Tuesday, June 3, 2025
28.1 C
Odisha

ମଙ୍କିପକ୍ସ ପାଇଁ ଗାଇଡଲାଇନ ଜାରି

ଆଗକୁ ପଢନ୍ତୁ

ଭୁବନେଶ୍ବର: ମଙ୍କିପକ୍ସ ପାଇଁ ଗାଇଡଲାଇନ ଜାରି କରାଯାଇଛି । ସବୁ ଜିଲ୍ଲା ପାଇଁ ଏହି ଗାଇଡଲାଇନ ଜାରି ହୋଇଛି । ବିମାନ ବନ୍ଦର,ପୋର୍ଟ କର୍ତ୍ତୃପକ୍ଷଙ୍କ ପାଇଁ ମଧ୍ୟ ଗାଇଡଲାଇନ ଜାରି କରାଯାଇଛି । ଭାରତରେ ମଙ୍କିପକ୍ସ ସଂଖ୍ୟା ବହୁତ କମ ଅଛି । ଯେଉଁମାନେ ଇଣ୍ଟରନ୍ୟାସନାଲ ଟ୍ରାଭେଲ କରୁଛନ୍ତି ଏବଂ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଆଇସୋଲେଟ କରି ସେମାନଙ୍କର ନମୁନା ପରୀକ୍ଷା ପାଇଁ କୁହାଯାଇଛି।

ସେମାନେ ଏନେଇ ସେଲ୍ଫ ଡିକ୍ଲାରେସନ ଫର୍ମ ଦେବେ । ଲକ୍ଷଣ ପ୍ରକାଶ ପାଇଲେ ସେମାନଙ୍କୁ ଆଇସୋଲେଟରେ ରଖା ଯିବ । ଏମ୍ସ ଭୁବେନେଶ୍ୱରରେ ଥିବା ଲବ୍ରୋଟେରିକୁ ପରୀକ୍ଷା ପାଇଁ ସେମାନଙ୍କ ନମୁନା ପଠାଯିବ । ଲକ୍ଷଣ ପ୍ରକାଶ ପାଇଥିବା ଲୋକ ଓଡିଶାକୁ ଆସିନାହାନ୍ତି । ତେବେ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଆଫ୍ରିକାରେ ମଙ୍କିପକ୍ସ ଦେଖାଦେଇଛି ତେଣୁ ସେଠୁ ଆସୁଥିବା ଯାତ୍ରୀଙ୍କ ପାଇଁ ସାବଧାନ ରହିବାକୁ କୁହାଯାଇଛି।
ଏଥିପାଇଁ ୨୧ ଦିନର ଆଇସୋଲେଟ ଆବଶ୍ୟକତା ରହିଛି । ସନ୍ଦେହ ହେଲେ ଆଇସୋଲେଟ କରାଯିବ । ନମୁନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଲେ ଛାଡି ଦିଆଯିବ ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ପ୍ରଦାନ କରିଛନ୍ତି।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
28.1 ° C
28.1 °
28.1 °
58 %
2kmh
97 %
Tue
36 °
Wed
38 °
Thu
39 °
Fri
39 °
Sat
40 °

ସମ୍ବନ୍ଧିତ