Wednesday, October 14, 2026
23 C
Odisha

    ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଇଆରଏସଏସ ସେବା ଲୋକାର୍ପିତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପୁଲିସର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଲାଗି ରାଜ୍ୟ ସରକାର ଗୃହରକ୍ଷୀଙ୍କ ସଂଖ୍ୟା୨,୪୧୬ରୁ ୫ ହଜାରକୁ ବୃଦ୍ଧି କରାଯିବ। ବିଭାଗକୁ ପଦବୀ ବଢାଇ ନିଯୁକ୍ତି ପ୍ରକ୍ରିୟା ତ୍ଵରାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସେ ଏନେଇ ବଡ଼ ଘୋଷଣା କରିଛନ୍ତି।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶାରେ ଗୃହରକ୍ଷୀ ଭାଇମାନେ ଭଲ କାମ କରୁଛନ୍ତି। ସେମାନଙ୍କର ଆର୍ଥିକ ସହାୟତା ରାଶି ବି ବୃଦ୍ଧି କରାଯିବ।

    ଆଜି କମିଶନରେଟ ପୁଲିସ ପକ୍ଷରୁ ଇଆରଏସଏସ ସେବା ଲୋକାର୍ପଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି।  ଏଣେ ସ୍ବତନ୍ତ୍ର ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଫାୟାର ସେବା ଯୋଗାଇଦେବା ଲାଗି ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ (ଇଆରଏସଏସ)ର ଲୋକାର୍ପଣ କରିଛନ୍ତି। ଆଜି ଏହି ସେବା ପ୍ରଦାନକାରୀ ୩୦ଟି ଗାଡ଼ି ଚଳାଚଳର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କଟକ ଓ ଭୁବନେଶ୍ୱର କମିଶନରେଟ୍‌ ଅଞ୍ଚଳରେ ଏହି ସୁବିଧା ଉପଲବ୍ଧ ହେବ।

    ୨୦୧୯ ରେ ଲୋକଙ୍କ ସେବା ପାଇଁ ଜରୁରୀକାଳୀନ ପ୍ରଶମନ ସେବା ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଥିବା ବେଳେ ସେବେଠାରୁ ଏହି ଯୋଜନା ଜାରି ରହିଛି l ତେବେ ପୂର୍ବରୁ ୨୦୨୨ରେ ସମୁଦାୟ ବିଭାଗକୁ ୧୦୬ଟି ଗାଡ଼ି ଯୋଗାଇ ଦିଆଯାଇଥିବା ବେଳେ କମିଶନରେଟକୁ ୧୪ ଟି  ଦିଆଯାଇଥିଲା l ୨୨ ଟି ଭୁବନେଶ୍ୱର ପାଇଁ ୮ ଟି କଟକ ପାଇଁ  ରହିଥିଲା ବର୍ତ୍ତମାନ ଭୁବନେଶ୍ୱରରେ  ୪୪ କଟକ ରେ ୩୧ ଟି ଗାଡ଼ି ମୁତୟନ କରାଗଲା ଯାହାକି ୨୧ ଟି ପିସିଆରକୁ ପ୍ରତିସ୍ଥାପନ କରିବ l ଏହି ଗାଡ଼ିଗୁଡ଼ିକ କେବଳ ଗାଡ଼ି ନୁହେଁ, ନ୍ୟାୟ ଓ ଭୟମୁକ୍ତ ବାତାବରଣର ପ୍ରତୀକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ l ଆଗାମୀ ଦିନରେ ଏହି ଭ୍ୟାନଗୁଡ଼ିକର ସାଇରନ ଅପରାଧୀଙ୍କ ପାଇଁ ସାଜିବ ଭୟର କାରଣ l

    ଏଥିସହ ଗୃହ ବିଭାଗର ୧୦ ହଜାର ଖାଲି ପଦବୀ ପୂରଣ କରାଯିବ l ବର୍ତ୍ତମାନ ସୁଦ୍ଧା ଅଗ୍ନିସମ ବିଭାଗର  ୨୨ ପ୍ରତିଶତ ୯୪୧ ପଦବୀ ପୂରଣ କରଯାଇଛି , ମହିଳା ମାନଂକୁ ନିଯୁକ୍ତି କରଯାଇଛି l ଗୃହ ବିଭାଗରେ ଗୃହରକ୍ଷୀ ନିଯୁକ୍ତି ବନ୍ଦ କରିଥିଲେ ଗତ ସରକାର। ସେ ଫାଇଲ ଆମେ ଖୋଲିଛୁ। ୨୦୨୦ ଗୃହରକ୍ଷୀ ନିଯୁକ୍ତରେ କଟକଣା ହଟାଯାଇ ଖାଲି ଥିବା ୨୪୧୬ ଗୃହରକ୍ଷୀ ପଦବୀରକୁ ୫୦୦୦ ପର୍ୟ୍ୟନ୍ତ ବଢାଯିବ ଓ ସେମାନଙ୍କ ଲାଗି ବୃଦ୍ଧି ହେବ ଆର୍ଥିକ ସହାୟତା ରାଶି l ଏହା ସାଂଗକୁ ଆଗାମୀ ଦିନରେ ପୁଲିସର ଆତ୍ମବିଶ୍ବାସ ଓ ସେବାକୁ ବଢ଼ାଇବା ପାଇଁ ସବୁ ପ୍ରକାର ସରଞ୍ଜାମ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    93 %
    1.6kmh
    5 %
    Wed
    23 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ