Monday, May 4, 2026
27.3 C
Odisha

    ଏସ୍‌ଏଫ୍‌ଆଇ ନେତାଙ୍କ ଗିରଫ ଦାବୀରେ ରାଜରାସ୍ତାରେ ବସିଲେ କେରଳ ରାଜ୍ୟପାଳ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେରଳର ନୀଳାମେଲ ଜିଲ୍ଲାରେ ରାଜ୍ୟପାଳଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଷ୍ଟୁଡେଣ୍ଟ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) କାର୍ଯ୍ୟକର୍ତ୍ତାମାନଙ୍କୁ ଗିରଫ କରିବା ଦାବିରେ କେରଳ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ୍‌ ଶନିବାର ନିଜ ଗାଡ଼ିରୁ ଓହ୍ଲାଇ ରାଜରାସ୍ତା କଡ଼ରେ ଥିବା ଏକ ଦୋକାନ ସମ୍ମୁଖରେ ଧାରଣାରେ ବସିଥିଲେ। ସେ ଏଠାରେ ବ୍ୟସ୍ତ ବହୁଳ ଏମସି ରୋଡରେ ଥିବା ଏକ ଦୋକାନରୁ ଗୋଟିଏ ଚେୟାର ନେଇ ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜରାସ୍ତା ଉପରେ ବସିଥିଲେ।

    ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ଏହି ଦୃଶ୍ୟରେ ରାଗିଯାଇଥିବା ରାଜ୍ୟପାଳ ଖାନ୍‌ ପୁଲିସ କର୍ମଚାରୀଙ୍କ ସହ କଠୋର ଶବ୍ଦରେ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳଥିଲା। ଘଟଣାସ୍ଥଳରେ ପୁଲିସ ବ୍ୟତୀତ ତାଙ୍କ ଅଧିକାରୀ ଓ ସ୍ଥାନୀୟ ଲୋକେ ବହୁ ସଂଖ୍ୟାରେ ଏକାଠି ହୋଇଥିଲେ। ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ୍‌)ର ଛାତ୍ର ଶାଖା ଏସ୍‌ଏଫ୍‌ଆଇର କେତେକ କର୍ମକର୍ତ୍ତା ରାଜ୍ୟପାଳ ଏକ କାର୍ଯ୍ୟକ୍ରମରେ ନିକଟସ୍ଥ କୋଟାରକ୍କାରା ଯାଉଥିବା ବେଳେ ତାଙ୍କ ବିରୋଧରେ କଳା ପତାକା ପ୍ରଦର୍ଶନ କରିଥିଲେ।

    ଉଲ୍ଲେଖଯୋଗ୍ୟ, ମୁଖ୍ୟତଃ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକର କାର୍ଯ୍ୟକାରିତା ଏବଂ ବିଧାନସଭାରେ ପାରିତ କେତେକ ବିଲ୍‌ରେ ସେ ସ୍ୱାକ୍ଷର ନକରିବା ଆଦି ଅନେକ ପ୍ରସଙ୍ଗକୁ ନେଇ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ୍‌ ଓ ବାମପନ୍ଥୀ ସରକାର ମଧ୍ୟରେ ବିବାଦ ଲାଗି ରହିଛି। ରାଜ୍ୟପାଳ ଓ ରାଜ୍ୟ ସରକାର ମୁହାଁମୁହିଁ ପରିସ୍ଥିତି ମଧ୍ୟରେ ଥିବାବେଳେ ଗୁରୁବାର ରାଜ୍ୟପାଳ କେରଳ ବିଧାନସଭାରେ ନିଜର ପାରମ୍ପରିକ ଅଭିଭାଷଣକୁ ଦୁଇ ମିନିଟ୍‌ ମଧ୍ୟରେ ଶେଷ କରି କେବଳ ଶେଷ ଅନୁଚ୍ଛେଦ ପଢ଼ି ବିଧାନସଭା ମଧ୍ୟରୁ ଚାଲି ଆସିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.3 ° C
    27.3 °
    27.3 °
    62 %
    1.9kmh
    24 %
    Mon
    39 °
    Tue
    38 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ