Sunday, October 11, 2026
22.1 C
Odisha

    ଚଳିତ ବର୍ଷ ସ୍ବାସ୍ଥ୍ଯକର୍ମୀ ଓ ଡାକ୍ତରଙ୍କୁ ଦିଆଯାଉ ଭାରତ ରତ୍ନ- କେଜ୍ରିୱାଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ନିଜ ଜୀବନକୁ ବିପଦରେ ପକାଇଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ଦାବି କରିଛନ୍ତି। କରୋନା ବିରୋଧରେ ଯୁଦ୍ଧରେ ପ୍ରାଣ ହରାଇଥିବା ଡାକ୍ତରଙ୍କ ପାଇଁ ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଛନ୍ତି। ଏଥିପାଇଁ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ନିଜର ଦାବି ଜଣାଇଛନ୍ତି। ଏ ସମ୍ପର୍କରେ କେଜ୍ରିୱାଲ ରବିବାର ଟୁଇଟ୍ କରି କହିଛନ୍ତି ଯେ, ଚଳିତ ବର୍ଷ ‘ଭାରତୀୟ ଡାକ୍ତର’ ଭାରତ ରତ୍ନ ପାଇବା ଉଚିତ୍। ଭାରତୀୟ ଡାକ୍ତର ଅର୍ଥାତ୍ ସମସ୍ତ ଡାକ୍ତର, ନର୍ସ ଏବଂ ପାରାମେଡିକ୍ । ଶହୀଦ ଡାକ୍ତରଙ୍କ ପାଇଁ ଏହା ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଯେଉଁମାନେ ସେମାନଙ୍କର ଜୀବନ ଏବଂ ପରିବାର ବିଷୟରେ ଚିନ୍ତା ନକରି ସେବା କରନ୍ତି ସେମାନଙ୍କ ସମ୍ମାନ ଏହା ହେବ । ଏହାକୁ ନେଇ ସମଗ୍ର ଦେଶ ଖୁସି ହେବ ବୋଲି କେଜ୍ରିୱାଲ ଟ୍ବିଟରେ କହିଛନ୍ତ। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, କରୋନା ମହାମାରୀର ଦ୍ୱିତୀୟ ଲହରରେ ମୋଟ ୭୩୦ ଡାକ୍ତର ପ୍ରାଣ ହରାଇଛନ୍ତି। କୋଭିଡ -୧୯ କାରଣରୁ ବିହାରରେ ସର୍ବାଧିକ ୧୧୫ ଡାକ୍ତରଙ୍କ ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ ୧୦୯, ଉତ୍ତରପ୍ରଦେଶରେ ୭୯, ପଶ୍ଚିମବଙ୍ଗରେ ୬୨, ରାଜସ୍ଥାନରେ ୪୩, ଝାଡଖଣ୍ଡରେ୩୯ ଏବଂ ଆନ୍ଧ୍ରପ୍ରଦେଶର ୩୮ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଆଇଏମଏ ଅନୁଯାୟୀ ଦେଶରେ କୋଭିଡ -19 ମହାମାରୀର ପ୍ରଥମ ଲହରୀ ସମୟରେ ୭୪୮ ଡାକ୍ତରଙ୍କ ମୃତ୍ୟୁ ଘଟିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    0.9kmh
    0 %
    Sun
    30 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ