Saturday, October 10, 2026
22.4 C
Odisha

    ଭଡ଼ାଟିଆଙ୍କ ପ୍ରେମ ସମ୍ପର୍କ: ବଳି ପଡ଼ିଲେ ଘର ମାଲିକ, ଦୁଇ ଅଭିଯୁକ୍ତ ଗିରଫ

    ଆଗକୁ ପଢନ୍ତୁ

    ନୀଳଗିରି: ଦୁଇ ଘର ଭଡ଼ାଟିଆଙ୍କ ପ୍ରେମ ସମ୍ପର୍କ ପାଇଁ ଘର ମାଲିକ ବଳି ପଡ଼ିଛନ୍ତି। ଭଡାଟିଆଙ୍କ ଖଣ୍ଡା ଚୋଟରେ ଘର ମାଲିକଙ୍କ ମୃତ୍ୟୁ ହୋଇଛି। ମୟୂରଭଂଜ ଜିଲ୍ଲା ଶରତ ଥାନା ଅଞ୍ଚଳ ଅଶୋକଟିର ଡାହିସାହି ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି। ପୁଲିସ ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଅଶୋକ ସେଠୀ ଓ ଅଶୋକ ମହାନ୍ତି। ସୂଚନା ଅନୁସାରେ ଶରତ ଥାନା ଅଧୀନ ଅଶୋକକୋଟି ଗାଁର ଶ୍ରୀରାମ ସିଂଙ୍କ ଘରେ ଅଶୋକ ସେଠୀ ଓ ଜଣେ ମହିଳା ଘର ଭଡ଼ା ନେଇ ରହିଥିଲେ। ଅଶୋକ ମୋବାଇଲ ଦୋକାନ କରିଥିଲା ବେଳେ ମହିଳା ଜଣକ ଟେଲର ଦୋକାନ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଏବିଷୟରେ ଜାଣିଲା ପରେ ଶ୍ରୀରାମ ସେମାନଙ୍କୁ ତାଗିଦ୍ କରିଥିଲେ, ଯାହାର ପ୍ରତିଶୋଧ ନେବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଅଶୋକ ସେଠୀ। ଗତ ୨୫ ତାରିଖରେ ଘର ମାଲିକ ଶ୍ରୀରାମ ସିଂଙ୍କୁ ବ୍ୟାଙ୍କ ଚେକ୍ ଦେବା କଥା କହି ରାତିରେ ଘରୁ ଡାକି ଆଣିଥିଲା ଅଶୋକ। କିନ୍ତୁ ଆଉ ଘରକୁ ଫେରିନଥିଲେ ଶ୍ରୀରାମ, ଯାହାକୁ ନେଇ ତାଙ୍କ ସ୍ତ୍ରୀ ମାଳତୀ ହେମ୍ବ୍ରମ ଶରତ ଥାନାରେ ଏକ ନିଖୋଜ ଅଭିଯୋଗ କରିଥଲେ। ଅଭିଯୋଗ ପରେ ଶରତ ଥାନା ଆଇଆଇସି ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲା। ଏହି ଘଟଣାର ଦୁଇଜଣ ମାଷ୍ଟର ମାଇଣ୍ଡ ଅଶୋକ ସେଠୀ ଓ ତାଙ୍କ ସହଯୋଗୀ ଅଶୋକ ମହାନ୍ତିଙ୍କୁ ଗିରଫ କରି ଖୋଳତାଡ଼ ଆରମ୍ଭ କରିଥିଲା। ଅଭିଯୁକ୍ତମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ଜବତ କରିଥିଲା। ଶେଷରେ ସମସ୍ତ କଥା ପୁଲିସ ଆଗରେ ଭଡାଟିଆମାନେ ମାନିଥିଲେ। ଅଭିଯୁକ୍ତମାନେ ପୁଲିସକୁ କହିଥିଲେ ଯେ, ଶ୍ରୀରାମଙ୍କୁ ହତ୍ୟା ପରେ ଅଭିଯୁକ୍ତମାନେ ବାଲେଶ୍ବର ଜିଲ୍ଲା ନୀଳଗିରି କୁଳଡିହା ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ଗଳିତ ଶବ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ