Monday, September 28, 2026
22.5 C
Odisha

    କେବଳ ଥଣ୍ଡା ନୁହେଁ ଅନେକ ଭୟଙ୍କର ରୋଗରୁ ମୁକ୍ତି ଦେଇଥାଏ ଗ୍ରୀନ ପିଆଜ

    ଆଗକୁ ପଢନ୍ତୁ

    ସାଧାରଣତଃ ପିଆଜକୁ ସାଲାଡ଼ ଭାବେ ତ ଆପଣ ବହୁତ ଖାଇଥିବେ କିନ୍ତୁ କେବେ ଆପଣ ଗ୍ରୀନ ପିଆଜକୁ ନିଜ ଖାଦ୍ୟରେ ସାମିଲ କରିଛନ୍ତି କି ? ଯଦି ନା ତାହେଲେ ଏହି ପିଆଜର ସ୍ୱାସ୍ଥ୍ୟ ପ୍ରତି ଥିବା ଲାଭକାରୀ ଗୁଣ ବିଷୟରେ ଜାଣିବ ପରେ ଆପଣ ବୋଧହୁଏ ପ୍ରତିଦିନ ଏହାକୁ ନିଜ ଖାଦ୍ୟରେ ସାମିଲ କରିବେ। ତାହେଲେ ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟପ୍ରତି କଣ ରହିଛି ଗ୍ରୀନ ପିଆଜର ଫାଇଦା। ଗ୍ରୀନ ପିଆଜ ଖାଇବାର ଅନେକ ଫାଇଦା ରହିଥାଏ। ଏହା କୋଲେଷ୍ଟ୍ରଲକୁ କମ କରିବା ସହିତ ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ମଧ୍ୟ ଭରପୁର ରହିଥାଏ। ତେବେ ଆଣ୍ଟି ବ୍ୟାକ୍ଟେରିଆଲ ହୋଇଥିବା କାରଣରୁ ଏହାକୁ ଖାଇବା ଦ୍ୱାରା ପାଚନରେ ସୁଧାର ଆସିଥାଏ। ଗ୍ରୀନ ପିଆଜର କ୍ରୋମିୟମ ମଧ୍ୟ ରହିଥାଏ।

    ଗ୍ରୀନ ପିଆଜ ଖାଇବା ଦ୍ୱାରା ଇମ୍ୟୁନିଟି ପାୱାର ବଢିଥାଏ। ଗ୍ରୀନ ପିଆଜ ଚେହେରାରେ ଥିବା ଡ୍ରାଏନେସକୁ ଦୂର କରିଥାଏ ଏବଂ ଏହାକୁ ଖାଇବା ଦ୍ୱାରା ଆଖିର ଜ୍ୟୋତି ବୃଦ୍ଧି ପାଇଥାଏ କାରଣ ଏହା ମାକ୍ରୋନ୍ୟୁଟ୍ରିସନ ବୃଦ୍ଧି କରିଥାଏ।କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ପିଆଜ ବରଦାନ ସଦୃଶ ହୋଇଥାଏ। ମୁଣ୍ଡରେ ପିଆଜ ରସ ଲଗାଇବା ଦ୍ୱାରା ବାଳ ଝଡ଼ିବା ବନ୍ଦ ହୋଇଥାଏ। ଏହା ବ୍ୟତୀତ ପିଆଜ ରସ ଲଗାଇବା ଦ୍ୱାରା ଧଳା ଚୁଟି ମଧ୍ୟ ପୁଣିଥରେ କଳା ହେବାରେ ଲାଗିଥାଏ ।ହିଷ୍ଟ୍ରିୟା ରୋଗୀ ଯଦି ବେହୋସ ହୋଇଯହାନ୍ତି ତାହେଲେ ତାଙ୍କୁ ପିଆଜକୁ କୁଟୀ ଶୁଙ୍ଘାନ୍ତୁ। ଏହାଦ୍ୱାରା ରୋଗୀ ତୁରନ୍ତ ହୋସରେ ଆସିଯାଇଥାଏ। ଗ୍ରୀନ ପିଆଜରେ anti-inflammatory ଏବଂ anti-histamine ଗୁଣ ମଧ୍ୟ ରହିଥାଏ ଯେଉଁ କାରଣରୁ ଏହା ଶ୍ୱାସ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ।ପରିଶ୍ରା ହେବାରେ ସମସ୍ୟା ଦେଖାଗଲେ ଦୁଇ ଚାମଚ ପିଆଜ ରସ ସହିତ ଅଟା ମିଶାଇ ହାଲୱା ପ୍ରସ୍ତୁତ କରନ୍ତୁ। ଏବେ ସେହି ହାଲୱା ଅଳ୍ପ ଗରମ ଥିବା ସମୟରେ ଏହାକୁ ପେଟ ଉପରେ ଲେପ ଦେଲେ ପରିଶ୍ରା ଠିକଠାକ ହୋଇଥାଏ। ଏହା ବ୍ୟତୀତ ପିଆଜକୁ ପାଣିରେ ଫୁଟାଇ ସେହି ପାଣିକୁ ପିଇବା ଦ୍ୱାରା ମଧ୍ୟ ପରିଶ୍ରା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

    ଥଣ୍ଡା କିମ୍ବା ସର୍ଦ୍ଦି ହେବା ସମୟରେ ପିଆଜ ଖାଇବା ଦ୍ୱାରା ଆରାମ ମିଳିଥାଏ। ଆଣ୍ଠୁଗଣ୍ଠି ବାତ ପାଇଁ ମଧ୍ୟ ପିଆଜ ବହୁତ ଲାଭକାରୀ ହୋଇଥାଏ। ସୋରିଷତେଲ ଓ ପିଆଜରସ ମିଶାଇ ମାଲିସ କରିବା ଦ୍ୱାରା ଏଥିରୁ ଆରାମ ମିଳିଥାଏ।କେବଳ ସେତିକି ନୁହେଁ ଅନେକ ଶାରୀରିକ ସମସ୍ୟା ଯେପରିକି ମୋତିଆବିନ୍ଦୁ, ମୁଣ୍ଡବିନ୍ଧା, କାନ ଯନ୍ତ୍ରଣା ଏବଂ ସାପ କାମୁଡା ଭଳି ପରିସ୍ଥିତିରେ ମଧ୍ୟ ପିଆଜ ଔଷଧ ରୂପେ କାମ ଦେଇଥାଏ। ଶୀତଦିନେ ଗୋଇଠି ଫାଟରେ ମଧ୍ୟ ପିଆଜ ରସ ଲଗାଇବା ଦ୍ୱାରା ଏହା ଠିକ ହୋଇଯାଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.5 ° C
    22.5 °
    22.5 °
    91 %
    1.4kmh
    14 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ