Monday, April 13, 2026
33 C
Odisha

    ଟସ୍‌ ଜିତିଲା ଇଂଲଣ୍ଡ: ଭାରତର ବ୍ୟାଟିଂ; ୩୦ ରେ ଗୋଟେ ଉଇକେଟ

    ଆଗକୁ ପଢନ୍ତୁ

    ଭାରତ-ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଶେଷ ଟେଷ୍ଟ ଓଭାଲରେ ଆରମ୍ଭ ହୋଇଯାଇଛି। ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପଞ୍ଚମ ମ୍ୟାଚରେ ଭାରତ ଚାରୋଟି ପରିବର୍ତ୍ତନ ନେଇ ଆସିଛି। ଅଧିନାୟକ ଶୁବମନ ଗିଲ କହିଛନ୍ତି, ରିଷଭ ପନ୍ତଙ୍କ ସ୍ଥାନରେ ଧ୍ରୁବ ଜୁରେଲ, ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ କରୁଣ ନାୟାର, ପ୍ରସିଦ୍ଧ କ୍ରିଷ୍ଣା ଜସପ୍ରୀତ ବୁମରାଙ୍କ ସ୍ଥାନରେ ଏବଂ ଆକାଶ ଦୀପ ଅଂଶୁଲ କାମ୍ବୋଜଙ୍କ ସ୍ଥାନରେ ଖେଳୁଛନ୍ତି। ଇଂଲଣ୍ଡ ମଧ୍ୟ ପ୍ଲେଇଂ-୧୧ରେ ମୋଟ ଚାରି ଜଣ ଖେଳାଳିଙ୍କୁ ପରିବର୍ତ୍ତନ କରିଛି। ବେନ ଷ୍ଟୋକ୍ସ, ବ୍ରାଇଡନ କାର୍ସେ, ଜୋଫ୍ରା ଆର୍ଚର ଏବଂ ଲିଆମ ଡସନ ଏହି ପ୍ଲେଇଂ-୧୧ର ଅଂଶ ନାହାନ୍ତି। ଷ୍ଟୋକ୍ସଙ୍କ ସ୍ଥାନରେ ସ୍ପିନ ଅଲରାଉଣ୍ଡର ଜାକବ ବେଥେଲଙ୍କ ସାମିଲ କରାଯାଇଛି। ସେ ଷଷ୍ଠ ନମ୍ବରରେ ବ୍ୟାଟିଂ କରିବେ। ସରେର ଦୁଇ ପେସ ବୋଲିଂ ଅଲରାଉଣ୍ଡର ଗସ ଆଟକିନସନ, ଜେମି ଓଭରଟନ ଏବଂ ଜୋଶ ଟଙ୍ଗ ମଧ୍ୟ ସାମିଲ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33 ° C
    33 °
    33 °
    17 %
    1.6kmh
    0 %
    Mon
    36 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ