Sunday, October 11, 2026
25 C
Odisha

    ସହର ଉପକଣ୍ଠରେ ହାତୀପଲ: ବ୍ୟାପକ ଫସଲ ନଷ୍ଟ, ଲୋକେ ଆତଙ୍କିତ

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ଦୀର୍ଘ ଏକ ମାସ ହେଲା ହାତୀପଲ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ବ୍ୟାପକ ଫସଲ ନଷ୍ଟ କରିଚାଲିଛି ଶେଷରେ ଲୋକଙ୍କ ଘରଦ୍ୱାର ମଧ୍ୟ ଭାଙ୍ଗିବାରେ ଲାଗିଛି।ବାଧ୍ୟ ହୋଇ ଲୋକ ନିଜ ଭିଟାମାଟି ଛାଡ଼ୁଛନ୍ତି। ପ୍ରାପ୍ତ ସୂଚନାନୁସାରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ କୁରୁ୍ମିଙ୍ଗିଆ ଗାଁ ନିକଟରେ ଥିବା କାଡାମାହାରେ ମଙ୍ଗଳବାର ରାତି ଜଙ୍ଗଲୀ ହାତୀ ପୁଣିଥରେ ଘର ଦ୍ୱାର ସହ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ପ୍ରାୟ ଏକ ମାସରୁ ଊର୍ଦ୍ଧ୍ବ ହେବ ସେହି ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି।
    ରାତି ପ୍ରାୟ ୮ଟାରୁ ଭୋର ୫ ଘଣ୍ଟା ପର୍ଯ୍ୟନ୍ତ ୨୫ ଟିକିଆ ହାତୀପଲ କୁରୁମିଙ୍ଗିଆ, ବାରାକାଣ୍ଡି, ସାଲୁଙ୍ଗି, ରେଟୁଡ଼ି, ଗୁଟେଡ଼କୂପା, ଡଗରମୁଣ୍ଡା ଦେଇ କାଡ଼ାମାହା ଗ୍ରାମରେ ପହଞ୍ଚି ଘର ଦ୍ୱାର ଭଙ୍ଗା ରୁଜା ସହ ଫସଲ ହାନି କରିଛନ୍ତି। କାଡ଼ାମାହାର ମଳିନ୍ଦ୍ର ପ୍ରଧାନ, ଲକ୍ଷ୍ମୀ ପ୍ରଧାନ, ସରିତା ପ୍ରଧାନ, ଜନନୀ ପ୍ରଧାନ, ତାରା ପ୍ରଧାନ, ବିଷ୍ଣୁ ପ୍ରଧାନ, ରାଜେଶ ପ୍ରଧାନ, ରାନୁମା ପ୍ରଧାନ, ଲିଖା ପ୍ରଧାନ, ରାଜନ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ, ସିଧେଶ୍ୱର ପ୍ରଧାନ, ଜିଦାରାଣୀ ପ୍ରଧାନଙ୍କ ଫସଲ ବାଡ ଭିତରେ ପଶି ଚଣା, ଆମ୍ବ, ପଣସ, କଦଳୀ ଖାଇବା ସହ ବ୍ୟାପକ କ୍ଷୟ କ୍ଷତି କରି ଘର ଦ୍ୱାର ଭାଙ୍ଗିଦେଇଛନ୍ତି।
    କାଡ଼ାମାହାବାସୀଙ୍କ କହିବାନୁସାରେ ୨୫ ଟିକିଆଜଙ୍ଗଲୀ ହାତୀ ପଲ ସନ୍ଧ୍ୟା ହେଲେ ଗାଁ ଭିତରେ ପସି ଫସଲ ଖାଇ ଘର ଭାଙ୍ଗିବାର ଦୃଶ୍ୟ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। କାଡ଼ାମାହା ଗ୍ରାମବାସୀ ଭୟରେ ଘର ଦ୍ୱାର ଭିଟାମାଟି ଛାଡି ଅନ୍ୟତ୍ର ଚାଲି ଯାଉଥିବା ଦେଖିବାକୁ ମିଳିଛି। ହାତୀ ଆତଙ୍କ ଦେଖି ଲୋକେ ତାଙ୍କ ପିଲା ଛୁଆଙ୍କୁ ଧରି ଗାଁ ଛାଡ଼ି ଯାଉଛନ୍ତି। ଯଥା ଶୀଘ୍ର ଜଙ୍ଗଲୀ ହାତୀଙ୍କ ଉପଦ୍ରଵରୁ ରକ୍ଷା କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଗୁହାରୀ କରିଛନ୍ତି କାଡାମାହାବାସୀ।

    ଅନ୍ୟପକ୍ଷରେ କାଡାମାହାର ଏହି କ୍ଷତିଗ୍ରସ୍ତ ପରିବାର କ୍ଷତିପୂରଣ ମାଗୁଥିବା ବେଳେ ଏମାନଙ୍କ ପାଖରେ ନିଜ ଘର ଜମିର ସ୍ଥାୟୀ ପଟ୍ଟା ନାହିଁ ଯେଉଁ କାରଣରୁ ଏହି ପରିବାର କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇ ନିଜ ଭାଗ୍ୟକୁ ଆଦରି ପଡିରହିଛନ୍ତି। ତିନି ଦିନରେ ହାତୀପଲଙ୍କୁ ବିଭିନ୍ନ ଗ୍ରାମରେ ଲୋକ ଏକତ୍ରିତ ହୋଇ ଗହଳି କରି ହୋହାଲ୍ଲା କରି ନିଜ ଗାଁରୁ ହାତୀପଲଙ୍କୁ ଘଉଡାଇବା ଫଳରେ ହାତୀପଲ ଏ ଗାଁରୁ ସେ ଗାଁ ଘୁରି ବୁଲୁଛନ୍ତି। ବାଟବଣା ହୋଇ ଏଣେତେଣେ ବୁଲିବୁଲି ବ୍ୟାପକ କ୍ଷତି କରିବାରେ ଲାଗିଛନ୍ତି।ସ୍ଥାନୀୟ ଅଞ୍ଚଳର ଜଙ୍ଗଲମାନଙ୍କରେ ବର୍ତ୍ତମାନ ପ୍ରଚୁର ପରିମାଣର ପାଚିଲା ଆମ୍ବ ପଣସ ରହିଥିବା ସହ ପାଣି ସୁବିଧା ରହିଛି ଯାହାଫଳରେ ଖାଇବା ନିମନ୍ତେ ଖାଦ୍ୟ ଏବଂ ପାନୀୟ ସୁବିଧା ଦେଖି ଗଞ୍ଜାମ ଜିଲ୍ଲାର ଘୁମୁସର ବନଖଣ୍ଡକୁ ଫେରିବାର ନାଁ ଧରୁନାହାନ୍ତି।

    କିଛିଦିନ ଜଙ୍ଗଲ ଭିତରେ ରହିବା ପରେ ଗୁରୁବାର ହାତୀପଲ ଘୁ.ଉଦୟଗିରି ସହର ତଳି ଏକ ନଂ ୱାର୍ଡର ଦୁଗୁଡି, ପଦାସହି ଏବଂ ପିଡ଼ିକାମାହାରେ ପହଞ୍ଚି ସ୍ଥାନୀୟ ବାସିନ୍ଦାଙ୍କ କଦଳୀ ଗଛ ସବୁ ନଷ୍ଟ କରିଦେଇଥିବା ବେଳେ ପୋଖରୀରେ ପାଣି ପିଇ ଗାଧୋଇବା ଦେଖୁବାକୁ ମିଳିଛି। ସେହିଭଳି କଳିଙ୍ଗା ଘୁ.ଉଦୟଗିରି ମୁଖ୍ୟ ସଡ଼କ ର ଘୁ.ଉଦୟଗିରି ସହର ଶେଷରେ ଥିବା ନନ୍ଦଗିରି ପାଖ ସୁରାଦେଇ ପାହାଡ଼ରେ ବର୍ତ୍ତମାନ ହାତୀପଲ ଥିବା ଖବର ମିଳିଛି। ଗତମାସେ ତଳେ ପ୍ରଥମେ ୧୮ଟିକିଆ ହାତୀପଲ କୁରୁମିଙ୍ଗିଆ ଅଞ୍ଚଳକୁ ଆସି ଫସଲ ନଷ୍ଟ କରିଥିବା ବେଳେ କିଛିଦିନ ପରେ ଉତ୍ତର ଘୁମୁସର ବନଖଣ୍ଡକୁ ଫେରିଯାଇଥିଲେ ହେଲେ ପୁଣି ନିଜ ସାଙ୍ଗରେ ଆଉ ସାତଟି ହାତୀ ପଳେଇ ଆସିଛନ୍ତି ମୋଟ ୨୫ଗୋଟି ହାତୀପଲ ରହିଥିବା ସେଥିମଧ୍ୟରୁ ଦନ୍ତା ହାତୀ ୬ଗୋଟି, ମାଈ ହାତୀ ୧୩ଗୋଟି ଏବଂ ପିଲା ହାତୀ୬ଗୋଟି ରହିଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    78 %
    0kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ