Thursday, September 10, 2026
24.5 C
Odisha

    ପୁଣି ଏକ ଲଘୁଚାପ ସମ୍ଭାବନା: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ବର୍ଷା ଜାରି ରହିଥିବା ‌ବେଳେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ନେଇ ଆଭାସ ମିଳୁଛି। ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଦ୍ବାରା ବର୍ଷାର ପରିମାଣ ବଢ଼ିବାର ଆଶଙ୍କା ଦେଖାଯାଉଛି। ଅଗଷ୍ଟ ୨୮ରୁ ୩୧ ତାରିଖ ଯାଏଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗ ୨୮ ତାରିଖ ସକାଳ ସାଢ଼େ ୮ଟାରୁ ପରବର୍ତ୍ତୀ ୨୪ ଘଣ୍ଟା ପାଇଁ କେନ୍ଦୁଝର, ମୟୂରଭଂଜ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଂଜାମ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେହିପରି ୨୯ ତାରିଖ ସକାଳ ସାଢ଼େ ୮ଟାରୁ ପରବର୍ତ୍ତୀ୨୪ ଘଣ୍ଟା ପାଇଁ ମାଲକାନଗିରି, କୋରାପୁଟ, ନବରଂଗପୁର ଓ ରାୟଗଡ଼ା ଜିଲ୍ଲ‌ାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.5 ° C
    24.5 °
    24.5 °
    93 %
    1.4kmh
    100 %
    Thu
    26 °
    Fri
    26 °
    Sat
    29 °
    Sun
    27 °
    Mon
    30 °

    ସମ୍ବନ୍ଧିତ