Thursday, September 10, 2026
27.3 C
Odisha

    ମମତାଙ୍କ ମାଷ୍ଟର‌ଷ୍ଟ୍ରୋକ୍: ବଢ଼ାଇଲେ ଅଙ୍ଗନୱାଡ଼ି, ଆଶାକର୍ମୀଙ୍କ ଦରମା

    ଆଗକୁ ପଢନ୍ତୁ

    କୋଲକାତା: ମହିଳାଙ୍କ ପ୍ରଦର୍ଶନ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାଷ୍ଟର‌ଷ୍ଟ୍ରୋକ୍ ଖେଳିଛନ୍ତି। ସେ ରାଜ୍ୟର ଅଙ୍ଗନୱାଡ଼ି, ଆଶାକର୍ମୀଙ୍କ ଦରମା ବଢ଼ାଇବା ନେଇ ଘୋଷଣା କରିଛନ୍ତି। ୨୦୨୪ ଏପ୍ରିଲ ଠାରୁ ଏହି ବର୍ଦ୍ଧିତ ଦରମା ଲାଗୁ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦି ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ବିଭିନ୍ନ ପରିଯୋଜନାର ଲଦଘାଟନ ଏବଂ ଶିଳାନ୍ୟାସ କରିଥିଲେ। ଏହା ପରେ ମମତା ଏହି ଘୋଷଣା କରିଛନ୍ତି। ମମତା କହିଛନ୍ତି ଅଙ୍ଗନୱାଡ଼ି, ଆଶାକର୍ମୀଙ୍କ ଦରମା ୮,୨୫୦ ଟଙ୍କାରୁ ୯,୦୦୦ଟଙ୍କାକୁ ବୃଦ୍ଧି କରାଯାଇଛି। ଦରମାରେ ୭୫୦ ଟଙ୍କା ବୃଦ୍ଧି ହୋଇଛି।
    ମୁଖ୍ୟମନ୍ତ୍ରୀ ଏକିକୃତ ବାଲ ବିକାଶ‌ ଯୋଜନା(ଆଇସିଡିଏସ) ଆଶା କର୍ମୀଙ୍କ ଦରମା ପ୍ରତି ମାସରେ ୫୦୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଆଶା କର୍ମୀଙ୍କ ଦରମା ୬,୦୦୦ ଟଙ୍କା ଥିଲା। ଏବେ ଏହା ୬,୫୦୦ଟଙ୍କାକୁ ବୃଦ୍ଧି ପାଇଛି। ମମତା କହିଛନ୍ତି ଅଙ୍ଗନୱାଡ଼ି ଏବଂ ଆଶାକର୍ମୀ ଆମର ଗୌରବ। ସେମାନେ କଠିନ ପରିଶ୍ରମ କରୁଛନ୍ତି। ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ସେମାନେ ଆମକୁ ସହାୟତା ଯୋଗାଇ ଦେଇଥାନ୍ତି। ମୁଁ ଆଶା କରୁଛି ସେମାନଙ୍କ କଲ୍ୟାଣ ଜାରି ରହୁ। ମା,ମାଟି, ମାନୁଷ ସରକାର ସବୁବେଳେ ଲୋକଙ୍କ ସହିତ ରହିବ।
    ମମତା ସୋସିଆଲ ମିଡ଼ିଆ ଏକ୍ସରେ ଏହି ଘୋଷଣା କରି କହିଛନ୍ତି ରାଜ୍ୟ ଉପରେ ଲଦି ଦିଆଯାଇଥିବା ବିଭିନ୍ନ ଆର୍ଥିକ ବୋଝ ସତ୍ତ୍ବେ ଆମ ଟିଏମସି ସରକାର ରାଜ୍ୟ ବାସୀଙ୍କ ସୁଖ ସମୃଦ୍ଧିର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    85 %
    1.6kmh
    100 %
    Thu
    27 °
    Fri
    27 °
    Sat
    27 °
    Sun
    28 °
    Mon
    30 °

    ସମ୍ବନ୍ଧିତ