Thursday, September 17, 2026
26.2 C
Odisha

    ଯୌନ ନିର୍ଯାତନା ଅଭିଯୋଗ ପରେ ଭାଙ୍ଗିଯାଇଛି ପରିବାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ହେମା କମିଟିଙ୍କ ରିପୋର୍ଟ ସାମ୍ନାକୁ ଆସିବା ପରେ ମଲାୟାଲମ ସିନେମା ସମେତ ପ୍ରତ୍ୟେକ ଇଣ୍ଡଷ୍ଟ୍ରିରେ ଆଲୋଡ଼ ଖେଳି ଯାଇଛି। ଲୋକପ୍ରିୟ ମଲାୟାଲମ ଅଭିନେତା ଜୟସୂର୍ଯାଙ୍କ ବିରୋଧରେ ବି ଯୌନ ନିର୍ଯାତନା ସମେତ ଖରାପ ବ୍ୟବହାର କରିବାର ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ଅଭିନେତା ମୁହଁ ଖୋଲିଛନ୍ତି। ଜୟସୂର୍ଯାଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁଯାୟୀ ଧାରା ୩୫୪ ଆଧାରରେ ମାମଲା ରୁଜୁ କରାଯାଇଛି।
    ଅଭିନେତା ଜୟସୂର୍ଯା କହିଛନ୍ତି, ‘ମୁଁ ଗତଏକମାସ ହେବ ମୋ ପରିବାର ସହିତ ଆମେରିକାରେ ଅଛି। ଖୁବ ଶୀଘ୍ର ଭାରତ ଯାଇ ଆଇନ ଅନୁଯାୟୀ ସମସ୍ତ ଅଭିଯୋଗର ଜବାବ ଦେବି। ଆଇନ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ବାସ ଅଛି। ସତ୍ୟ ନିଶ୍ଚୟ ସାମ୍ନାକୁ ଆସିବ। ମିଥ୍ୟା ଅଭିଯୋଗ କରିଥିବା ଲୋକଙ୍କ ମୁହଁ ଚୁପ ହେବ।

    ମୋ ମତରେ ଯେଉଁ ବ୍ୟକ୍ତିଙ୍କର ବିବେକ ବୋଲି କିଛି ନଥାଏ ସେମାନେ ଏଭଳି ଅନ୍ୟଙ୍କ ଉପରେ ମିଥ୍ୟା ଅଭିଯୋଗ ଲଗାଇ ଥାଆନ୍ତି। ମିଥ୍ୟା ଅଭିଯୋଗ ଲଗାଇବା ନିର୍ଯାତନା ଠାରୁ କମ ନୁହେଁ। ଏହା କେତେ ଯେ କଷ୍ଟ ଲାଗେ ଯିଏ ଅଙ୍ଗେ ନିଭାଇଛନ୍ତି ସେ ହିଁ ଜାଣିଛନ୍ତି। ତେବେ କିଛି ଲୋକଙ୍କ ପ୍ରକୃତି ହଁ ସେମିତି। ସେମାନେ ଅନ୍ୟ ଉପରେ ମିଥ୍ୟା ଅଭିଯୋଗ ଲଗାଇ ନିଜକୁ ଭଦ୍ରର ପରିଚୟ ଦେଇଥାଆନ୍ତି। କିନ୍ତୁ ସେମାନଙ୍କର ଏହି ପରିଚୟ ବେଶୀଦିନ ତିଷ୍ଠି ପାରି ନଥାଏ।

    ନିକଟରେ ଜଷ୍ଟିସ ହେମା କମିଶନ କମିଟି ୨୩୫ ପୃଷ୍ଠାର ରିପୋର୍ଟକୁ ସାର୍ବଜନୀନ କରିଥିଲା। ଏଥିରେ ଅଭିନୟ ପାଇଁ ସିନେ ଇଣ୍ଡଷ୍ଟ୍ରିରେ ବଡ଼ଧରଣର ସେକ୍ସ ସ୍କାଣ୍ଡଲ ଚାଲିଥିବା ଜଣାପଡ଼ିଛି। ଯାହାକି ଦେଶରେ ଆଲୋଡ଼ନ ସୃଷ୍ଟି କରିଛି।

    ସିନେ ଇଣ୍ଡଷ୍ଟ୍ରିରେ ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା ଓ କିଛି ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଏହି ରାକେଟ ଚଲାଉଥିବା ସ୍ପଷ୍ଟ ହୋଇଛି। କାମ ପାଇଁ ଇଣ୍ଡଷ୍ଟ୍ରିକୁ ଆସୁଥିବା ମହିଳା ଓ ଝିଅଙ୍କୁ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରାଯାଉଛି। ଏଥିସହିତ ଡିଲ ଫାଇନାଲ ହେଲେ ଏକ କୋଡ଼ ମିଳୁଛି। ଯିଏବି ଏହି ଘଟଣାରେ ମୁହଁ ଖୋଲିବାକୁ ଚେଷ୍ଟା କରିବେ ତାଙ୍କୁ ମିଳୁଛି ହତ୍ୟା ଧମକ । ତେଣୁ ଭୟରେ ମହିଳା ଓ ଯୁବତୀ ମୁହଁ ନଖୋଲି ସବୁ ନିର୍ଯାତନାକୁ ସହି ଚାଲିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    84 %
    1.1kmh
    58 %
    Thu
    27 °
    Fri
    31 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ