Monday, March 30, 2026
36.2 C
Odisha

    କେଜ୍ରିୱାଲଙ୍କୁ ସପ୍ତମ ସମନ ଜାରି କରିବ ଇଡି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଥରେ ସମନ ଜାରି କରିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।ଇଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ଏକ ସ୍ଥାନୀୟ ଅଦାଲତ କେଜ୍ରିୱାଲଙ୍କୁ ପୂର୍ବରୁ ଜାରି କରାଯାଇଥିବା ନୋଟିସକୁ ଅମାନ୍ୟ କରିବା ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୫୫ ବର୍ଷୀୟ କେଜ୍ରିୱାଲ ସୋମବାର ଷଷ୍ଠ ଥର ପାଇଁ ଜାତୀୟ ତଦନ୍ତକାରୀ ଏଜେନ୍‌ସି (ଇଡି) ନିକଟରେ ହାଜର ହେବାକୁ ମନା କରିଦେଇଥିବା ବେଳେ ଆମ୍‌ ଆଦମୀ ପାର୍ଟି (ଆପ୍‌) କହିଛି ଯେ ଇଡି ଦଳର ରାଷ୍ଟ୍ରୀୟ ସଂଯୋଜକ ତଥା ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ସମନ ପଠାଇବା ପରିବର୍ତ୍ତେ ଅଦାଲତଙ୍କ ରାୟକୁ ଅପେକ୍ଷା କରିବା ଉଚିତ।

    ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ କେନ୍ଦ୍ରୀୟ ଏଜେନ୍‌ସି (ଇଡି)ର ସମନକୁ ଅମାନ୍ୟ କରିଥିବା ଅଭିଯୋଗରେ ଦିଲ୍ଲୀର ଏକ ଅଦାଲତ ଫେବ୍ରୁଆରି ୧୭ ତାରିଖରେ କେଜ୍ରିୱାଲଙ୍କୁ ଦିନତମାମ ବ୍ୟକ୍ତିଗତ ହାଜରରୁ ମୁକ୍ତି ଦେଇଥିଲେ। ଅଦାଲତ ଏହି ମାମଲାକୁ ମାର୍ଚ୍ଚ ୧୬ ତାରିଖକୁ ଧାର୍ଯ୍ୟ କରିଛନ୍ତି ଏବଂ କେଜ୍ରିୱାଲଙ୍କ ଓକିଲ ସେଦିନ ତାଙ୍କ ଶାରୀରିକ ହାଜର ହେବା ପାଇଁ କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.2 ° C
    36.2 °
    36.2 °
    23 %
    1.8kmh
    0 %
    Mon
    41 °
    Tue
    38 °
    Wed
    39 °
    Thu
    40 °
    Fri
    40 °

    ସମ୍ବନ୍ଧିତ