Thursday, May 15, 2025
33.3 C
Odisha

    କେଜ୍ରିୱାଲଙ୍କୁ ପୁଣି ଝଟକା: ଜାମିନକୁ ସାମୟିକ ସ୍ଥଗିତ ରଖିଲେ ଦିଲ୍ଲୀ ହାଇକୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ବର୍ତ୍ତମାନ ହାଇକୋର୍ଟ କେଜ୍ରିୱାଲଙ୍କ ଜାମିନ ଉପରେ ସାମୟିକ ରୋକ ଲଗାଇଛନ୍ତି। ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ଜାମିନ ସ୍ଥଗିତ ରହିବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଗତକାଲି ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ। କିନ୍ତୁ ଆଜି କେଜ୍ରିୱାଲଙ୍କ ଜାମିନକୁ ବିରୋଧ କରି ଇଡି ହାଇକୋର୍ଟରେ ପହଞ୍ଚିଛି। ଦିଲ୍ଲୀ ହାଇକୋର୍ଟରେ କେଜ୍ରିୱାଲଙ୍କ ଜାମିନକୁ ଏନଫୋର୍ସମେଣ୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ବିରୋଧ କରିଛି। ତୁରନ୍ତ ଶୁଣାଣି କରିବାକୁ ହାଇକୋର୍ଟଙ୍କୁ ଇଡି ଦାବି କରିଛି। ହାଇକୋର୍ଟ ଇଡି ଆବେଦନକୁ ଗ୍ରହଣ କରିଛନ୍ତି। ଇଡି ଏହାର ଆବେଦନରେ କହିଛି, ତଦନ୍ତର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ କେଜ୍‌ରିଓ୍ବାଲଙ୍କୁ ଜାମିନ ମିଳିବା ତଦନ୍ତ ଉପରେ ପ୍ରଭାବ ପକାଇବ କାରଣ କେଜ୍‌ରିଓ୍ବାଲ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି। ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଇଡି ମାର୍ଚ୍ଚ ୨୧ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା। କେଜ୍ରିୱାଲ ଆଜି ତିହାର ଜେଲରୁ ବାହାରକୁ ଆସିବା କଥା ଥିଲା କିନ୍ତୁ ଏହା ପୂର୍ବରୁ ଇଡି ହାଇକୋର୍ଟରେ ପହଞ୍ଚି ଜାମନକୁ ବିରୋଧ କଲା। ଏହାରି ମଧ୍ୟରେ ବିଚାରପତି ସୁଧୀର ଜୈନ କହିଥିଲେ, ଯେଉଁ ପର୍ଯ୍ୟନ୍ତ ହାଇକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଛି, ସେ ପର୍ୟ୍ୟନ୍ତ ନିମ୍ନ ଅଦାଲତର ଆଦେଶ ପ୍ରଭାବୀ ହେବ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    33.3 ° C
    33.3 °
    33.3 °
    42 %
    0.4kmh
    17 %
    Thu
    40 °
    Fri
    42 °
    Sat
    42 °
    Sun
    42 °
    Mon
    41 °

    ସମ୍ବନ୍ଧିତ