Friday, May 1, 2026
39.9 C
Odisha

    ମୋ ବସ୍ ଡ୍ରାଇଭର, କଣ୍ଡକ୍ଟରଙ୍କୁ ମାଡ : ସାଇଡ୍ ଦେବାକୁ ନେଇ ହାତାହାତି

    ଆଗକୁ ପଢନ୍ତୁ

    ଖୋର୍ଦ୍ଧାରେ ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଆକ୍ରମଣ । ଦୁଇ ଜଣ ଯୁବକ ମାଡ଼ ମାରିବା ସହ ମୋବାଇଲ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ସିସିଟିଭିରେ କଏଦ ହୋଇଛି ଆକ୍ରମଣର ଦୃଶ୍ୟ । ବସଟି ବୋଲଗଡ଼ ବ୍ଲକ ସାଗଗୁଆରୁ ଆରିକମା ଓ ବାଙ୍କୋଇ ଦେଇ ଯିବା ସମୟରେ ଘଟିଛି ଏଭଳି ଘଟଣା ।ରାସ୍ତା ସଙ୍କିର୍ଣ୍ଣ ଥିବାରୁ ପଛରୁ ଆସୁଥିବା ଏକ ବୋଲେରୋକୁ ସାଇଡ୍ ଦେଇପାରି ନଥିଲେ ବସ ଡ୍ରାଇଭର । ଯାହାକୁ ନେଇ ବସ ଅଟକାଇ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ମାଡ଼ ମରିଛନ୍ତି ଦୁଇ ଜଣ ବ୍ୟକ୍ତି । ଏନେଇ ବସ ଡ୍ରାଇଭର ଜଣଙ୍କ ବାଙ୍କୋଇ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ଅଧାରରେ ମାମଲା ରୁଜୁ କରିବା ସହ ସିସିଟିଭି ଫୁଟେଜ ଅଧାରରେ ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.9 ° C
    39.9 °
    39.9 °
    18 %
    5.2kmh
    0 %
    Fri
    39 °
    Sat
    42 °
    Sun
    41 °
    Mon
    39 °
    Tue
    36 °

    ସମ୍ବନ୍ଧିତ