Wednesday, July 16, 2025
24.5 C
Odisha

ବିଶ୍ବକପ କ୍ରିକେଟରେ ପୁରୁଷ ଓ ମହିଳାଙ୍କୁ ମିଳିବ ସମାନ ପୁରସ୍କାର ରାଶି

ଆଗକୁ ପଢନ୍ତୁ

ନୂଆଦିଲ୍ଲୀ: ଆସନ୍ତା ମାସରେ ସଂଯୁକ୍ତ ଆରବ ଏମିରେଟ୍ସରେ ଆରମ୍ଭ ହେବାକୁ ଥିବା ମହିଳା ଟି-୨୦ ବିଶ୍ବକପରେ ମହିଳା ଖେଳାଳିମାନଙ୍କୁ ପୁରୁଷ ବିଶ୍ବକପ ପରି ସମାନ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ଘୋଷଣା କରିଛି।ଆଇସିସି ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ମହିଳା ଟି-୨୦ ବିଶ୍ୱକପର ବିଜେତାଙ୍କୁ ଏବେ ୨୩ ଲକ୍ଷ ୪୦ ହଜାର ଆମେରିକୀୟ ଡଲାର ମିଳିବ । ଗତବର୍ଷ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ମହିଳା ଟି-୨୦ ବିଶ୍ୱକପ୍ ଜିତିଥିବା ଅଷ୍ଟ୍ରେଲିଆକୁ ୧୦ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ମିଳିଥିଲା। ଫଳରେ ଏହା ପୁରୁଷ ବିଶ୍ବକପ ପୁରସ୍କାର ରାଶି ସହ ସମାନ ହୋଇଯାଇଛି । ଭାରତୀୟ ପୁରୁଷ ଦଳ ଚଳିତ ବର୍ଷ ପ୍ରାରମ୍ଭରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ ଜିତିଥିଲା । ସେଥିରେ ଟିମ ଇଣ୍ଡିଆକୁ ୨୩ ଲକ୍ଷ ୪୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶି ମିଳିଥିଲା।

ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୪ ହେଉଛି ପ୍ରଥମ ଆଇସିସି ଟୁର୍ଣ୍ଣାମେଣ୍ଟ, ଯେଉଁଥିରେ ମହିଳାମାନେ ପୁରୁଷଙ୍କ ଭଳି ସମାନ ପୁରସ୍କାର ରାଶି ଅର୍ଜନ କରିବେ, ଯାହା ଖେଳ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
24.5 ° C
24.5 °
24.5 °
91 %
1.4kmh
100 %
Wed
32 °
Thu
33 °
Fri
32 °
Sat
30 °
Sun
30 °

ସମ୍ବନ୍ଧିତ