Friday, September 20, 2024
28.3 C
Odisha

    ସରକାରୀ ହେଲିକପ୍ଟରରେ ବୁଲି ବ୍ୟକ୍ତିଗତ କାମ କରିବା ମାମଲା, ଆକ୍ସନ ମୋଡରେ ରାଜ୍ୟ ସରକାର : ଆଇନମନ୍ତ୍ରୀ

    ଆଗକୁ ପଢନ୍ତୁ

    ୨୦୨୪ ନିର୍ବାଚନ ବେଳେ ଓ ତା ପୂର୍ବରୁ ବିଜେଡି ନେତା ଭି,କେ ପାଣ୍ଡିଆନ ଏକ ସରକାରୀ ହେଲିକପ୍ଟରରେ ବୋଲି ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା । ଏହାକୁ ନେଇ ଏବେ ରାଜ୍ୟରେ ବିଜେପି ସରକାର ଆକ୍ସନମୋଡକୁ ଆସିଛନ୍ତି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି କି ପାଣ୍ଡିଆନ ହେଲିକାପ୍ଟର ଗସ୍ତ ଖର୍ଚ୍ଚ କିଏ ବହନ କରିଥିଲା, ତାର ସ୍ପଷ୍ଟତା ଆସିବା ଦରକାର ତେଣୁ ତଦନ୍ତ ହେବା ଆବଶ୍ୟକତା ରହିଛି । ତାଙ୍କ ହେଲିପ୍ୟାଡ଼ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ଯାଉଥିଲା ଏବଂ ସରକାରୀ ଖର୍ଚ୍ଚରେ ହେଲିପ୍ୟାଡ଼ ନିର୍ମାଣ କରାଯାଉଥିଲା । ପାଣ୍ଡିଆନ ପାଖାପାଖି ୪୦୦ ରୁ ୪୫୦ ଜାଗା ବୁଲିଛନ୍ତି । ହେଲିପ୍ୟାଡ଼ ନିର୍ମାଣ ଲାଗି ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି, ସେ ବାବଦରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ । କିଏ ନିର୍ଦେଶ ଦେଇଥିଲା ଏବଂ କେମିତି ନିର୍ଦେଶ ଦେଇଥିଲା । ବିଭଗୀୟ ସଚିବ ଯାହାର ହେଲିକପ୍ଟର ବ୍ୟବହାର କରିବାର ପ୍ରବଧାନ ନାହିଁ, ସରକାର କେମିତି ଅନୁମତି ଦେଇଥିଲେ, ହେଲିକପଟର ଅବତାରଣ କରିବା ପାଇଁ ପ୍ରୋସେସ କରିଥିଲେ, ଏ ସବୁ ତଦନ୍ତ ପରିସରଭୁକ୍ତ ହେବ । ତଦନ୍ତ କରାଯାଇ ଦଣ୍ଡବିଧାନ କରାଯିବ । ଆଇନ ମନ୍ତ୍ରୀ ପ୍ରଶ୍ନ କରିଛନ୍ତି ଯେ,
    ଜଣେ ସଚିବଙ୍କୁ ହେଲିକପଟରରେ ବୁଲିବାକୁ ଅନୁମତି କିଏ ଦେଲା ?
    • ହେଲିପ୍ୟାଡ଼ ନିର୍ମାଣ ପାଇଁ କିଏ ନିର୍ଦେଶ ଦେଇଥିଲା ଏବଂ ଖର୍ଚ୍ଚ କେମିତି ହେଲା ତାହା ତଦନ୍ତ ପରିସରଭୁକ୍ତ ହେବ
    • ତଦନ୍ତ କରାଯାଇ ଦଣ୍ଡବିଧାନ କରାଯିବ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.3 ° C
    28.3 °
    28.3 °
    84 %
    1.2kmh
    40 %
    Fri
    27 °
    Sat
    32 °
    Sun
    31 °
    Mon
    31 °
    Tue
    31 °

    ସମ୍ବନ୍ଧିତ