Friday, November 14, 2025
16.7 C
Odisha

    କୋରାପୁଟ ଜିଲ୍ଲାରେ ଦୂଷିତ ପାଣି ପିଅନ୍ତି ୧୩୯୯ ଗାଁର ଲୋକେ

    ଆଗକୁ ପଢନ୍ତୁ

    କୋରାପୁଟ: ଜିଲ୍ଲାର ବହୁ ଅଂଚଳକୁ ପୁଣି ଫେରିଛି ଝାଡ଼ାବାନ୍ତି। ସଦର ବ୍ଳକ, ଦଶମନ୍ତପୁର, ବନ୍ଧୁଗାଁ, ବୈପାରୀଗୁଡା, ଲକ୍ଷ୍ମୀପୁର, ନାରାୟଣପାଟଣା, ବୋରିଗୁମ୍ମାରେ ଏହି ପରିସ୍ଥିତି ଲାଗି ରହିଛି। ଏହାର ମୁଖ୍ୟ କାରଣ ଦୂଷିତ ଜଳ ବୋଲି କୁହାଯାଉଛି। ଜିଲ୍ଲାରେ ରହିଛି ୨୦୪୨ଟି ଛୋଟବଡ଼ ଗାଁ। ସେଥିମଧ୍ୟରୁ କେବଳ ୬୪୩ ଗାଁରେ ବିଶୁଦ୍ଧ ପିଇବା ପାଣି ଉପଲବ୍ଧ । ବାକି ୧୩୯୯ ଗାଁ ଲୋକେ ଦୂଷିତ ପାଣି ପିଉଛନ୍ତି। ବିଶୁଦ୍ଧ ପାଣି ଯୋଗାଣ ହେଉ ନ ଥିବାରୁ ବାଧ୍ୟ ହୋଇ ଏହି ଗାଁର ଲୋକେ ଝରଣା ଓ ନୂଆ ପାଣି ପିଉଛନ୍ତି। ଏଥିଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଛି।

    ମିଳିଥିବା ସୂଚନା ମୁତାବକ,  ଜିଲ୍ଲାର ବୋରିଗୁମ୍ମା ବ୍ଳକର ୬୮ଟି ଗାଁରେ ୨୨୬୫ ନଳକୂଅ ରହିଛି। ୫୭ଟି ପାଇପ୍ ୱାଟର୍ ସପ୍ଲାଏ, ଯାହା ୬୨.୪୪ କିମି ରହିଛି ଏବଂ ୪୧୦୧୫ ଲୋକ ଉପକୃତ ହେଉଛନ୍ତି। ଜୟପୁର ବ୍ଳକର ୬୩ଟି ଗାଁରେ ୧୯୦୫ ନଳକୂଅ, ୫୧ଟି ପାଇପ୍ ୱାଟର ସପ୍ଲାଇ ଯାହା ୫୨.୪୩ କିମି ରହିଛି ଏବଂ ୩୦୯୧୨ ଲୋକ ଉପକୃତ ହେଉଛନ୍ତି। କୋଟପାଡ଼ ବ୍ଲକ୍ର ୩୩ଟି ଗାଁରେ ୧୦୫୭ ନଳକୂଅ, ୨୬.୮୦ କିମି ୨୩ଟି ପାଇପ୍ ୱାଟର ସପ୍ଲାଏ ରହିଛି। ୨୬୩୨୫ ଲୋକ ଉପକୃତ ହେଉଛନ୍ତି।

    ବୈପାରିଗୁଡ଼ା ବ୍ଳକର ୫୦ଟି ଗାଁରେ ୧୫୩୦ ନଳକୂଅ, ୩୮.୨୮ କିମି ୩୭ଟି ପାଇପ୍ ସପ୍ତାରୁ ୩୫୨୬୦ ଲୋକ, କୁନ୍ଦ୍ରା ବୃକ୍କ୍ର ୪୯ଟି ଗାଁରେ ୧୦୬୩ ନଳକୂଅ, ୩୪.୧୨ କିମି ୪୪ଟି ପାଇପୂରୁ ୧୮୮୦୯ ଲୋକ, ଲମତାପୁଟ ବ୍ଲକ୍ର ୩୮ଟି ଗାଁରେ ୮୨୦ ନଳକୂଅ, ୩୧.୮୭ କିମି ୩୭ଟି ପାଇପରୁ ୧୭୩୫୯ ଲୋକ। କୋରାପୁଟ ବ୍ଲକ୍ର ୪୫ଟି ଗାଁରେ ୧୦୩୭ ନଳକୂଅ, ୪୩,୩୨ କିମି ୪୮ଟି ପାଇପ୍‌ରୁ ୧୯୯୯୨ ଲୋକ, ନନ୍ଦପୁର ବ୍ଳକର ୫୧ଟି ଗାଁରେ ୧୨୦୯ ନଳକୂଅ, ୩୩.୩୨ କିମି ୪୯ଟି ପାଇପ୍‌ରୁ ୨୬୪୬୭ ଲୋକ, ପଟାଙ୍ଗୀ ବ୍ଲକ୍‌ର ୩୮ଟି ଗାଁରେ ୭୪୭ ନଳକୂଅ, ୫୨.୨୫ କିମି ୫୨ଟି ପାଇପୂରୁ ୧୯୯୭୦ ଲୋକ, ସେମିଳିଗୁଡ଼ା ବ୍ଳକ୍‌ର ୪୦ଟି ଗାଁରେ ୬୦୫ ନଳକୂଅ, ୩୩.୬୭ କିମି ୪୩ଟି ପାଇପୂରୁ ୨୨୬୭୪ ଲୋକ, ବନ୍ଧୁଗାଁ ବ୍ଲକ୍ର ୩୦ଟି ଗାଁରେ ୬୯୪ ନଳକୂଅ, ୨୪.୮୯ କିମି ୨୮ଟି ପାଇପୂରୁ ୧୭୧୮୦ ଲୋକ ଉପକୃତ ହେଉଛନ୍ତି।

    ଜିଲ୍ଲାର ୬୪୩ ଗାଁରେ ୧୫୨୧୫ ନଳକୂଅ କାର୍ଯ୍ୟକ୍ଷମ ହେଉଥିବା କୁହାଯାଉଛି। ଏକାଧିକ ଅଚଳ ହୋଇପଡ଼ିଛି। ଜିଲ୍ଲାର ମୋଟ ୩ ଲକ୍ଷ ୨୨ ହଜାର ୯୭୪ ଲୋକଙ୍କୁ ଛାଡ଼ିଦେଲେ ଅନ୍ୟମାନେ ବିଶୁଦ୍ଧ ପାଣି ପାଇଁ ହଇରାଣ ହେଉଛନ୍ତି । ଗତ ୬ବର୍ଷ ହେବ ମେଗା ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହେବା ପର ଠାରୁ ଆଉ ନୂଆ ନଳକୂଅ ଖନନ୍ ପାଇଁ ତତ୍କାଳୀନ ରାଜ୍ୟ ସରକାର ଅନୁମତି ଦେଇ ନଥିଲେ। ବଣପାହାଡ଼ ଘେରା ଆଦିବାସୀ ଅଧୁଷିତ ଅଞ୍ଚଳର ଲୋକେ କେବେ ବିଶୁଦ୍ଧ ପାନୀୟ ଜଳ ପାଇବେ ସେହିଦିନକୁ କେବଳ ଅପେକ୍ଷା। ଡବଲଇଂଜିନର ସରକାର ଏ ଦିଗରେ କଣ ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.7 ° C
    16.7 °
    16.7 °
    57 %
    1.4kmh
    0 %
    Fri
    17 °
    Sat
    25 °
    Sun
    25 °
    Mon
    26 °
    Tue
    26 °

    ସମ୍ବନ୍ଧିତ