Monday, September 28, 2026
30.3 C
Odisha

    ଯେତେବେଳେ ଫୋନରେ କାନ୍ଦି କାନ୍ଦି କହିଥିଲେ ଜୟସ୍ୱାଲ, କୋଚ୍ କହିଲେ ପୂରା କାହାଣୀ

    ଆଗକୁ ପଢନ୍ତୁ

    ଗତ କିଛି ବର୍ଷ ମଧ୍ୟରେ ଦୁଦ୍ଦର୍ଷ ବ୍ୟାଟର ଭାବେ ଉଭା ହୋଇଛନ୍ତି ଯଶସ୍ୱୀ ଜୟସ୍ୱାଲ । ପ୍ରତି ଫର୍ମାଟରେ ଜୟସ୍ୱାଲଙ୍କ ଆକ୍ରମଣାତ୍ମକ ଅନ୍ଦାଜ ଦେଖିବାକୁ ମିଳୁଛି । ଟେଷ୍ଟରୁ ଆରମ୍ଭ କରି ଟି-୨୦ ପ୍ରତି ମ୍ୟାଚରେ ନିଜର ପ୍ରଭାବୀ ପ୍ରଦର୍ଶନ ବଳରେ ସମସ୍ତଙ୍କର ମନ ଜିଣିଛନ୍ତି ଜୟସ୍ୱାଲ । କିନ୍ତୁ ଏମିତି ଗୋଟିଏ ସମୟ ଆସିଥିଲା, ଯେତେବେଳେ ଜୟସ୍ୱାଲ ଭାବୁଥିଲେ ତାଙ୍କ କ୍ରିକେଟ କ୍ୟାରିୟର ସମାପ୍ତ ହୋଇଗଲା । ଯାହାକୁ ନେଇ ମୁହଁ ଖୋଲିଛନ୍ତି କୋଚ୍ ଜ୍ୱାଲା ସିଂ ।ଯଶସ୍ୱୀ ଜୟସ୍ୱାଲଙ୍କ କୋଚ୍ ଜ୍ୱାଲା ସିଂ କହିଛନ୍ତି, ଯେତେବେଳେ ଦୁବାଇରୁ ଆଇପିଏଲ ଖେଳି ଜୟସ୍ୱାଲ ଘରକୁ ଫେରିଲେ ସେତେବେଳେ ଫୋନ୍ କରି କାନ୍ଦିବା ସହ କହିଥିଲେ, ସାର୍ ମୋ କ୍ରିକେଟ କ୍ୟାରିୟର ଶେଷ ହୋଇଗଲା । ମୋତେ ଲାଗୁନି ଯେ, ମୁଁ ଆଉ ଅନ୍ତର୍ଜାତୀୟ ସ୍ତରରେ ଖେଳିପାରିବି ବୋଲି । କାରଣ ସେତେବେଳେ ଜୟସ୍ୱାଲ ସେତେଟା ଆକ୍ରମଣାତ୍ମକ ଢଙ୍ଗରେ କ୍ରିକେଟ ଖେଳୁନଥିଲେ ।

    କେବଳ କିଛି ଭଲ ସଟ୍ ଖେଳୁଥିଲେ । ସେତେବେଳେ ଭାରତରେ କୋଭିଡ ସ୍ଥିତି ଜାରି ରହିଥିଲା । ଜୟସ୍ୱାଲଙ୍କୁ ଏଭଳି ଅବସ୍ଥାରେ ଦେଖି ତୁରନ୍ତ ତାଙ୍କୁ ଗୋରଖପୁର ନେଇଯାଇଥିଲି ଏବଂ ସ୍ପିନରଙ୍କ ବିପକ୍ଷରେ ପଡିଆରେ ଦୂର ପର୍ଯ୍ୟନ୍ତ ଛକା ମାରିବାକୁ ପରାମର୍ଶ ଦେଇଥିଲି । ଜୟସ୍ୱାଲ ଏବେ ଯେଉଁଭଳି କ୍ରିକେଟ ଖେଳୁଛନ୍ତି ତାହାର ଆରମ୍ଭ ୨୦୨୦-୨୧ରୁ ଆରମ୍ଭ ହୋଇଥିଲା । କାରଣ ଏଥିପାଇଁ ନିରନ୍ତର ଅଭ୍ୟାସ କରିବାକୁ ପଡୁଥିଲା । ଜୟସ୍ୱାଲ ଆଇପିଏଲ ଖେଳିବା ପୂର୍ବରୁ ବିଭିନ୍ନ ଦିଗକୁ ସଟ୍ ଖେଳିବାକୁ ପରାମର୍ଶ ଦେଇଥିଲି । ଯାହା ଏବେ ଜୟସ୍ୱାଲଙ୍କୁ ଆକ୍ରମଣାତ୍ମକ କ୍ରିକେଟର ଭାବେ ପରିଚୟ ଦେଇଛି ।ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜୟସ୍ୱାଲ ୫ଟି ମ୍ୟାଚରେ ୨୬ଟି ଛକା ମାରିଥିଲେ । ସେହିଭଳି ଗୋଟିଏ ଇନିଂସରେ ୧୨ଟି ଛକା ମାରି ସମସ୍ତଙ୍କୁ ଚକିତ କରିଥିଲେ ଜୟସ୍ୱାଲ । ଟେଷ୍ଟ ମ୍ୟାଚରେ ଏଭଳି ବିଧ୍ୱଂସୀ ପାଳି ଦେଖି ସଭିଏଁ ଚକିତ ହୋଇଥିଲେ । ଭାରତ ଏହି ସିରିଜକୁ ୪-୧ରେ ବାଜି ମାରି ନେଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ