Tuesday, September 29, 2026
24.9 C
Odisha

    ଏଥର ଭ୍ରଷ୍ଟାଚାରୀ ତଥା ଜନବିରୋଧୀ ଶାସନକୁ ମୂଳୋତ୍ପାଟନ କରି “ଡବଲ ଇଞ୍ଜିନ ସରକାର” ଗଠନ କରିବେ ଓଡ଼ିଶାବାସୀ : ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୦୪/୦୩: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦୁଝର ଜିଲ୍ଲା ତେଲକୋଇର ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ଭଦ୍ରକ ଜିଲ୍ଲା ଧାମନଗରର ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଦାସ ଓ ଭଦ୍ରକର ପୂର୍ବତନ କଂଗ୍ରେସ ବିଧାୟକ ନରେନ ପଲେଇ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।
    ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଦାସଙ୍କ ସହ ତାଙ୍କ ଝିଅ ଗାର୍ଗୀ ଦାସ, ଫନିଭୂଷଣ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ସେକ୍ ରୁସ୍‌ତମ୍‌, ହିମାଦ୍ରୀ ନନ୍ଦନ ଦାସ, ଅମର ସେନାପତି, ସଞ୍ଜୀବ ମଲ୍ଲିକ, ରବିନ୍ଦ୍ର କୁମାର ସ୍ୱାଇଁ, ଅମୀୟ ସାଇନାଥ, ଧରଣୀଧର ନାୟକ, ସଂଗ୍ରାମ ଗୋସ୍ୱାମୀ, ବଳରାମ ନାଏକ, ନୀଳମଣି ମିଶ୍ର, ବୈକୁଣ୍ଠ ମଲ୍ଲିକ, ରଘୁନାଥ ମଲ୍ଲିକ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
    ସେହିପରି ପୂର୍ବତନ କଂଗ୍ରେସ ବିଧାୟକ ନରେନ ପଲେଇଙ୍କ ସହ ଆଇନଜୀବୀ ସେକ୍ ଜାଫୁରଉଦ୍ଦିନ, ପୂର୍ବ କାଉନସିଲର କାମେଶ ପରିଡା, ରାଜେଶ ନାୟକ, ସମାଜସେବୀ ସେକ୍ କୁରବାନ୍‌, ପ୍ରଦୀପ ବାରିକ, ହରମୋହନ ପରିଡା, ଶ୍ରମିକ ନେତା ଅରୁଣ ମଜୁମଦାର, କଲ୍ଲୋଳ କୁମାର ଲେଙ୍କା, ବନ୍ଧ ଗାଁର ପୂର୍ବତନ ସରପଂଚ ପର୍ଶୁରାମ ସେଠୀ, ଅଶ୍ୱିନୀ ପରିଡା ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି ।
    ତିନି ନେତୃବୃନ୍ଦଙ୍କ ସହ ବିଜେପିରେ ଯୋଗ ଦେଇଥିବା ନୂତନ ସଦସ୍ୟମାନଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦଳୀୟ ଉତରୀୟ ପିନ୍ଧାର ସ୍ୱାଗତ କରିଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସୁଶାସନ ଓ ବିକଶିତ ଭାରତ ପାଇଁ ତାଙ୍କ ଗ୍ୟାରେଂଟିରେ ଅନୁପ୍ରାଣିତ ହୋଇ ବିଭିନ୍ନ ବର୍ଗର ଶତାଧିକ ନେତା ଓ କାର୍ଯ୍ୟକର୍ତା କ୍ରମାଗତ ବିଜେପିରେ ଯୋଗ ଦେଇ ଚାଲିଛନ୍ତି । ଏହି ବିପୁଳ ମିଶ୍ରଣକୁ ଦେଖି ଅନୁଭବ କରିହେଉଛି ଓଡ଼ିଶାରେ ବିଜେଡିର ଭ୍ରଷ୍ଟାଚାର ତଥା ଜନ ବିରୋଧୀ ଶାସନକୁ ମୂଳୋତ୍ପାଟନ କରିବା ସହ ଓଡ଼ିଶାରେ “ଡବଲ ଇଞ୍ଜିନ ସରକାର” ଗଠନ ହେବ ବୋଲି ସମବେତ କାର୍ଯ୍ୟକର୍ତାଙ୍କୁ ଶ୍ରୀ ସାମଲ କହିଛନ୍ତି ।
    ଏହି ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ, ପ୍ରଦୀପ ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ସରୋଜ କର, ଅଭିମନ୍ୟୁ ସେଠୀ, ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀ, ପୂର୍ବତନ ଭଦ୍ରକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରଞ୍ଜିତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ