Friday, April 3, 2026
29.7 C
Odisha

    ବିଜେପିରେ ଯୋଗଦେଲେ ପୂର୍ବତନ ଆଇଏଏସ୍ ଟପର୍‌ ହୃଷୀକେଶ ପଣ୍ଡା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ଆଇଏଏସ୍ ଟପର୍ ତଥା ବିଶିଷ୍ଟ ସାହିତ୍ୟିକ ଡ. ହୃଷୀକେଶ ପଣ୍ଡା ଆନୁଷ୍ଠାନିକଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କାଳିଦାସପୁର ଗାଁର ଅଧିବାସୀ ଡ.ପଣ୍ଡା ୧୯୭୯ବ୍ୟାଚର ଆଇଏଏସ୍ ଟପର୍ ଥିଲେ। ଭାରତୀୟ ପ୍ରଶାସନିକ ସେବାରେ ଡ.ପଣ୍ଡା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବିରେ ସଫଳତାର ସହ କାର୍ଯ୍ୟ କରିଆସିଥିଲେ ଏବଂ ୨୦୧୫ ମସିହାରେ ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟର ସଚିବଭାବେ ଅବସର ଗ୍ରହଣ କରିଥିଲେ।
    ପୂର୍ବରୁ କେନ୍ଦ୍ର ସରକାରଙ୍କ ପଂଚାୟତିରାଜ ସଚିବ ଭାବେ କାର୍ଯ୍ୟ କରିଥିବା ଡ.ପଣ୍ଡା କେନ୍ଦ୍ରକୁ ଯିବା ପୂର୍ବରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବି ଯଥା, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ, କେନ୍ଦ୍ରାଚଂଳ ଓ ଉତ୍ତରାଚଂଳ ଆୟୁକ୍ତ, ଶିଳ୍ପ ଉନ୍ନୟନ ବିଭାଗ ତଥା ଓମଫେଡ୍‌ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଭାବେ କାର୍ଯ୍ୟ କରି ଆସିଥିଲେ। ଡ.ପଣ୍ଡା ଜଣେ ସଚ୍ଚୋଟ ଓ ନିଷ୍ଠାପର ପ୍ରଶାସନିକ ଅଧିକାରୀଭାବେ ଓଡ଼ିଶାବାସୀଙ୍କ ମଧ୍ୟରେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ।
    ସେହିପରି ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଏୟାର ମାରସଲ୍ ଦିଲ୍ଲୀପ କୁମାର ପଟ୍ଟନାୟକ ଓ ରାଜ୍ୟ ସଭାର ପୂର୍ବତନ ଯୁଗ୍ମ ସଚିବ ଚୌଧୁରୀ ରମାକାନ୍ତ ଦାସ ମଧ୍ୟ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।

    ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱ ତଥା ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ଓ କଂଗ୍ରେସର ନେତାମାନେ ବିଜେପି ସାମିଲ ହେଉଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ସହିତ ସ୍ୱାଗତ କରିଥିଲେ।

    ଏହି ଅବସରରେ ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦ୍ଦେବ, ପୂର୍ବତନ ଡିଜି ଓ ବରିଷ୍ଠ ନେତା ପ୍ରକାଶ ମିଶ୍ର, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ସୁକେଶୀ ଓରାମ, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ସାଂସ୍କୃତିକ ପ୍ରକୋଷ୍ଠ ରାଜ୍ୟ ସଂଯୋଜିକା ପିଙ୍କି ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଶ୍ରୀତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    34 %
    2.3kmh
    77 %
    Fri
    30 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ