Saturday, July 27, 2024
24.8 C
Odisha

    ଛାତ୍ରୀଙ୍କୁ ଧରି ଫେରାର ମାରିଥିଲେ ଶିକ୍ଷକ, ଗାଁ ଲୋକଙ୍କ ଦ୍ୱାରା କାବୁ ହୋଇ ଖୁଣ୍ଟିରେ ବନ୍ଧା ହେଲେ

    ଆଗକୁ ପଢନ୍ତୁ

    ଛାତ୍ରଛାତୀ ଓ ଶିକ୍ଷକଙ୍କ ସମ୍ପର୍କ ବହୁ ଉଚ୍ଚରେ । ଶିକ୍ଷକଙ୍କୁ ଭଗବାନଙ୍କ ଭଳି ସମ୍ମାନ କରାଯାଏ କାରଣ ସେମାନେ ପିଲାମାନଙ୍କ ଭବିଷ୍ୟତ ଗଢ଼ନ୍ତି । କିନ୍ତୁ ଏହି ଶିକ୍ଷକମାନେ ଯଦି ପାଠ ପଢ଼ାଇବା ବଦଳରେ ଅନୈତିକ କାର୍ଯ୍ୟରେ ଲିପ୍ତ ରହିବେ ତେବେ କିଏ ବା କଣ କହିିବ । ତେବେ ଜଣେ ଶିକ୍ଷକ ଏଭଳି କିଛି କରିଥିଲେ ଯାହା ପରେ ସ୍ଥାନୀୟ ଲୋକ ତାଙ୍କୁ ଉଚିତ ଶିକ୍ଷା ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ବି.ବ୍ରହ୍ମପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଗାଁରେ ଥିବା ଏକ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଶିକ୍ଷକ ନୀଳାମ୍ବର ଦାଶ ଗତ ଶନିବାର ଦିନ ଠାରୁ ଧରି ଫେରାର ହୋଇଯାଇଥିଲା । ତେବେ ଛାତ୍ରୀ ଜଣକ ନିଜ ଘରକୁ ଫେରିବା ପରେ ଉକ୍ତ ଶିକ୍ଷକ ବିଦ୍ୟାଳୟକୁ ଆସିବା ପରେ ଉତ୍ୟକ୍ତ ଲୋକେ କାବୁ କରିଥିଲେ । ଆଉ ସ୍ଥାନୀୟ ଲୋକେ ଶିକ୍ଷକ ନୀଳାମ୍ବରକୁ ଗାଁରେ ଥିବା ଏକ ଖୁଣ୍ଟରେ ବାନ୍ଧିଦେଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଯୁବକକୁ ବହୁ ସମୟ ଧରି ଏପରି ବାନ୍ଧି ରଖାଯାଇଥିଲା । ସମ୍ପୃକ୍ତ ଘଟଣାର ଖବର ପାଇବା ପରେ ଶେରଗଡ ପୋଲିସ ଗାଁରେ ପହଞ୍ଚି ଶିକ୍ଷକକୁ ଉଦ୍ଧାର କରିଥିଲା । ଏବେ ଘଟଣାର ତଦନ୍ତ ଆରମ୍ଭ ହୋଛି । ଏହି ଘଟଣା ଏବେ ସାରା ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ଶିକ୍ଷକଙ୍କ ଉପରେ ଭରଷା କରି ବାପା ମା’ ମାନେ ସ୍କୁଲକୁ ପାଠ ପଢ଼ାଇବା ପଠାନ୍ତି । କିନ୍ତୁ ସ୍କୁଲ ଶିକ୍ଷକମାନେ ଯଦି ଏପରି ଛାତ୍ରୀଙ୍କୁ ନେଇ ଫେରାର ହେବେ ତେବେ ବାପାଙ୍କର ଶିକ୍ଷକ ଓ ସ୍କୁଲ ଉପରୁ ବିଶ୍ୱାସ ଉଠିଯିବ । ସେମାନେ ନିଜ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସ୍କୁଲକୁ ପଠାଇବାକୁ ଭୟ କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ