Thursday, October 1, 2026
22.7 C
Odisha

    ବିମାନରେ ମାନବ ଚାଲାଣ ମାମଲା, ୩୦୩ ଭାରତୀୟଙ୍କୁ ଫ୍ରାନ୍ସ ଛାଡ଼ିବାକୁ ଅନୁମତି

    ଆଗକୁ ପଢନ୍ତୁ

    ପ୍ୟାରିସ: ପ୍ୟାରିସ୍ ଠାରୁ ୧୫୦ କିଲୋମିଟର ଦୂର ଭେଟ୍ରି ବିମାନବନ୍ଦରରେ ଫ୍ରାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅଟକ ରଖାଯାଇଥିବା ଏକ ବିମାନ ମାମଲାରେ ଶୁଣାଣି କରିବା ପରେ ଫ୍ରାନ୍ସର ବିଚାରପତି ସେଥିରେ ଥିବା ୩୦୩ ଭାରତୀୟଙ୍କୁ ଫ୍ରାନ୍ସ ଛାଡ଼ିବାକୁ ଅନୁମତି ଦେଇଛନ୍ତି । ଭାରତର ବୈଦେଶିକ ମନ୍ତ୍ରାଳୟ ସୁତ୍ରକୁ ଉଦ୍ଧାର କରି ନ୍ୟୁଜ୧୮ ଏକ ରିପୋର୍ଟ ପ୍ରକାଶ କରିଛି  ରୋମାନିଆର ଏହି ବିମାନଟି ନିକାରାଗୁଆ ଯାଉଥିବାବେଳେ ଫ୍ରାନ୍ସରେ ତାହାକୁ ଅଟକାଯାଇଥିଲେ । ଏହି ବିମାନରେ ମାନବ ଚାଲାଣ କରାଯାଉଥିବା ସଂଦେହ ହେବାପରେ ଏହା କରାଯାଇଥିଲା । ରବିବାର ୪ ଜଣ ବିଚାରପତି ଏହି ମାମଲାର ଶୁଣାଣି କରିଥିଲେ । ଫ୍ରାନ୍ସର ଲି ମୋଣ୍ଡେ ଖବରକାଗଜର ରିପୋର୍ଟ ଅନୁଯାୟୀ, ସୀମା ପୁଲିସ ଦ୍ୱାରା ଦିଆଯାଇଥିବା ଅଟକ ଆଦେଶକୁ ପ୍ରଥମେ ୮ ଦିନ ଏବଂ ଆବଶ୍ୟକ ପଡ଼ିଲେ ଆଉ ୮ ଦିନ ପାଇଁ ବୃଦ୍ଧି କରିବାର ଅଧିକାର ବିଚାରପତିଙ୍କ ପାଖରେ ରହିଥିଲା । ଯାତ୍ରୀମାନଙ୍କୁ ପଚରାଉଚରା କରିବା ପରେ ବିଚାରପତିମାନେ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଶୁଣାଣିରେ ଅନୁବାଦକମାନେ ବିଚାରପତିଙ୍କୁ ସହଯୋଗ କରୁଥିଲେ ।

    ଫ୍ରାନ୍ସ ଗଣମାଧ୍ୟମ ଅନୁଯାୟୀ, କିଛି ଯାତ୍ରୀ ହିନ୍ଦୀରେ ଏବଂ କିଛି ତାମିଲରେ କଥା ବାର୍ତ୍ତା କରୁଥିଲେ ଏବଂ ଟେଲିଫୋନ୍ ମାଧ୍ୟମରେ ସେମାନଙ୍କ ପରିବାର ସହ ଯୋଗାଯୋଗ କରିଥିବା ଅନୁମାନ କରାଯାଉଛି। ୧୦ ଜଣ ଯାତ୍ରୀ ଆଶ୍ରୟ ନେବାକୁ ଅନୁରୋଧ କରିଛନ୍ତି ବୋଲି ମାମଲା ସହ ଜଡ଼ିତ ଏକ ସୂତ୍ରରୁ ପ୍ରକାଶ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    35 %
    Thu
    30 °
    Fri
    30 °
    Sat
    30 °
    Sun
    31 °
    Mon
    31 °

    ସମ୍ବନ୍ଧିତ