Friday, September 18, 2026
30.3 C
Odisha

    ଚା’ ପିଇବା ସମୟରେ ଧ୍ୟାନ ଦିଅନ୍ତୁ ଏହି ସବୁ କଥା, ନଚେତ ସ୍ୱାସ୍ଥ୍ୟ ଉପରେ ପଡିପାରେ ଖରାପ ପ୍ରଭାବ

    ଆଗକୁ ପଢନ୍ତୁ

    ଲୋକମାନଙ୍କ ବର୍ତ୍ତମାନର ଲାଇଫ୍‌ ଷ୍ଟାଇଲ୍‌ରେ ସେମାନେ ବିଭିନ୍ନ ପ୍ରକାରର ନୂଆ ନୂଆ ଖାଦ୍ୟ ଖାଇବା ଏବଂ ପିଇବା ପାଇଁ ପସନ୍ଦ କରନ୍ତି । ତେବେ ସେହି ସବୁ ଜିନିଷ ମଧ୍ୟରେ ଚା’ ଏକ ବିଶେଷ ପାନୀୟ ପଦାର୍ଥ ହୋଇଥାଏ । ତେବେ ଚା’ ଏକ ଏପରି ଜିନିଷ ଯାହାକୁ ପିଇବା ପାଇଁ ସବୁ ଲୋକ ବହୁତ ଲଭ ପାଆନ୍ତି । ଲୋକମାନେ ସବୁ ସମୟରେ ଚା’ ପିଇବା ପାଇଁ ପସନ୍ଦ କରିଥାନ୍ତି, କିନ୍ତୁ ଖାସ୍‌ ଭାବେ ଶୀତ ଦିନେ ଚା’ ପିଇବା ପାଇଁ ଲୋକମାନେ ଭଲ ପାଇଥାନ୍ତି । ଚା’ ଏକ ଏପରି ଜିନିଷ ଯାହା ଲୋକମାନେ ସକାଳୁ ଉଠିବା ମାତ୍ରେ ତାଙ୍କୁ ଦରକାର ହୋଇଥାଏ । ତେବେ କିଛି ଲୋକ ତ ଏପରି ଅଛନ୍ତି ଯେଉଁମାନଙ୍କ ଦିନର ଆରମ୍ଭ ସକାଳର ଚା’ରୁ ହିଁ ହୋଇଥାଏ ।

    ସେହିପରି ସକାଳୁ ଉଠି ଲୋକଙ୍କ ମଧ୍ୟରେ ଚା’ ପିଇବାର ଅଭ୍ୟାସ ରହିଥାଏ । ଏପରି ମଧ୍ୟ ଲୋକଙ୍କୁ ଚା’ ବିନା ପୂରା ଦିନ ଭଲ ଲାଗିନଥାଏ । ହେଲେ ବେଳେବେଳେ ଲୋକମାନଙ୍କୁ ଚା’ ପିଇବା ବହୁତ ଭାରି ପଡିପାରେ । ସେଥିପାଇଁ ଚା’ ପିଇବା ସମୟରେ କିଛି ଖାସ୍‌ କଥାର ଧ୍ୟାନ ଦେବା ଉଚିତ । ନଚେତ ବିଭିନ୍ନ ପ୍ରକାରର ରୋଗ ଆପଣଙ୍କୁ ହୋଇପାରେ । ସେଥିପାଇଁ ଆମେ ଆଜି ଆପଣଙ୍କୁ କିଛି ବିଶେଷ କଥା ବିଷୟରେ ଜଣାଇବୁ ଯାହାକୁ ଆପଣ ଚା’ପିଇବା ସମୟରେ ଧ୍ୟାନ ଦେବାକୁ ପଡିବା । ଯଦି ଆପଣ ଏହି ସବୁ କଥାର ଧ୍ୟାନ ଦେଉଛନ୍ତି, ତାହେଲେ ଆପଣ ଅନେକ ପ୍ରକାରର ରୋଗର ବଞ୍ଚି ପାରିବେ । ଅନେକ ଲୋକ ଅଛନ୍ତି ସକାଳୁ ଉଠିବା ମାତ୍ରେ ଚା’ ପିଇଥାନ୍ତି, କିନ୍ତୁ ଆପଣ ଏହି କଥାରେ ଧ୍ୟାନ ଦେବା ଉଚିତ ଯେ ଖାଲି ପେଟରେ କେବେ ହେଲେ ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ ଠିକ୍‌ ନୁହେଁ । ଯଦି ଆପଣ ଏପରି କରୁଛନ୍ତି ତାହେଲେ ଆପଣଙ୍କ ଦେହ ବହୁତ ଖରାପ ଲାଗିବା ସହ ପୂରା ଦିନ ପେଟ ଜଲିବା ସହ ଏସିଡିଟି ମଧ୍ୟ ହୋଇପାରେ ।

    ଏହା ସହ ଆପଣଙ୍କୁ ଯେକୌଣସି ଖାଇବା ଏବଂ ପିଇବା ଜିନିଷ ସହିତ ଚା’ ପିଇବା ଉଚିତ କଥା ନୁହେଁ । ସେଥିପାଇଁ ଆପଣଙ୍କୁ ଚା’ ପିଇବା ପୂର୍ବରୁ କିମ୍ବା ପରେ ଯେକୌଣସି ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ଠିକ୍‌ ହୋଇଥାଏ । ଯଦି ଆପଣ ଏହି ସବୁ କଥାର ଧ୍ୟାନ ନ ରଖିବେ ତାହେଲେ ଆପଣଙ୍କୁ ପୂରା ଦିନ ମୁଣ୍ଡ ବିନ୍ଧା ହୋଇପାରେ ।

    ଆପଣମାନେ ତ ଜାଣିଥିବେ ଯେ ପ୍ଲାଷ୍ଟକ୍‌ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ହୋଇଥାଏ । ସେଥିପାଇଁ ଆପଣଙ୍କୁ ପ୍ଲାଷ୍ଟିକ୍‌ କପ୍‌ରେ କେବେ ହେଲେ ଚା’ ପିଇବା କଥା ନୁହେଁ । ଯଦି ଆପଣ ଏପରି କରୁଛନ୍ତି ତାହେଲେ ଆପଣଙ୍କୁ ଅନେକ ରୋଗର ସାମ୍ନା କରିବାକୁ ପଡିପାରେ ଏବଂ ବିଭିନ୍ନ ରୋଗ ମଧ୍ୟ ହୋଇପାରେ । ଅନେକ ଲୋକ ଅଛନ୍ତି ଯେଉଁମାନେ ଚା’ ସହିତ ଲେମ୍ବୁ ମିଶାଇ ପିଇବା ପାଇଁ ପସନ୍ଦ କରନ୍ତି । କିନ୍ତୁ ଆପଣ ଏପରି କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଠିକ୍‌ ହୋଇନଥାଏ । ଯଦି ଆପଣ ଏପରି କରୁଛନ୍ତି ତାହେଲେ ଆପଣଙ୍କୁ ଏସିଡିଟି ଭଳି ସମସ୍ୟା ମଧ୍ୟ ହୋଇପାରେ । ସେଥିପାଇଁ ଆପଣ ଏପରି କରନ୍ତୁ ନାହିଁ । ଚା’ ପିଇବା ସମୟରେ ଆପଣଙ୍କ କେବେ ହେଲେ କୌଣସି ପ୍ରକାରର ଥଣ୍ଡା ଜିନିଷ କିମ୍ବା ଥଣ୍ଡା ପାଣି ପିଇବା କଥା ନୁହେଁ । ଏପରି କରିବା ଦ୍ୱାରା ଆପଣଙ୍କ ପେଟ ଏବଂ ହଜମ ଶକ୍ତି ଉପରେ ଏହାର ପ୍ରଭାବ ପଡିପାରେ । ଯାହା ଦ୍ୱାରା ଏସିଡିଟି ଏବଂ ଗ୍ୟାସ୍‌ ସମସ୍ୟା ହୋଇପାରେ । ସେଥିପାଇଁ ଆପଣଙ୍କୁ ଚା’ ପିଇବା ସମୟରେ ଏହି ସବୁ କଥାର ବିଶେଷ ଧ୍ୟାନ ଦେବା ଉଚିତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.3 ° C
    30.3 °
    30.3 °
    68 %
    2kmh
    40 %
    Fri
    30 °
    Sat
    30 °
    Sun
    31 °
    Mon
    31 °
    Tue
    31 °

    ସମ୍ବନ୍ଧିତ