Thursday, September 17, 2026
25.4 C
Odisha

    ଡଃ ନରୋତ୍ତମ ଦାସଙ୍କର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଭାବେ ପଦୋନ୍ନତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ଅବସ୍ଥାପିତ ବିଶିଷ୍ଟ ଓଡ଼ିଆ ଚିକିତ୍ସକ ଡଃ ନରୋତ୍ତମ ଦାସ ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଭାବେ ପଦୋନ୍ନତି ପାଇଛନ୍ତି। ଶ୍ରୀ ଦାସ ପୂର୍ବ ଦିଲ୍ଲୀସ୍ଥିତ ସ୍ବାମୀ ଦୟାନନ୍ଦ ସରକାରୀ ଡାକ୍ତରଖାନାରେ ତାଙ୍କର ନୂତନ ଦାୟିତ୍ବ ଗ୍ରହଣ କରିଛନ୍ତି। ଡଃ ଦାସ ଙ୍କର ପଦୋନ୍ନତି ଓ ନୂତନ ନିଯୁକ୍ତି ଫଳରେ ଏଠାକାର ପ୍ରବାସୀ ଓଡ଼ିଆ ମହଲରେ ଖୁସିର ଲହରୀ ଖେଳିଯାଇଛି। ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ମାନ୍ୟଗଣ୍ୟ ଓଡ଼ିଆ ଏବଂ ଡଃ ଦାସ ଙ୍କର ଶତାଧିକ ପ୍ରଶଂସକ ଓ ଶୁଭଚିନ୍ତକ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ।
    ଏହା ପୂର୍ବରୁ ଡଃ ଦାସ ନୂଆଦିଲ୍ଲୀସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ, ସଫଦରଜଙ୍ଗ ହସ୍ପିଟାଲ, ହିନ୍ଦୁ ରାଓ ହସ୍ପିଟାଲ, ସ୍ବାମୀ ଦୟାନନ୍ଦ ହସ୍ପିଟାଲ, ସାହାଦରା ସ୍ଥିତ ସିଭିଲ ହସ୍ପିଟାଲ ଆଦି ନାମଜାଦା ହସ୍ପିଟାଲରେ ଚିକିତ୍ସକ ଏବଂ ପ୍ରଶାସକ ଭାବରେ କାର୍ଯ୍ୟ କରି ବେଶ୍ ସୁନାମ ଅର୍ଜନ କରିଛନ୍ତି। ଡଃ ଦାସ ଜି.ଏଲ.ଏମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡଣ୍ଟ ପଦବୀରେ ଆସୀନ ଥିବା ସମୟରେ ସେଠାରେ ବହୁ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି। କୋଭିଡ୍ ମହାମାରୀ କାଳରେ ଡଃ ଦାସଙ୍କର ଉଲ୍ଲେଖନୀୟ ସେବା ଏବଂ ସ୍ଵାସ୍ଥ୍ୟଗତ ସୁପରିଚାଳନା ଯୋଗୁଁ ବହୁ ଦୁର୍ଲଭ ଜୀବନ ରକ୍ଷା କରାଯାଇ ପାରିଥିବାରୁ ଦିଲ୍ଲୀ ସରକାରଙ୍କ ତରଫରୁ ତାଙ୍କୁ ପୁରସ୍କୃତ କରାଯାଇଛି।
    ଡଃ ଦାସ ଦଶରଥପୁରର କଣ୍ଟାବଣିଆ ହାଇସ୍କୁଲ ଠାରେ ସ୍କୁଲ, ରେଭେନ୍ସା ମହାବିଦ୍ୟାଳୟରେ କଲେଜ ଏବଂ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମେଡିକାଲ କଲେଜରେ ଡାକ୍ତରୀ ଶିକ୍ଷା ପ୍ରାପ୍ତ କରିଛନ୍ତି। ଡଃ ଦାସ ଯାଜପୁର ଜିଲ୍ଲାର ଦଶରଥପୁର ନିବାସୀ ସୁନାମଧନ୍ୟ ଶିକ୍ଷକ ସ୍ୱର୍ଗତଃ ବ୍ରଜସୁନ୍ଦର ଦାସ ଏବଂ ହେମଲତା ଦାସଙ୍କର ସୁଯୋଗ୍ୟ ସନ୍ତାନ ଓ ଭଦ୍ରକ ନିବାସୀ ଶିକ୍ଷାବିତ ସ୍ୱର୍ଗତଃ ଜୟକୃଷ୍ଣ ମହାନ୍ତି ଏବଂ ଉର୍ମିଳା ମହାନ୍ତିଙ୍କର ଜ୍ୟେଷ୍ଠ ଜାମାତା ଅଟନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    85 %
    1.2kmh
    87 %
    Thu
    25 °
    Fri
    31 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ