Sunday, September 8, 2024
24.3 C
Odisha

    ୧୦ମ ପାସ୍‌ କରିଥିଲେ ୪୪୨୨୮ ପଦବୀ ପାଇଁ କରନ୍ତୁ ଆବେଦନ, ଇଣ୍ଡିଆ ପୋଷ୍ଟରେ ହେଉଛି ଭର୍ତ୍ତି

    ଆଗକୁ ପଢନ୍ତୁ

    ଇଣ୍ଡିଆ ପୋଷ୍ଟରେ ଜିଡିଏସରେ ବମ୍ପର ପଦବୀରେ ଭର୍ତ୍ତି । ଯୋଗ୍ୟ ପ୍ରାର୍ଥୀ ଭର୍ତ୍ତି ପାଇଁ ଆବେଦନ କରିପାରିବେ । ଆବେଦନ ଲିଙ୍କ ଆକ୍ଟିଭ ହୋଇଯାଇଛି । ଏଥିପାଇଁ ରେଜିଷ୍ଟ୍ରେସନ ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇଛି । ଆବେଦନ କରିବା ପାଇଁ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।

    ଇଣ୍ଡିଆ ପୋଷ୍ଟ ଜିଡିଏସ ପଦବୀରେ ଆବେଦନ କରିବା ପାଇଁ ୱେବସାଇଟକୁ ଯାଆନ୍ତୁ । indiapostgdsonline.gov.in କୁ ଯାଆଇ ଫର୍ମ ଭରିପାରିବେ । ଏହି ପଦବୀ ପାଇଁ ଭର୍ତ୍ତି ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ଦିଲ୍ଲୀ, ଗୁଜରାଟ, ହରିୟାଣା, ପଞ୍ଜାବ, ୟୁପି, ଉତ୍ତରାଖଣ୍ଡ, ଏମପି, ରାଜସ୍ଥାନ, ଝାଡ଼ଖଣ୍ଡ ପାଇଁ ହେବ ।

    ପଦବୀ ବିବରଣୀ : ୪୪୨୮୮

    ଗ୍ରାମୀଣ ଡାକ ସେବକ, ବ୍ରାଞ୍ଚ ପୋଷ୍ଟମାଷ୍ଟର, ଆସିଷ୍ଟାଣ୍ଟ ବ୍ରାଞ୍ଚ ମାଷ୍ଟର

    ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୫ ଅଗଷ୍ଟ ୨୦୨୪ ରହିଛି ।

    ଶିକ୍ଷାଗତ ଯୋଗ୍ୟତା : ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ । ପ୍ରାର୍ଥୀ ୧୦ମରେ ଇଂଲିଶ ଏବଂ ଗଣିତ ବିଷୟ ରଖିଥିବା ଆବଶ୍ୟକ ।

    ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ ହେବା ଜରୁରୀ ।

    ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ହେବ ନାହିଁ । ମେରିଟ ଆଧାରରେ ପ୍ରାର୍ଥୀଙ୍କ ଚୟନ ହେବ । ୧୦ମ ମାର୍କ ଆଧାରରେ ହେବ ଚୟନ ।

    ଦରମା : ଚୟନିତ ପ୍ରାର୍ଥୀଙ୍କୁ ଦରମା ଅଲଗା ଅଲଗା ରହିବ । ଜିଡିଏସ, ଏବିପିଏମ ଏବଂ ଡିଜିଏସ ପଦ ପାଇଁ ଦରମା ୧୦,୦୦୦ ଟଙ୍କାରୁ ଆରମ୍ଭ କରି ୨୪,୪୭୦ ଟଙ୍କା ମିଳିବ । ସେହିପରି ବ୍ରାଞ୍ଚ ପୋଷ୍ଟ ମ୍ୟାନେଜର ପାଇଁ ୧୨  ହଜାରରୁ ଆରମ୍ଭ କରି ୨୯,୩୮୦ ଟଙ୍କା ମାସିକ ମିଳିବ ।

    ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.3 ° C
    24.3 °
    24.3 °
    91 %
    0.9kmh
    87 %
    Sun
    29 °
    Mon
    30 °
    Tue
    27 °
    Wed
    29 °
    Thu
    30 °

    ସମ୍ବନ୍ଧିତ