Monday, March 23, 2026
32.9 C
Odisha

    ମାଲକାନଗିରିରେ ସର୍ବାଧିକ ବର୍ଷା ରେକର୍ଡ଼ ୨୫୩ ମିମି

    ଆଗକୁ ପଢନ୍ତୁ

    ମାଲକାନଗିରି: ଗତକାଲି ଠାରୁ ହୋଇଥିବା ବର୍ଷାରେ ମାଲକାନଗିରିରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି।ମାଲକାନଗିରି ବ୍ଲକରେ ୨୫୩ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଖଇରପୁଟ ବ୍ଲକରେ ୨୧୭ ମିଲିମିଟର,ଚିତ୍ରକୋଣ୍ଡା ବ୍ଲକରେ ୨୨୫ ମିଲିମିଟର,କୋରକୋଣ୍ଡା ବ୍ଲକରେ ୨୦୦ ମିଲିମିଟର,ମାଥିଲି ବ୍ଲକରେ ୧୫୦ ମିଲିମିଟର,କାଲିମେଳାରେ ୧୨୭ ମିଲିମିଟର,ପଡିଆ ବ୍ଲକରେ ୯୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।ଜିଲ୍ଲାରେ ସର୍ବମୋଟ ୧୨୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।ଜିଲ୍ଲାରେ ବନ୍ୟା ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଟିମରେ ଅଗ୍ନିଶମ ଓ ହୋମଗାର୍ଡର ଡିଜି ସୁଧାଂଷୁ ଷଡଙ୍ଗୀ, ଏସଏସଇପିଡିର ପ୍ରିନସପାଲ ସେକ୍ରେଟାରୀ ବିଷ୍ଣୁପଦ ସେଠୀ,ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା ପ୍ରମୁଖ ରହିଛନ୍ତି।

    ଏହି ଅଧିକାରୀମାନେ ଜିଲ୍ଲା ପ୍ରଶାସନକୁ ବନ୍ୟା ସ୍ଥିତିକୁ ସୁଧାରିବା ପାଇଁ ସହଯୋଗ କରିବେ। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୪ଟି ଆଶ୍ରୟସ୍ଥଳୀ କରାଯାଇଛି। ଜିଲ୍ଲାର ୫୪୮ଟି ପରିବାରର ୧୭୬୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୧୦୨୨ ଜଣ,ମହିଳାଙ୍କ ସଂଖ୍ୟା ୬୦୨ ଜଣ,ଶିଶୁଙ୍କ ସଂଖ୍ୟା ୧୪୩ ଜଣ ବୋଲି ଜଣାପଡିଛି।ସମସ୍ତ ୧୪ଟି ଅସ୍ଥାୟୀ ଆଶ୍ରୟସ୍ଥଳିରେ ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି।ଗତକାଲି ରାତିରେ କାମ କରୁଥିବା ୩ ଜଣ ଶ୍ରମିକ ଏମଭି-୩୯ର ଏକ ଘର ଉପରେ ଫସି ରହିଥିଲେ।ତୁରନ୍ତ ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଥିଲେ।

    ଜିଲ୍ଲାରେ ବିଶେଷକରି ମୋଟୁ, ଏମପିଭି-୧୬,ବଦଲି,ଏମଭି-୭,ଏମଭି-୩,ମାଲକାନଗିରି ପୌର ପରିଷଦର ୩,୬ ଏବଂ ୮ ନମ୍ବର ୱାର୍ଡ, ଉଣ୍ଡୁରୁକୋଣ୍ଡା, ଏମଭି-୫୭, ବଣ୍ଡାଘାଟି, ଚିତ୍ରକୋଣ୍ଡା ଭଳି ଅଂଚଳ ପ୍ରଭାବିତ ହୋଇଛି। କ୍ଷୟକ୍ଷତି ଆକଳନ କରାଯାଇ ଆସନ୍ତା ୭ ଦିନ ମଧ୍ୟରେ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଛି। ସେହିପରି ବନ୍ୟା ପ୍ରଭାବିତ ଅଂଚଳରେ କେତେ ପରିମାଣର ଚାଷ ଜମି ନଷ୍ଟ ହୋଇଛି ତାହା ମଧ୍ୟ ଆସନ୍ତା ୭ ଦିନ ମଧ୍ୟରେ ତଦନ୍ତ କରାଯାଇ ଅନୁକମ୍ପା ପ୍ରଦାନ କରାଯିବ।

    ପ୍ରଶାସନ ରିପୋର୍ଟ ଅନୁଯାୟୀ ୧୧ଟି କଚ୍ଚା ଘର ଭାଙ୍ଗିଥିବା କୁହାଯାଉଥିବା ବେଳେ ଏହା ୫୦ରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଇଛି। ମାଲକାନଗିରି ଜିଲ୍ଲା ବନ୍ୟା ପ୍ରଭାବିତ ଅଂଚଳରେ ୬ଟି ଓଡ୍ରାଫ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ପ୍ରତ୍ୟେକ ବ୍ଲକରେ ୫ଟି ଟିମ ଲେଖାଏଁ ଅଗ୍ନିଶମ କର୍ମଚାରୀ ରହିଛନ୍ତି।ସମସ୍ତ ବନ୍ୟା ଅଂଚଳରେ ପୁଲିସର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜାତୀୟ ରାଜପଥ ଉପରେ ପାଣି ପ୍ରବାହିତ ହେଉଥିବାରୁ କୌଣସି ଯାନବାହାନକୁ ଛଡାଯାଉ ନାହିଁ।ଅଗ୍ନିଶମ କର୍ମଚାରୀ ବୋଟ ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀରେ ପହଞ୍ଚାଉଛନ୍ତି। ପ୍ରଶାସନ ତରଫରୁ ସମସ୍ତ ଅଧିକାରୀ୍ଙ୍କୁ ଆଲର୍ଟ ରହିବାକୁ ନିର୍ଦେଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.9 ° C
    32.9 °
    32.9 °
    18 %
    2.4kmh
    0 %
    Mon
    33 °
    Tue
    36 °
    Wed
    38 °
    Thu
    38 °
    Fri
    39 °

    ସମ୍ବନ୍ଧିତ