Saturday, May 4, 2024
25.1 C
Odisha

    ଆଇସକ୍ରିମ୍ ଖାଉଥିଲେ ସାବଧାନ ! ‘ବ୍ରେନ୍ ଫ୍ରିଜ୍’ ରୋଗର ଆଶଙ୍କା

    ଆଗକୁ ପଢନ୍ତୁ

    ଖରା ଦିନ ଆସିଲାଣି । ଏମିତିରେ ପ୍ରାୟ ସମସ୍ତେ ଥଣ୍ଡା ଖାଦ୍ୟପେୟ ପସନ୍ଦ କରିଥାନ୍ତି । ବିଶେଷ କରି ଆଇସକ୍ରିମ୍ । ଅଧିକାଂଶ ଲୋକଙ୍କୁ ଆଇସକ୍ରିମ୍ ଏତେ ପସନ୍ଦ ଥାଏ ଯେ ସେମାନେ ବର୍ଷ ସାରା ଆଇସକ୍ରିମ୍ ଖାଇବା ପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ଆଇସକ୍ରିମର ଅଧିକ ସେବନ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । ଏକ ରିପୋର୍ଟ ଅନୁଯାୟୀ ଆଇସକ୍ରିମରେ ଶର୍କରା, କ୍ୟାଲୋରୀ, ଫ୍ୟାଟ୍ ରହିଥାଏ ଯାହା ମେଦବହୁଳତା ଏବଂ ହୃଦରୋଗର ଆଶଙ୍କାକୁ ବୃଦ୍ଧି କରିଥାଏ । କିଛି ଲୋକଙ୍କ ପାଇଁ ଆଇସକ୍ରିମ୍ ମୁଣ୍ଡ ବିନ୍ଧାର କାରଣ ପାଲଟି ଥାଏ । ଏହାକୁ ‘ବ୍ରେନ୍ ଫ୍ରିଜ୍’ ରୋଗ କୁହାଯାଏ । ତେବେ ଆସନ୍ତୁ ଜାଣିବା ଏହି ରୋଗ ବିଷୟରେ ।

    କଣ ଏହି ଆଇସ୍‌କ୍ରିମ୍‌ ହେଡେକ ବା ବ୍ରେନ ଫ୍ରିଜ୍‌: ଆଇସକ୍ରିମ ଖାଇବା ପରେ ଅଧିକାଂଶ ଲୋକ ମୁଣ୍ଡବିନ୍ଧାର ଶିକାର ହୋଇଥାଆନ୍ତି । କିଛି ସମୟ ପାଇଁ ମୁଣ୍ଡ ଭାରିଭାରି ଲାଗିବା ସହ ବୁଲାଇଲା ଭଳି ଲାଗିବ । ତେବେ ଏହି ଯନ୍ତ୍ରଣା ରକ୍ତ କଣିକାର ସଂକୋଚନ ଯୋଗୁଁ ହୋଇଥାଏ । ଥଣ୍ଡା ଖାଇବା ପରେ ଏହି ଯନ୍ତ୍ରଣା ହୋଇଥାଏ । ଆଇସକ୍ରିମ ଖାଇବା ପରେ ମୁଣ୍ଡବିନ୍ଧା ହେଉଥିବାରୁ ଏହାକୁ ଆଇସକ୍ରିମ ହେଡେକ୍‌ ବା ବ୍ରେନ୍‌ ଫ୍ରିଜ୍‌ ବୋଲି କୁହାଯାଇଥାଏ । ତେବେ ଏହି ଯନ୍ତ୍ରଣା 2 ମିନିଟ୍ ମଧ୍ୟରେ ଶେଷ ହୋଇଯାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଆଇସ୍କ୍ରିମ୍ ମୁଣ୍ଡବିନ୍ଧା କ୍ଷତିକାରକ ନୁହେଁ ଏବଂ ଅଳ୍ପ ସମୟ ମଧ୍ୟରେ ନିଜେ ଭଲ ହୋଇଯାଏ । ଯଦି ଏହି ଯନ୍ତ୍ରଣା ଅନେକ ଘଣ୍ଟା ଧରି ରହିଥାଏ କିମ୍ବା ବାରମ୍ବାର ହୁଏ ତାହେଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି କୁହାଯାଇଛି ।

    ବ୍ରେନ ଫ୍ରିଜ୍‌ର ଲକ୍ଷଣ: ୧. ହଠାତ୍ ଯନ୍ତ୍ରଣା ଆରମ୍ଭ: କିଛି ଥଣ୍ଡା ଜିନିଷ ଖାଇବାର କିଛି ସମୟ ପରେ ହିଁ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଇଥାଏ ।

    ୨. ଅଧିକ ଯନ୍ତ୍ରଣା: ଏହି ଯନ୍ତ୍ରଣା ସାଧାରଣ ମୁଣ୍ଡବିନ୍ଧା ପରି ନୁହେଁ । କମ୍‌ ସମୟ ପାଇଁ ହେଲେ ବି ଆପଣ ଅଧିକ ଯନ୍ତ୍ରଣା ଅନୁଭବ କରିବେ ।

    ୩. କିଛି ସେକେଣ୍ଡରୁ କିଛି ମିନିଟ ଭିତରେ ହିଁ ଏହି ସମସ୍ୟା ହୋଇଥାଏ ।

    ୪. ଯନ୍ତ୍ରଣା କେଉଁଠାରେ ହୋଇପାରେ: ମୁଣ୍ଡ ବ୍ୟତୀତ କପାଳ ଏହଂ ମୁଣ୍ଡର ପଛଭାଗରେ ମଧ୍ୟ ଯନ୍ତ୍ରଣା ହୋଇଥାଏ ।

    ଆଇସ୍‌କ୍ରିମ୍‌ ହେଡେକ ବା ବ୍ରେନ୍‌ ଫ୍ରିଜର କାରଣ: ଅତ୍ୟଧିକ ଉତ୍ତେଜିତ ହେଲାଭଳି ମୁଣ୍ଡରେ ଯନ୍ତ୍ରଣା ଥଣ୍ଡା କିମ୍ବା ଥଣ୍ଡା ପାନୀୟ ପିଇବା ଦ୍ୱାରା ହୋଇଥାଏ । ଯେତେବେଳେ ଜଣେ ବ୍ୟକ୍ତି ତାପମାତ୍ରା ପରିବର୍ତ୍ତନକୁ ନେଇ ସମ୍ବେଦନଶୀଳ ହୋଇଥାଆନ୍ତି, ସେମାନଙ୍କ ନିକଟରେ ଏହା ଦେଖାଦେଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯେତେବେଳେ ଆପଣ ଆଇସ୍କ୍ରିମ୍ ପରି ଥଣ୍ଡା କିଛି ଖାଆନ୍ତି, ସେତେବେଳେ ଥଣ୍ଡା ତାପମାତ୍ରା ଗଳାର ପଛ ଭାଗରେ ଥିବା ରକ୍ତ କଣିକାକୁ ଶୀଘ୍ର ସଙ୍କୁଚିତ କରିଦେଇଥାଏ । ଏହି କାରଣରୁ ମୁଣ୍ଡ ବିନ୍ଧିଥାଏ । ବିଶେଷଜ୍ଞଙ୍କ କହିବା କଥା ଯେ ମସ୍ତିଷ୍କ ଫ୍ରିଜ ହେଲେ ଗରମ ପାଣିରେ ଗର୍ଗଲ କରାଯାଇଥାଏ । ଗରମ ପାଣି ମୁହଁରେ ପହଞ୍ଚିବା ପରେ ଶରୀରରେ ଗରମ ପବନର ସର୍କୁଲେସନ ବଢିଥାଏ । ଏଥିପାଇଁ ବ୍ରେନ ଫ୍ରିଜ ହେବାରୁ ଶାନ୍ତି ମିଳିଥାଏ । ତେଣୁ ଏପରି ପରିସ୍ଥିତିକୁ ଏଡାଇବା ପାଇଁ ଥଣ୍ଡା ଜିନିଷ ଖାଇବା ଠାରୁ ଦୂରେଇ ରୁହନ୍ତୁ ।

    ବ୍ରେନ ଫ୍ରିଜରୁ ବର୍ତ୍ତିବାର ଉପାୟ:

    ୧. କମ୍‌ ଆଇସକ୍ରିମ ଖାଆନ୍ତୁ: ଥଣ୍ଡା ଖାଇବା ଦ୍ୱାରା ମୁଣ୍ଡବିନ୍ଧା ହେଉଥିଲେ ଏଥିରୁ ଦୂରେଇ ରୁହନ୍ତୁ । ଯଦି ଆଇସକ୍ରିମ ଖାଇବା ପାଇଁ ଇଚ୍ଛା ହେଉଛି, ତାହାଲେ ଏକ ଛୋଟ ସ୍କୁପ୍‌ ନେଇ ପ୍ରଥମେ ପାଟିରେ ରଖନ୍ତୁ, ଏହାପରେ ଗିଳନ୍ତୁ ବା ଢୋକନ୍ତୁ । ଫଳରେ ରକ୍ତକଣିକା ସଙ୍କୁଚିତ ହେବ ନାହିଁ ।

    ୨. ତାଳୁ ବା କପାଳକୁ ମାଲିସ କରନ୍ତୁ ।

    ୩. ଲମ୍ବା ବା ଦୀର୍ଘ ନିଶ୍ବାସ, ଧ୍ୟାନ କିମ୍ବା ଯୋଗ କରିବା, ବ୍ୟାୟାମ କରିବା ଦ୍ବାରା ଆଇସକ୍ରିମ ସହ ଜଡିତ ବିନ୍ଧାରୁ ମୁକ୍ତି ମିଳିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    78 %
    1.7kmh
    0 %
    Sat
    42 °
    Sun
    44 °
    Mon
    45 °
    Tue
    37 °
    Wed
    39 °

    ସମ୍ବନ୍ଧିତ