Monday, March 9, 2026
36.7 C
Odisha

    ବିଜେଡି ଓ କଂଗ୍ରେସର ଶତାଧିକ ନେତା ବିଜେପିରେ ସାମିଲ ହେଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୫/୦୫: ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀର ଅଚ୍ୟୁତବସନ୍ତ, ଅରଖପୁର, ପଲେଇ, କୁନ୍ଦଳ, ରାଧାଦେଇପୁର ଗ୍ରାମ ପଂଚାୟତର ଶତାଧିକ ନେତା ଓ କର୍ମର୍ୀ ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଅଚ୍ୟୁତବସନ୍ତର ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ରୁଦ୍ରମାଧବ ବଳସାମନ୍ତ, ପରମେଶ୍ୱର ଦଳେଇ, ସାଧୁନାଥ ଦଳେଇ, ନାରଣ ଦଳେଇ, ବିଶ୍ୱଜିତ ବଳସାମନ୍ତ, ରବିଦ୍ର ଦଳେଇ, ଉତମ ଦଳେଇ, ଅରଖପୁର ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ପ୍ରଶାନ୍ତ ପରିଡା, ପଳେଇ ଗ୍ରାମ ପଂଚାୟତର ଅବସରପ୍ରାପ୍ତ ଶିକ୍ଷକ ଅନନ୍ତ କିଶୋର ମହାନ୍ତି, ଅବସରପ୍ରାପ୍ତ ମେଜର ଧନେଶ୍ୱର ମହାରଣା, ସମାଜସେବୀ ବିକ୍ରମ କିଶୋର ପ୍ରଧାନ, କୁନ୍ଦଳ ଗ୍ରାମ ପଂଚାୟତର ପୂର୍ବତନ ପଂଚାୟତ ସଭାପତି ସୁରେନ୍ଦ୍ର ନାଥ ସାମଲ, ରାଧାଦେଇପୁର ଗ୍ରାମ ପଂଚାୟତର ପୂର୍ବତନ କଂଗ୍ରେସ ସଭାପତି ଦିଲୀପ କୁମାର ସାହୁ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
    ସେହିପରି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେଡି ସରପଂଚ ପ୍ରାର୍ଥୀ ତଥା ସେନା ଅଧିକାରୀ ସଚିତ୍ରାନନ୍ଦ ଜେନା, ପୂର୍ବତନ ସମିତିସଭ୍ୟ ଦିଲୀପ କୁମାର ସାହୁ, ସରୋଜକାନ୍ତ ମହାନ୍ତି, ଅନିରୁଧ ମହାନ୍ତି, ଜଗନ୍ନାଥ ସାହୁ, କ୍ଷେତ୍ରବାସୀ ସାହୁ, ନୀର୍ମଳ ଚନ୍ଦ୍ର ଜେନା, ସମାଜସେବୀ ମଞ୍ଜରୀ ଜେନା, ହାଇକୋର୍ଟ ଆଇନଜୀବୀ ସୁମନ୍ତ ସ୍ୱାଇଁ, ଯୁବ କଂଗ୍ରେସ ସଭାପତି ସକୁନା କନୱାର, ଲକ୍ଷ୍ମୀନାରାୟଣ ସାମନ୍ତରାୟ, ରାକେଶନାଥ ସାମନ୍ତରାୟ, ସମାଜସେବୀ ପ୍ରଣତି ସାମନ୍ତରାୟ, ବରଗଡ ଗଣେଷ ପୂଜା କମିଟି ସମ୍ପାଦକ ସଂଗ୍ରାମ ମାର୍ଥା ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
    ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ପାର୍ଟିରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ମହାନ୍ତି ସଦସ୍ୟତା କରାଇଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ବଡଚଣା ବିଧାୟକ ପ୍ରାର୍ଥୀ ଅମର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.7 ° C
    36.7 °
    36.7 °
    21 %
    2.4kmh
    0 %
    Mon
    35 °
    Tue
    38 °
    Wed
    39 °
    Thu
    39 °
    Fri
    40 °

    ସମ୍ବନ୍ଧିତ