Monday, November 24, 2025
20.3 C
Odisha

    ଦ୍ୱିତୀୟ ଇଂନିସରେ ଭାରତ ୨୫୫ ରନରେ ଅଲଆଉଟ: ଇଂଲଣ୍ଡକୁ ୩୯୯ ରନର ଟାର୍ଗେଟ

    ଆଗକୁ ପଢନ୍ତୁ

    ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନ । ଆଜି ଭାରତ ତାର ଦ୍ୱିତୀୟ ଇଂନିସ ଶେଷ କରିଛି । ଭାରତ ୨୫୫ ରନରେ ଅଲଆଉଟ ହୋଇଛି । ଏହାସହ ଇଂଲଣ୍ଡକୁ ୩୯୯ ରନର ଟାର୍ଗେଟ ଦେଇଛି ଭାରତ । ଏବେ ଇଂଲଣ୍ଡକୁ ଏହି ମ୍ୟାଚ ଜିତିବାକୁ ହେଲେ ଭାରତୀୟ ବୋଲରଙ୍କୁ ସାମ୍ନା କରି ଏହି ବିଜୟ ଲକ୍ଷ୍ୟକୁ ପୂରା କରିବାକୁ ପଡିବ ।ଏହି ମ୍ୟାଚରେ ପ୍ରଥମେ ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇଂନିସରେ ଭାରତ ପକ୍ଷରୁ ଜୟସ୍ୱାଲ ଦମଦାର ବ୍ୟାଟିଂ କରି ଦ୍ୱିଶତକ ହାସଲ କରିଥିଲେ । ହେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିପାରିନଥିଲେ । ତେଣୁ ଦଳ ୩୯୬ ରନରେ ଅଲଆଉଟ ହୋଇଯାଇଥିଲା । ସେହିପରି ଇଂଲଣ୍ଡ ତାର ପ୍ରଥମ ଇଂନିସରେ ୨୫୩ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷ ଜ୍ୟାକ କ୍ରଲେ ୭୬ ଓ ଷ୍ଟୋକ୍ସ ୪୭ ରନ କରିଥିଲେ ।ଭାରତର ଦ୍ୱିତୀୟ ଇଂନିସରେ ଶୁଭମନ ଗିଲ ସର୍ବାଧିକ ୧୦୪ ରନ କରିଛନ୍ତି । ସେହିପରି ଅକ୍ଷର ପଟେଲ ୪୫, ଶ୍ରେୟାସ ଆୟର ୨୯ ଓ ଅଶ୍ୱିନୀ ୨୯ ରନ କରିଥିଲେ । ଏବେ ୩୯୯ ରନର ଟାର୍ଗେଟକୁ ପିଛା କରି ବ୍ୟାଟିଂ ଜାରି ରଖିଛି ଇଂଲଣ୍ଡ ଦଳ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    20.3 ° C
    20.3 °
    20.3 °
    60 %
    0.6kmh
    66 %
    Mon
    20 °
    Tue
    27 °
    Wed
    26 °
    Thu
    25 °
    Fri
    25 °

    ସମ୍ବନ୍ଧିତ