Friday, December 13, 2024
15.2 C
Odisha

    ରାଶିଫଳ : ଆଜି ଏହି ରାଶିର ଲୋକେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ

    ଆଗକୁ ପଢନ୍ତୁ

    ମେଷ : ଚେଷ୍ଟା କରୁଥିବା କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହୋଇଯିବ । ଦୀର୍ଘଦିନରୁ ପାଇନଥିବା ବକେୟା ଅର୍ଥ ପାଇବାରେ କୌଣସି ଅସୁବିଧା ହେବନାହିଁ । ପରିସ୍ଥିତିବଶତଃ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । କଳା, ସାହିତ୍ୟ, ସଙ୍ଗୀତ, ନିର୍ମାଣ, ପରିବହନ, ସଭାସମିତରେ ଆଶାତୀତ ସଫଳତା ହାସଲ କରିବେ ।

    ବୃଷ : ଆଜିର ଯାତ୍ରା ସଫଳ ହେବ ଓ ଯାହା ଚାହୁଁଛନ୍ତି ତାହା ପାଇବେ । ଜଣେ ବନ୍ଧୁ ସମସ୍ୟା ସମାଧାନ ସକାଶେ ଆପଣଙ୍କୁ ନେହୁରା ହୋଇପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଭାବି ଚିନ୍ତି କାମ କରିବା ଭଲ ନତୁବା ସମସ୍ୟାଗ୍ରସ୍ତ ହୋଇପାରନ୍ତି । ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ, ଅନ୍ୟଥା ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।

    ମିଥୁନ : ପାରିବାରିକ କ୍ଷେତ୍ରରେ ମନରେ ଅନେକ କଥା ଆସିପାରେ । ବନ୍ଧୁ ପରିଜନଙ୍କ ସହିତ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ । ପ୍ରକୃତ ଘଟଣା ନ ବୁଝି ଉପରିସ୍ଥ କର୍ମଚାରୀ କ୍ରୋଧ ପ୍ରକାଶ କରିପାରନ୍ତି । ଏଜେନ୍ସି, ଆନୁଷ୍ଠାନିକ କାମ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ ।

    କର୍କଟ : ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେମିତି କିଛି ହେବନି । ଆକସ୍ମିକ ଭାବେ କାହା ଉପରେ ରାଗି ଅନର୍ଥ ଓ ଶତ୍ରୁତା ସୃଷ୍ଟି କରିପାରନ୍ତି । ମାନସିକ ସ୍ଥିତି କେତେକାଂଶରେ ଭଲ ରହିବ ନାହିଁ । ବହୁପୂର୍ବରୁ ପାଇବାକୁ ଥିବା ଅର୍ଥ ଆଜି ଅପରାହ୍ନରେ ପାଇପାରିବେ ।

    ସିଂହ : ଦୀର୍ଘଦିନର ଅଭିଳାଷ ପୂରଣ ହେବା କାରଣରୁ ମନ ପ୍ରଫୁଲ୍ଲ ରହିବ । ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହେବା କାରଣରୁ ଅନ୍ୟ ଉପରେ ରାଗି ପାରନ୍ତି । ସାହିତ୍ୟ, ସାମ୍ବାଦିକତା, ରାଜନୀତି, କ୍ରୀଡ଼ା କ୍ଷେତ୍ରରେ ସମସ୍ୟା ଥିଲେ ମଧ୍ଯ ସମାଧାନ ହୋଇଯିବ । ଖୋଜୁଥିବା ଜିନିଷଟି ସୁବିଧାରେ ପାଇଯିବେ ।

    କନ୍ୟା : କୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ଯାଇ କଠିନ ପରିଶ୍ରମ କରିବାକୁ ପଡ଼ିବ । ଭଲ ସମ୍ପର୍କ ନ ଥିବା କାରଣରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ । ଶିଳ୍ପ, ବାଣିଜ୍ୟ, ରାଜନୀତି, ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ ।

    ତୁଳା : ଆଜି ସକାଳୁ କୌଣସି ଅଶୁଭ ଖବର ପାଇ ମନ ବିଚଳିତ ହେବ । ବନ୍ଧୁଙ୍କ ଅନୁରୋଧରେ କୌଣସି କାମ ସକାଶେ ବାଧ୍ୟ ହୋଇପାରନ୍ତି । ମାଲି ମକଦ୍ଦମା, ତର୍କ ବିତର୍କ, ସଭା ସମିତି, ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ । ସାଙ୍ଗମାନଙ୍କ ସହ ଆଜି ବାହାରକୁ ଯିବାର ଯୋଜନା କହିପାରନ୍ତି ।

    ବିଛା : କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି । କାମର ଚାପ ବୃଦ୍ଧି ପାଉଥିବାରୁ ଅତ୍ୟାବଶ୍ୟକ କାମଟିକୁ ଆସନ୍ତାକାଲି ପାଇଁ ରଖିବେ । ଯାନବାହନ ଚଳାଚଳରେ ସତର୍କ ରହିବା ଭଲ । ଆଜି ବାକେୟା ଟଙ୍କା ପାଇବାରେ ଅସୁବିଧା ହେବ ନାହିଁ ।

    ଧନୁ : ପାରିବାରିକ ପରିସ୍ଥିତି ଭଲ ନ ହେଲେ ମଧ୍ୟ ମନ୍ଦ ହେବନି । ଆର୍ଥିକ ଅନଟନରେ ଅଣନିଃଶ୍ୱାସୀ ହୋଇ ଶେଷରେ ବନ୍ଧୁଙ୍କ ନିକଟରୁ କିଛି ପାଇବେ । କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର, ସଙ୍ଗୀତ, ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ମିଳିବ । ଅପ୍ରିୟ ସତ୍ୟ କହି ସହକର୍ମୀଙ୍କ ଚକ୍ଷୁଶୂଳ ହୋଇ ପାରନ୍ତି ।

    ମକର : ସମ୍ପର୍କୀୟଙ୍କ ସାହାଯ୍ୟରେ ଅଟକି ରହିଥିବା କାମ ସମ୍ପନ୍ନ କରିପାରିବେ । କର୍ମକ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇ ପାରେ । ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ ବନ୍ଧୁଙ୍କ ପରାମର୍ଶ ନେବେ । ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର ପ୍ରତି ଆଗ୍ରହୀ ହେବେ ।

    କୁମ୍ଭ : ଆଜି ମାନସିକ ସ୍ଥିତି ଆଦୌ ଭଲ ରହିବ ନାହିଁ । ଏକାଧିକ କାମରେ ମୁଣ୍ଡ ପୂରାଇ କୌଣସି କାମକୁ ପୁରା କରିପାରିବେ ନାହିଁ । ଅବଶ୍ୟ ବିଭିନ୍ନ ପ୍ରକାରର ଘରୋଇ ଝାମେଲାକୁ ସୁଧାରି ନେବାରେ ସମର୍ଥ ହେବେ । ଦୂରସ୍ଥ ସନ୍ତାନଙ୍କ ସକାଶେ ମନ ବିଚଳିତ ରହିବ ।

    ମୀନ : ଆଜିର କୌଣସି ବାହାର ସ୍ଥାନକୁ ଯିବା ପାଇଁ ଯୋଜନା କରିପାରନ୍ତି । ସମ୍ପର୍କୀୟଙ୍କ ଅନାଦରଭାବ ମନକୁ ଦୁଃଖ କରିବ । କିନ୍ତୁ ଶିଳ୍ପ, ନିର୍ମାଣ, ବ୍ୟବସାୟ ଓ ବାଣିଜ୍ୟ ଏବଂ ପରିବହନ ବାଧାପ୍ରାପ୍ତ ହେବ ନାହିଁ । ଶାରୀରିକ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ପ୍ରାୟତଃ ଭଲ ରହିବ, କିନ୍ତୁ ଅର୍ଥ ସଂକଟ ଦେଖାଦେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    15.2 ° C
    15.2 °
    15.2 °
    56 %
    1.1kmh
    98 %
    Thu
    15 °
    Fri
    26 °
    Sat
    26 °
    Sun
    26 °
    Mon
    26 °

    ସମ୍ବନ୍ଧିତ