Saturday, October 3, 2026
29.5 C
Odisha

    ଘରୁ ଲୁଟ୍ ଉଦ୍ୟମ ବେଳେ ଯାଜପୁରର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଛୁରାମାଡ଼ କଲେ ଦୁର୍ବୃତ୍ତ

    ଆଗକୁ ପଢନ୍ତୁ

    ଭଦ୍ରକ: ଘରେ ପଶି ଯାଜପୁରର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍ଓ) ରଘୁନାଥ ପାଢ଼ୀଙ୍କୁ ଛୁରାମାଡ଼ ହୋଇଥିବା ଜଣାଯାଇଛି। ଘରୁ ଲୁଟ୍ ଉଦ୍ୟମ ବେଳେ ଛୁରାମାଡ଼ ହୋଇଥିବାର ସୂଚନା ରହିଛି। ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି, ପରେ କଟକ ସ୍ଥାନାନ୍ତର କରାଯାଇଛି। ଲୁଟ ଉଦ୍ଦେଶ୍ୟରେ ଘରେ ପଶିଥିଲେ, ଛୁରାମାଡ଼ କରି ଫେରାର ହୋଇଗଲେ ଦୁର୍ବୃତ୍ତ। ପୂର୍ବରୁ ଦୁର୍ବୃତ୍ତମାନେ ମଧ୍ୟ ବାରମ୍ବାର ଚୋରି ଉଦ୍ୟମ କରୁଥିଲେ। ଭଦ୍ରକ ସହରର ଚାରିଘରିଆ ଅଞ୍ଚଳରେ ଲୁଟେରାଙ୍କ ଆତଙ୍କ ଦେଖିବା ପାଇଁ ମିଳିଛି। ଘରେ ପଶି ଯାଜପୁରର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରଘୁନାଥ ପାଢ଼ୀଙ୍କ ଘରୁ ଲୁଟ୍ ଉଦ୍ୟମ ଅସଫଳ ହେବାରୁ ତାଙ୍କୁ ଛୁରାମାଡ଼ କରିଛନ୍ତି ଦୁର୍ବୃତ୍ତ। ଭୋର ସମୟରେ ଏମିତି ଘଟଣା ଘଟିଛି। ଡାକ୍ତର ରଘୁନାଥ ପାଢ଼ୀଙ୍କ ଦେହରେ ୭ରୁ ଅଧିକ ସ୍ଥାନରେ ଆଘାତ ହୋଇଛି। ଯୋଗ କରିବା ପାଇଁ ସେ ଛାତକୁ ଯାଉଥିବା ବେଳେ ହଠାତ ଆକ୍ରମଣ କରିଥିଲେ ଲୁଟେରା। ତେବେ ପୂର୍ବରୁ ମଧ୍ୟ ବହୁଥର ଲୁଟ ହୋଇଛି। ଅକ୍ଟୋବର ମାସରେ ତାଙ୍କର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ବେଳେ ପୁଣି କିଛିଦିନ ତଳେ ଦାମୀ ଘଡ଼ି ମଧ୍ୟ ଚୋରି ହୋଇଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    57 %
    1.5kmh
    2 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ