Sunday, June 1, 2025
27.3 C
Odisha

    ଜାପାନରେ ଭୂମିକମ୍ପ ପରେ ସୁନାମୀ: ଜାପାନ ସମୁଦ୍ରର ପଶ୍ଚିମାଞ୍ଚଳରେ ୧ ମିଟର ଉଚ୍ଚରେ ମାଡି ଆସିଲା ପାଣି

    ଆଗକୁ ପଢନ୍ତୁ

    ନୂଆବର୍ଷରେ ଜାପାନରେ ଅଘଟଣ ପରେ ଅଘଟଣ । ଭୟଙ୍କର ଭୂମିକମ୍ପ ପରେ ସମୁଦ୍ରରେ ମାଡି ଆସିଲା ସୁନାମୀ । ସମୁଦ୍ରରେ ୧ ମିଟର ଉଚ୍ଚତାର ଉଠିଲା ଜୁଆର । ଆଗକୁ ଉତର-ମଧ୍ୟ ଜାପାନର ଇଶିକ୍ୱାର ପଶ୍ଚିମାଂଚଳରେ ବଡ ଧରଣର ସୁନାମୀ ଆସିପାରେ । ଲୋକଙ୍କୁ ସତର୍କ କରାଇ ଦେଇଛି, ଜାପାନ ପାଣିପାଗ ବିଭାଗ । ଲୋକଙ୍କୁ ପାଖରେ ଥିବା ନିକଟସ୍ଥ ଉଚ୍ଚ ସ୍ଥାନ ଅବା ବିଲ୍ଡିଂକୁ ପଳାଇଯିବାକୁ ନର୍ଦ୍ଦେଶ ଦିଆଯାଇଛି । ଆଜି ସକାଳୁ ସକାଳୁ ରିକ୍ଟର ସ୍କେଲ ୭ ଦଶମିକ୍ ୬ ତ୍ରୀବତ୍ରରେ ଭୂମିକମ୍ପ ହୋଇଥିଲା । ଭୁମିକମ୍ପର ପ୍ରଭାବ ୧୦ କିଲୋମିଟର ଗଭୀର ଯାଏ ପଡିଥିଲା । ସେହିପରି ସ୍ଥଳରେ ୪୨ କିଲୋମିଟର ପର୍ଯ୍ୟନ୍ତ ଭୂମିକମ୍ପର ପ୍ରଭାବ ଦେଖିବାକୁ ମିଳିଛି । ଜାପାନ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଉତର-ମଧ୍ୟ ଜାପାନର ଇଶିକ୍ୱା ଅଂଚଳରେ ଏହି ଭୂମିକମ୍ପ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    74 %
    1.2kmh
    100 %
    Sun
    37 °
    Mon
    40 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ