Friday, September 18, 2026
25.4 C
Odisha

    ଷ୍ଟେଜ ଉପରୁ ଟଳି ପଡିଲେ ପ୍ରଫେସର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କାନପୁର ବିଶ୍ୱବିଦ୍ୟାଳୟରେ ଜଣେ ୫୫ ବର୍ଷୀୟ ଆଇଆଇଟି ପ୍ରଫେସର ଭାଷଣ ଦେଉଥିବାବେଳେ ହୃଦ୍‌ଘାତ ହେବାରୁ ତାଙ୍କର ମୃତ୍ୟୁ ଘଟିଛି। ଆଇଆଇଟି କାନପୁର ଅଡିଟୋରିୟମରେ ସମୀର ଖଣ୍ଡେକର ନାମକ ପ୍ରଫେସର ପୂର୍ବତନ ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେଉଥିବାବେଳେ ଟଳିପଡ଼ିଥିଲେ। ସେ ଉତ୍ତମ ସ୍ବାସ୍ଥ୍ୟ ଉପରେ ଭାଷଣ ଦେଉଥିବାବେଳେ ଛାତ୍ରୀଛାତ୍ରଙ୍କୁ ତାଙ୍କର ଶେଷ ବାକ୍ୟ ଥିଲା, ‘ନିଜ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅ’। ଏହା ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରି ବସିପଡ଼ିଥିଲେ। ଫଳରେ ପ୍ରେକ୍ଷାଳୟରେ ଭାବାବେଗ ସ୍ଥିତି ସୃଷ୍ଟି ହୋଇଥିଲା। କିଛି ସମୟ ପରେ ପ୍ରଫେସର ମଞ୍ଚ ଉପରେ ନିସ୍ତେଜ ହୋଇଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନେବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    87 %
    1.2kmh
    100 %
    Fri
    25 °
    Sat
    31 °
    Sun
    31 °
    Mon
    29 °
    Tue
    30 °

    ସମ୍ବନ୍ଧିତ