାତି କେବଳ କଡ ଲେଉଟାଇ ଲେଉଟାଇ ଯାଉଛି ଏବଂ ଶାନ୍ତିରେ ଶୋଇ ପାରୁ ନାହାଁନ୍ତି ତେବେ ଆପଣଙ୍କୁ ଖୁବ୍ ଜଲଦି ସେହି ପୁରୁଣା ତକିଆକୁ ଫୋପାଡି ଦେବାକୁ ପଡିବ ।
    ସାବଧାନ :

    • ତକିଆକୁ ସମୟ ସମୟରେ ବଦଳାନ୍ତୁ ।

    • ଓଦା କେଶରେ ଏବଂ କେଶରେ ତେଲ ଲଗାଇ ତକିଆରେ ମୁଣ୍ଡ ରଖି ଶୁଅନ୍ତୁ ନାହିଁ । ଏଥିରୁ ବ୍ୟାକ୍ଟେରିଆ ଜନ୍ମ ନେଇଥାଏ ।

    • ତକିଆରେ ସର୍ବଦା ଖୋଳ ପୂରାଇ ରଖନ୍ତୁ ଏବଂ ସମୟ ସମୟରେ ବଦଳାନ୍ତୁ ।

    • ତକିଆ ଯେମିତି ଟାଣ ନହୋଇଯାଉ ସେଥି ପ୍ରତି ଧ୍ୟାନ ଦିଅନ୍ତୁ ।

    • ଅଧିକ ନରମ ତକିଆକୁ ମଧ୍ୟ ବ୍ୟବହାର କରନ୍ତୁ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.6 ° C
    19.6 °
    19.6 °
    90 %
    0.8kmh
    100 %
    Tue
    27 °
    Wed
    25 °
    Thu
    26 °
    Fri
    26 °
    Sat
    26 °

    ସମ୍ବନ୍ଧିତ