Friday, October 2, 2026
29.9 C
Odisha

    ଭିକ ମାଗି ମହିଳା କୋଟିପତି: ମାସିକ ରୋଜଗାର ଲକ୍ଷେ ୬୦ ହଜାର

    ଆଗକୁ ପଢନ୍ତୁ

    ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ଭିକ ମାଗି କୋଟିପତି ପାଲଟିଛନ୍ତି। ଭିକ ମାଗିବା ଅଭିଯୋଗରେ ମହିଳା ଜଣକୁ ପୁଲିସ ଗିରଫ କରିଛି। ପୁଲିସକୁ ମହିଳା ଜଣକ ଦେଇଥିବା ସୂଚନା ଅନୁସାରେ ୬ ସପ୍ତାହରେ ମହିଳାଜଣକ ଅଢ଼େଇ ଲକ୍ଷ ଟଙ୍କା ରୋଜଗାର କରିଛି। ମାସିକ ରୋଜଗାର ପ୍ରାୟ ଲକ୍ଷେ ୬୦ ହଜାର ଟଙ୍କା। ମହିଳା ଜଣକ ନାମ ହେଉଛି ଇନ୍ଦ୍ରା ବାଇ। ଇନ୍ଦ୍ରାଙ୍କର ୫ଟି ପିଲା ଅଛନ୍ତି। ଇନ୍ଦ୍ରା ପିଲାମାନଙ୍କୁ ଇନ୍ଦୋରରେ ଭିକ ମଗାଇବା କାର୍ୟ୍ୟରେ ନିୟୋଜିତ କରିଛି। ପିଲାମାନଙ୍କୁ ଭିକ ମଗାଇ ସେ ଦୁଇ ମହଲା ଘର ବି ତିଆରି କରିଛି। ଜମି ବି କିଣିଛି। ଏହାସହ ଅନ୍ୟାନ୍ୟ ଡିଜିଟାଲ ସାମଗ୍ରୀ ରହିଛି । ସୂଚନା ମୁତାବକ, ଇନ୍ଦ୍ରାକୁ ଗିରଫ କରାଯାଇ ଜେଲ ପଠାଯାଇଛି। କାରଣ ଇନ୍ଦ୍ରାର ୫ ଜଣ ପିଲାଙ୍କ ମଧ୍ୟରୁ ବଡ଼ର ବୟସ ୧୦ ବର୍ଷ ହୋଇଥିବାବେଳେ ଅନ୍ୟ ୪ ପିଲାଙ୍କର ବୟସ ଯଥାକ୍ରମେ ୮ ବର୍ଷ, ୭ ବର୍ଷ, ୩ ବର୍ଷ ଏବଂ ୨ ବର୍ଷ। ପୁଲିସ ସୂଚନା ଅନୁଯାୟୀ, ପିଲାମାନଙ୍କୁ ଇନ୍ଦୋରର ଲବ କୁଶ ଛକରେ ଭିକ ମାଗିବା ଲାଗି ନିୟୋଜିତ କରାଯାଉଥିଲା। ସେଠାରୁ ଇନ୍ଦୋରର ମହାକାଳ ମନ୍ଦିରକୁ ରାସ୍ତା ଯାଇଛି। ଗତ ୯ ତାରିଖରେ ଇନ୍ଦ୍ରା ତା’ର ୭ ବର୍ଷର ଝିଅ ସହିତ ଭିକ ମାଗିବା ସମୟରେ ପୁଲିସ ହାତରେ ଧରା ପଡ଼ିଥିଲା। ସେହି ସମୟରେ ତା’ର ସ୍ୱାମୀ ଓ ଦୁଇ ପିଲା ଖସି ପଳାଇଥିଲେ। ପୁଲିସ ମହିଳା ନିକଟରୁ ୧୯ ହଜାର ଟଙ୍କା ଏବଂ ଝିଅ ନିକଟରୁ ୬୦୦ ଟଙ୍କା ଜବତ କରିଛି। ଇନ୍ଦ୍ରା କହିଛି ଗିରଫ ହେବାର ୪୫ ଦିନ ପୂର୍ବରୁ ସେ ୨.୫ ଲକ୍ଷ ଟଙ୍କା ରୋଜଗାର କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ