Thursday, September 24, 2026
24.7 C
Odisha

    ମଣିପୁର : ହଟିଲା ଇଣ୍ଟରନେଟ୍ କଟକଣା, ଖୋଲିବ ସ୍କୁଲ

    ଆଗକୁ ପଢନ୍ତୁ

    ଇମ୍ପାଲ: ୬ ଦିନ ପରେ ମଣିପୁରର ୫ଟି ଉପତ୍ୟକା ଜିଲ୍ଲାରେ ଇଣ୍ଟରନେଟ୍ ନିଷେଧାଦେଶକୁ ତୁରନ୍ତ ହଟାଇ ଦିଆଯାଇଛି। ମଣିପୁର ସରକାର ମଧ୍ୟ ଆସନ୍ତାକାଲିଠାରୁ ରାଜ୍ୟରେ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଗୃହ କମିଶନର ଏନ୍ ଅଶୋକ କୁମାର କହିଛନ୍ତି ଯେ ଲିଜ୍ ଲାଇନ୍, ଭିସାଟ୍, ବ୍ରଡବ୍ୟାଣ୍ଡ ଓ ଭିପିଏନ୍ ସେବା ସମେତ ଇଣ୍ଟରନେଟ୍ ସେବାକୁ ତୁରନ୍ତ ସ୍ବାଭାବିକ କରାଯିବ। ଏହା ପୂର୍ବରୁ ରାଜ୍ୟ ସରକାର ଗତ ସେପ୍ଟେମ୍ବର ୧୨ ତାରିଖରେ ବ୍ରଡବ୍ୟାଣ୍ଡ ସଂଯୋଗ ଜରିଆରେ ଇଣ୍ଟରନେଟ୍ ସେବା ବନ୍ଦ କରିଥିଲେ। ସେପ୍ଟେମ୍ବର ୧୦ତାରିଖରେ ରାଜ୍ୟ ସରକାର ରାଜ୍ୟର ପାଞ୍ଚଟି ଜିଲ୍ଲା ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ଥୋବଲ, ବିଷ୍ଣୁପୁର ଏବଂ କାକଚିଂରେ ମୋବାଇଲ ଇଣ୍ଟରନେଟ୍ ଏବଂ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଇମ୍ଫାଲରେ ଛାତ୍ରଙ୍କ ନେତୃତ୍ବରେ ବିକ୍ଷୋଭ ପରେ ପୁଲିସ ସହ ସଂଘର୍ଷ ପରେ ରାଜ୍ୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଏହି ନିଷେଧାଦେଶ ଜାରି କରାଯାଇଥିଲା।
    ଦୀର୍ଘ ୧୬ ମାସ ଧରି ଚାଲିଥିବା ଜାତିଗତ ହିଂସା ପରେ ରାଜ୍ୟରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ଆନ୍ଦୋଳନକାରୀମାନେ ଦାବି କରିଥିଲେ। ସରକାର ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଉପତ୍ୟକାର ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍କୁଲ ବନ୍ଦ ରଖିବାକୁ ସେମାନେ ଘୋଷଣା କରିଥିଲେ। ତେବେ ସ୍ବାଭାବିକ ସ୍ଥିତି ଥିବା ଅଂଚଳରେ ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧୭ରୁ ସମସ୍ତ ସ୍କୁଲ ଖୋଲିବାକୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.7 ° C
    24.7 °
    24.7 °
    95 %
    2kmh
    100 %
    Thu
    25 °
    Fri
    28 °
    Sat
    31 °
    Sun
    28 °
    Mon
    30 °

    ସମ୍ବନ୍ଧିତ