Wednesday, October 7, 2026
23.2 C
Odisha

    ଜାହାଜରେ ନିଆଁ, ସହାୟତା ପାଇଁ ଜାହାଜ ପଠାଇଲା କୋଷ୍ଟଗାର୍ଡ

    ଆଗକୁ ପଢନ୍ତୁ

    ପଞ୍ଜିମ୍: ଗୋଆର ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରାୟ ୧୦୨ ନଟିକାଲ ମାଇଲ ଦୂରରେ ଯାଉଥିବା ଏକ କଣ୍ଟେନର ମାଲବାହୀ ଜାହାଜରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇ ଭାରତୀୟ ତଟରକ୍ଷୀ ବାହିନୀର ଏକ ଡୋର୍ନିଆର ବିମାନ ଓ ୨ଟି ଜାହାଜ- ସୁଜିତ ଓ ସମ୍ରାଟ୍ ସମୁଦ୍ରରେ ଲାଗିଥିବା ଏହି ନିଆଁ ଲିଭାଇବା ପାଇଁ ଗୋଆରୁ ଯାତ୍ରାରମ୍ଭ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, କୋଷ୍ଟଗାର୍ଡ ଜାହାଜଦ୍ବୟ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ଘଟଣାରେ କୌଣସି ଜୀବନହାନୀ ହେବା ସଂପର୍କରେ ସୂଚନା ମିଳିପାରିନାହିଁ । ଏହି ଘଟଣା ସଂପର୍କରେ ଭାରତୀୟ ତଟରକ୍ଷୀ ବାହିନୀର ମୁଖପାତ୍ର କହିଛନ୍ତି ଯେ ଏକ କଣ୍ଟେନର ଜାହାଜରେ ବଡ଼ ଧରଣର ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିବା ପରେ କୋଷ୍ଟାଗାର୍ଡ ଜାହାଜକୁ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ କରାଯାଇଥିଲା।

    କୋଷ୍ଟଗାର୍ଡ ସୂଚନା ଅନୁସାରେ କରଓ୍ବାରଠାରୁ ୫୦ ନଟିକାଲ ମାଇଲ ଦୂରରେ ଥିବା ଏମଭି ମର୍ସେକ୍ ଫ୍ରାଙ୍କଫର୍ଟର ଏହି ନିଆଁ ଲାଗିଛି । ନିଆଁ ଲିଭାଇବା ଓ ଉଦ୍ଧାର କାର୍ଯ୍ୟପାଇଁ କୋଷ୍ଟଗର୍ଡ ପକ୍ଷରୁ ଅତିରିକ୍ତ ଜାହାଜ ଓ ହେଲିକପ୍ଟର ସେଠାକୁ ପଠାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    89 %
    1.8kmh
    0 %
    Wed
    23 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ