Wednesday, October 14, 2026
26.2 C
Odisha

    କାମ କରିବାକୁ ସ୍ବପ୍ନ ଦେଖିବା ଭଳି ନିର୍ଦ୍ଦେଶକ ଇଣ୍ଡଷ୍ଟ୍ରିରେ ନାହାନ୍ତି: କଙ୍ଗନା

    ଆଗକୁ ପଢନ୍ତୁ

    ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଫିଲ୍ମ ‘ଏମରଜେନ୍ସି’ ରିଲିଜକୁ ଅନୁମତି ମିଳିଯାଇଛି। ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୬, ୨୦୨୪ରେ ମୁକ୍ତିଲାଭ କରିବାର ଥିଲା । କିନ୍ତୁ ଶିଖ ସମ୍ପ୍ରଦାୟର ଆପତ୍ତି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ହେଲେ ପରେ ସେନସର ବୋର୍ଡ ଏହି ଫିଲ୍ମକୁ ରିଲିଜ୍ ପାଇଁ ଅନୁମତି ଦେଇଥିଲେ। ଫିଲ୍ମ ତିଆରିଠାରୁ ଆରମ୍ଭ କରି ଏହାକୁ ରିଲିଜ୍ କରାଇବା ପର୍ଯ୍ୟନ୍ତ କଙ୍ଗନାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି। ଏହି ଫିଲ୍ମ‌ରେ ସେ ଉଭୟ ନିର୍ଦ୍ଦେଶକ ଓ ପ୍ର‌ଯୋଜକଙ୍କର ଦାୟିତ୍ବ ନିଭାଇଛନ୍ତି।
    ଇଣ୍ଡଷ୍ଟ୍ରିରେ ଭଲ ନିର୍ଦ୍ଦେଶକ ନଥିବାରୁ ସେ ଏହି ଦାୟିତ୍ବ ନେଉଥିବା ପ୍ରକାଶ କରିଛନ୍ତି। ତାଙ୍କ କହିବା ମୁତାବକ, “ଆମ ଚାରିପାଖରେ ଥିବା ନିର୍ଦ୍ଦେଶକମାନଙ୍କ କାମ ଦେଖି ମୁଁ ନିରାଶ ହୋଇଛି। ଆମର ଭଲ ନିର୍ଦ୍ଦେଶକ ନାହାନ୍ତି। ଯଦି ଆମର ଭଲ ନିର୍ଦ୍ଦେଶକ ଥାଆନ୍ତେ, ତେବେ ମୋତେ ଏହା କରିବାକୁ ପଡ଼ିନଥାନ୍ତା। ଏହା କାହାକୁ ଅସମ୍ମାନ କରିବା ପାଇଁ କହୁ ନାହିଁ। କିନ୍ତୁ ସଚ୍ଚୋଟତାର ସହିତ କହିବାକୁ ଗଲେ, ଯଦି ଆପଣ ପଚାରିବେ ଯେ କେଉଁ ନିର୍ଦ୍ଦେଶକଙ୍କ ସହିତ କାମ କରିବାର ସ୍ବପ୍ନ ଅଛି, ତେବେ ମୁଁ କହିବି ସେଭଳି କେହି ଜୀବିତ ନାହାନ୍ତି। ଯେଉଁ ନିର୍ଦ୍ଦେଶକମାନେ ବଡ଼ ଫିଲ୍ମ ତିଆରି କରୁଛନ୍ତି, ସେମାନେ ଯେଉଁଭଳି ଭାବରେ ସେମାନଙ୍କର ମହିଳା ଚରିତ୍ରମାନଙ୍କ ସହିତ ଅତ୍ୟାଚାର କରନ୍ତି ତାହା ଗ୍ରହଣୀୟ ନୁହେଁ।”

    ସେ ଆହୁରି କହିଛନ୍ତି, ” ‘କ୍ୱିନ୍’ ହେଉ, ‘ତନୁ ୱେଡ୍ସ ମନୁ’ କିମ୍ବା ‘ଗ୍ୟାଙ୍ଗଷ୍ଟର’ ବା ‘ଫ୍ୟାଶନ୍’ ହେଉ… ସେହି ଫିଲ୍ମର ନିର୍ଦ୍ଦେଶକ ତୁଳନାତ୍ମକ ଭାବରେ ନୂଆ ନିର୍ଦ୍ଦେଶକ ଥିଲେ। ମୁଁ କୌଣସି ଖାନଙ୍କ ସହ ଫିଲ୍ମ କରିନାହିଁ କିମ୍ବା ୟଶରାଜ ବ୍ୟାନରର ଫିଲ୍ମରୁ ଡେବ୍ୟୁ କରିନାହିଁ। ଏବେର ଅବସ୍ତା ଦେଖି ମୁଁ ନିଜେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଛି |”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ