Sunday, January 19, 2025
20.2 C
Odisha

    ଡେପୁଟେସନରେ ଓଡ଼ିଶା ଆସିବେ ଆଇଏଏସ ଅଧିକାରୀ ମନୋଜ ସାହୁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଡେପୁଟେସନରେ ଓଡ଼ିଶା ଆସିବେ ଆଇଏଏସ ଅଧିକାରୀ ମନୋଜ ସାହୁ । ୨୦୦୬ ବ୍ୟାଚର ଅରୁଣାଚଳପ୍ରଦେଶ-ଗୋଆ-ମିଜୋରାମ-କେନ୍ଦ୍ରଶାସିତ ଅଂଚଳ(AGMUT) କ୍ୟାଡରର ଅଧିକାରୀ ମନୋଜ ସାହୁ ବର୍ତ୍ତମାନ ଡେପୁଟୀ ଇଲେକ୍ସନ କମିଶନର ଭାବେ କାର୍ଯ୍ୟ କରୁଛନ୍ତି । ଦିଲ୍ଲୀ ନିର୍ବାଚନ କମିଶନରେ ସେ ଏବେ କାର୍ଯ୍ୟ କରୁଛନ୍ତି । ମନୋଜ ସାହୁ ଓଡ଼ିଶାକୁ ତିନି ବର୍ଷ ପାଇଁ ଆସିବେ ।

    ଡେପୁଟେନସକୁ କ୍ୟାବିନଟ ନିଯୁକ୍ତି କମିଟିର ଅନୁମୋଦନ ମିଳିଛି । ମନୋଜ ସାହୁଙ୍କୁ ଓଡ଼ଶାରେ ଗୁରୁ ଦାୟିତ୍ୱ ମିଳିବ ବୋଲି ଚର୍ଚ୍ଚା ହେଉଛି । ୨୦୧୬ରୁ କେନ୍ଦ୍ରୀୟ ଡେପୁଟେସନରେ ଥିଲେ ମନୋଜ ସାହୁ । ୨୦୨୨ ଡିସେମ୍ବର ମାସରେ ଡେପୁଟୀ ଇଲେକ୍ସନ କମିଶନର ଦାୟିତ୍ବ ଗ୍ରହଣ କରିଥିଲେ ।

    ୨୦୧୯ରୁ ୨୦୨୨ ପର୍ଯ୍ଯନ୍ତ କେନ୍ଦ୍ରରେ ଜଳ ଶକ୍ତି ବିଭାଗରେ, ଯୁଗ୍ମ ସଚିବ, ନିର୍ଦ୍ଦେଶ ଓ ଉପସଚିବ ଭାବେ କାର୍ଯ୍ୟ କରିଛନ୍ତି । କେନ୍ଦ୍ରକୁ ଡେପୁଟେସନରେ ଯିବା ପୂର୍ବରୁ ଅରୁଣାଚଳ ପ୍ରଦେଶର ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ଦାଦର ନଗର ହାବେଲି ଓ ଡାମନରେ ଡିଏମ ଭାବେ କାର୍ଯ୍ୟ କରିଛନ୍ତି ।

    ଅରୁଣାଚଳ ପ୍ରଦେଶରେ କାର୍ଯ୍ୟ କରିବା ସମୟରେ ଆଦିବାସୀଙ୍କ ପାଇଁ ସେ ଅନେକ କାମ କରି ଲୋକପ୍ରିୟ ହୋଇପାରିଥିଲେ । ସେହିପରି ଜଳ ଶକ୍ତି ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ସମୟରେ ଫ୍ଲାଗସିପ୍ ପାନୀୟ ଜଳ କାର୍ଯ୍ୟକ୍ରମ ହରଘର ଜଲ୍ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମନୋଜ ସାହୁ । ଜଗତସିଂହପୁର ବାଲିକୁଦା ବ୍ଲକରେ ମନୋଜ ସାହୁଙ୍କ ଘର । ଭୁବନେଶ୍ବର ଓୟୁଏଟିରେ ବିଏସସି କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.2 ° C
    20.2 °
    20.2 °
    38 %
    1.3kmh
    0 %
    Sun
    29 °
    Mon
    31 °
    Tue
    32 °
    Wed
    33 °
    Thu
    34 °

    ସମ୍ବନ୍ଧିତ