Monday, February 24, 2025
32.3 C
Odisha

    ବିଭିନ୍ନ ଦଳୀୟ କାଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ

    ଆଗକୁ ପଢନ୍ତୁ

    ଶଙ୍ଖ ଭବନରେ ପାଳନ ହୋଇଯାଇଛି ୭୫ ତମ ସାଧାରଣତନ୍ତ୍ର ଦିବସ । ବିଜେଡି ପକ୍ଷରୁ ବରିଷ୍ଠ ନେତା ତଥା ଉପସଭାପତି ଦେବୀ ମିଶ୍ର ଜାତୀୟ ପତକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ଦଳର ସାଧାରଣ ସମ୍ବାଦକ ସଞ୍ଜୟ ଦାସ ବର୍ମା, ବିଧାୟକ ପ୍ରଫୁଲ ସାମଲ, ମୟେର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ମନମୋହନ ଦେଶ ଗଠନରେ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ କଥା ମନେପକାଇଥିଲେ । ସେହିପରି ବର୍ତ୍ତମାନ ସମୟରେ ଦେଶ କିପରି ଆଗକୁ ବଢ଼ିବ ଅଭିଭାଷଣ ଦେଇଥିଲେ ।କଂଗ୍ରେସ ଭବନରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କଂଗ୍ରେସ ଭବନରେ ଜାତୀୟ ପତକା ଉତ୍ତୋଳନ କରିଛନ୍ତି । ପତାକା ଉତ୍ତୋଳନ ବେଳେ ଦଳୀୟ ବିଧାୟକ, ନେତା ଓ କର୍ମୀ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.3 ° C
    32.3 °
    32.3 °
    13 %
    3.7kmh
    0 %
    Mon
    31 °
    Tue
    34 °
    Wed
    35 °
    Thu
    35 °
    Fri
    38 °

    ସମ୍ବନ୍ଧିତ