Saturday, September 26, 2026
24.5 C
Odisha

    ପ୍ରଚାର ପ୍ରସାର ଓ ବିଜ୍ଞାପନ ବାବଦରେ ଚଳିତ ଆର୍ଥିକ ବର୍ଷରେ ୧୯ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି: ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରଚାର ପ୍ରସାରରେ କେତେ ଖର୍ଚ୍ଚ କରିଛନ୍ତି ସରକାର। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ। ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ୨୦୨୩-୨୪ ଆର୍ଥିକ ବର୍ଷରେ ସରକାରୀ ଓ ବେସରକାରୀ ଯୋଜନାର ପ୍ରଚାର ପ୍ରସାର ଓ ବିଜ୍ଞାପନ ଖର୍ଚ୍ଚ ବାବଦକୁ ୭୪ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା। ତେବେ ଚଳିତ ଆର୍ଥିକ ବର୍ଷରେ ଜାନୁଆରୀ ଶେଷ ସୁଦ୍ଧା ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର। ନିର୍ବାଚନୀ ବର୍ଷ ହୋଇଥିବାରୁ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ଚଳିତ ବର୍ଷର ଖର୍ଚ୍ଚ ବଢ଼ିଛି।ଚଳିତ ବର୍ଷରେ ଜାନୁଆରୀ ଶେଷ ସୁଦ୍ଧା ୧୯ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର। ସରକାରୀ ଯୋଜନାର ପ୍ରଚାର ପ୍ରସାର ବାବଦକୁ ମୁଦ୍ରିତ ଗଣମାଧ୍ୟମକୁ ୧୭ କୋଟି ୪୩ ଲକ୍ଷ ଓ ବୈଦ୍ୟୁତିକ ଗଣମାଧ୍ୟମକୁ ମାତ୍ର ୩୧ ଲକ୍ଷ ଏବଂ ହୋର୍ଡିଙ୍ଗ ଓ ଆଉଟଡୋର ବ୍ରାଣ୍ଡିରେ ୧ କୋଟି ୯୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ସୂଚନା ଓ ଲୋକସମ୍ପର୍କ ବିଭାଗ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.5 ° C
    24.5 °
    24.5 °
    92 %
    1.8kmh
    16 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    29 °

    ସମ୍ବନ୍ଧିତ