Sunday, September 27, 2026
29 C
Odisha

    ଜୀବିତ ରହିବାକୁ ଚାହୁଁଛ ଯଦି ବାଲୁଚିସ୍ତାନରୁ ପଳାଅ: ବିଏଲ୍‌ଏର ଚେତାବନୀ

    ଆଗକୁ ପଢନ୍ତୁ

    ଇସ୍‌ଲାମାବାଦ୍: ବାଲୁଚିସ୍ତାନରେ ପାକିସ୍ତାନୀ ସେନା ଏବଂ ପଞ୍ଜାବୀଙ୍କ ଉପରେ ଆକ୍ରମଣ ପରେ ବାଲୁଚ ଲିବରେସନ୍ ଆର୍ମି (ବିଏଲ୍ଏ) ବର୍ତ୍ତମାନ ଚୀନ୍‌କୁ ମଧ୍ୟ ଧମକ ଦେଇଛି। ବିଏଲ୍ଏ ଏକ ଭିଡିଓ ଜାରି କରିଛି। ଏଥିରେ ଜଣେ ବିଏଲ୍‌ଏ ସଦସ୍ୟ ଚୀନ୍ ଏବଂ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ ଏହି ଜମି କେବଳ ସେମାନଙ୍କର

    ଅଟେ। ଯଦି ଚୀନ୍ ନାଗରିକ ଏବଂ ପାକିସ୍ଥାନୀ ଏହି ଜମିରେ ରୁହନ୍ତି ତେବେ ସେମାନେ କ୍ଷତି ସହିବେ। ଏଭଳି ପରିସ୍ଥିତିରେ ଯଦି ଚୀନ୍ ଏବଂ ପାକିସ୍ତାନର ଲୋକମାନେ ଜୀବିତ ରହିବାକୁ ଚାହୁଁଛନ୍ତି ଏବଂ ମରିବାକୁ ଚାହୁଁନାହାନ୍ତି ତେବେ ସେମାନେ ବାଲୁଚିସ୍ତାନ ଛାଡିଦେବା ଉଚିତ୍। ଚୀନ୍-ପାକିସ୍ତାନକୁ ବିଏଲ୍ଏର ମାଜିଦ୍ ବ୍ରିଗେଡ୍ ଏହି ଧମକ ଦେଇଛି।

    ବାଲୁଚିସ୍ତାନରେ ବିଏଲ୍ଏ ରବିବାର ଏବଂ ସୋମବାର ଦିନ ସୁରକ୍ଷା ବାହିନୀ ଏବଂ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିଛି। ଆକ୍ରମଣ ପରେ ବାଲୁଚ ଲିବରେସନ୍ ଆର୍ମି କହିଛି ଯେ ସେମାନେ କିଛି ଘଣ୍ଟା ମଧ୍ୟରେ୧୦୦ରୁ ଅଧିକ ପାକିସ୍ତାନୀ ସୁରକ୍ଷା ବାହିନୀକୁ ହତ୍ୟା କରିଛନ୍ତି। ଆମେ କଣ କରିପାରିବୁ ତାହା କରି ଦେଖାଇଛୁ।

    ଏଭଳି ପରିସ୍ଥିତିରେ ପାକିସ୍ତାନ ଏଠାରେ ନିଜର ସାମରିକ ଉପସ୍ଥିତି ବୃଦ୍ଧି କରିବା ଏବଂ ପ୍ରତିଶୋଧ ନେବାକୁ ଚିନ୍ତା କରିବା ଉଚିତ୍ ନୁହେଁ। ଯଦି ପାକିସ୍ତାନ ଏବଂ ଚୀନ୍‌ର ଲୋକମାନେ ବାଲୁଚିସ୍ତାନରେ ରହନ୍ତି, ତେବେ ସେମାନଙ୍କୁ ପୁଣି ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ବିଏଲଏ ଚେତାବନୀ ଦେଇଛି। ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ଏବେ ହରଡ଼ଘଣାରେ ପଡ଼ିଛି। ବାଲୁଚ ଲିବରେସନ୍ ଆର୍ମି ଯୋଗୁ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି।ବିଏଲ୍ଏ ପକ୍ଷରୁ କୁହାଯାଇଛି ଯେ ଏହା ‘ଅପରେସନ୍ ହେରୋଫ୍’ କରିଥିଲା ​​ଏବଂ ବାଲୁଚିସ୍ତାନରେ ଏକ ସାମରିକ ଶିବିର ଏବଂ ସାମରିକ ପୋଷ୍ଟକୁ ଟାର୍ଗେଟ କରି ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୧୦୨ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିବା ନେଇ ବିଏଲଏ ନିଜକୁ ଦାୟୀ କରିଛି। ଏହି ଅପରେସନରେ ବିଏଲ୍ଏର ମାଜିଦ୍ ବ୍ରିଗେଡ୍‌ର ଆତ୍ମଘାତୀ ସ୍କ୍ବାଡ୍ ଆକ୍ରମଣ କରିଥିଲା। ମାଜିଦ୍ ବ୍ରିଗେଡ୍‌ର କାର୍ଯ୍ୟକଳାପରେ ବେଲା ଆର୍ମି କ୍ୟାମ୍ପର ବଡ଼ ଅଂଶ କବଜା କରିବା ଏବଂ ସାମରିକ କନଭୋରେ ଆକ୍ରମଣ ପାଇଁ ସମଗ୍ର ପ୍ରଦେଶରେ ଚେକପଏଣ୍ଟ ସ୍ଥାପନ କରାଯାଇଥିଲା।
    ବିଏଲ୍ଏ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ବେଲାସ୍ଥିତ ମୁଖ୍ୟ ସେନା ଶିବିର ଉପରେ ହୋଇଥିବା ଆକ୍ରମଣରେ ୪୦ରୁ ଅଧିକ ସୈନିକଙ୍କ ମୃତ୍ୟୁ ଘଟିଛି। ବିଏଲଏର ଆତ୍ମଘାତୀ ୟୁନିଟ୍ ଶିବିରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଉପରେ ନିୟନ୍ତ୍ରଣ ବଜାୟ ରଖିଛି। ବାଲୁଚ ଲିବରେସନ୍ ଆର୍ମି ବିବୃତିରେ କୁହାଯାଇଛି ଯେ ଫିଦାଇନ୍ ଅପରେସନ୍ ‘ହେରୋଫ୍’ ସମାପ୍ତ ହେବା ପରେ ସମସ୍ତ ଫିଦାଇନ୍ ସୁରକ୍ଷିତ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29 ° C
    29 °
    29 °
    71 %
    3kmh
    21 %
    Sun
    28 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ