Saturday, October 10, 2026
24.4 C
Odisha

    ଲାକ୍ଷାଦ୍ବୀପରେ ନିର୍ମାଣ ହେବ ନୂଆ ବିମାନବନ୍ଦର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତ-ମାଳଦ୍ବୀପ ବିବାଦ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ବାସ୍ତବରେ, ଲାକ୍ଷାଦ୍ବୀପ ମିନିକଏ ଆଇଲ୍ୟାଣ୍ଡରେ ଏକ ନୂତନ ବିମାନବନ୍ଦର ନିର୍ମାଣ କରିବାକୁ ଭାରତ ସରକାର ଯୋଜନା କରୁଛନ୍ତି। ଏହି ବିମାନବନ୍ଦର ନିର୍ମାଣ ସହିତ ଲାକ୍ଷାଦ୍ବୀପଠାରେ ପର୍ଯ୍ୟଟନ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବିଶେଷ କଥା ହେଉଛି ନୂତନ ବିମାନବନ୍ଦର ନାଗରିକ ତଥା ସାମରିକ ଉଦ୍ଦେଶ୍ୟ ପାଇଁ ହେବ ଏବଂ ଏଠାରୁ ସିଭିଲ୍ ବିମାନ ସହିତ ସାମରିକ ବିମାନ ମଧ୍ୟ କାର୍ଯ୍ୟ କରିବାରେ ସକ୍ଷମ ହେବ। ସରକାରଙ୍କ ସହ ଜଡିତ ସୂତ୍ରରୁ ପ୍ରକାଶ ଯେ ସିଭିଲ୍ ବିମାନ ସହିତ ସାମରିକ ପରିବହନ ବିମାନ ଏବଂ ଯୁଦ୍ଧ ବିମାନ ମଧ୍ୟ ନୂତନ ବିମାନବନ୍ଦରରେ କାର୍ଯ୍ୟ କରିପାରିବ । ମିନିକଏ ଦ୍ୱୀପରେ ଏକ ନୂତନ ବିମାନବନ୍ଦର ନିର୍ମାଣ ପାଇଁ ସରକାର ପୂର୍ବରୁ ମଧ୍ୟ ପ୍ରସ୍ତାବ ଦେଇଥିଲେ, କିନ୍ତୁ ବର୍ତ୍ତମାନ ଏହି ପ୍ରସ୍ତାବକୁ ପରିବର୍ତ୍ତନ କରିବା ସହ ଏହାକୁ ମିଳିତ ବିମାନ କ୍ଷେତ୍ର ଭାବରେ ବିକଶିତ କରିବା ପାଇଁ ପ୍ରସ୍ତୁତି ଚାଲିଛି। ସାମରିକ ଦୃଷ୍ଟିକୋଣରୁ, ନୂତନ ବିମାନବନ୍ଦର ନିର୍ମାଣ ଭାରତକୁ ଆରବ ସାଗର ଏବଂ ଭାରତ ମହାସାଗର ଉପରେ ନଜର ରଖିବାରେ ରଣନୀତିଗତ ଭାବେ ସାହାଯ୍ୟ କରିବ। ଭାରତୀୟ ତଟରକ୍ଷୀ ବାହିନୀ ପୂର୍ବରୁ ମିନିକଏ ଦ୍ୱୀପରେ ଏୟାରଷ୍ଟ୍ରିପ୍ ନିର୍ମାଣ କରିବାକୁ ସରକାରଙ୍କୁ ପରାମର୍ଶ ଦେଇଥିଲା, କିନ୍ତୁ ବର୍ତ୍ତମାନର ପ୍ରସ୍ତାବରେ ଭାରତୀୟ ବାୟୁସେନାକୁ ଏହାକୁ ଏକ ପ୍ରମୁଖ ସ୍ଥାନ ଭାବେ ନେବା ସହ ଭାରତୀୟ ବାୟୁସେନା ଏହି ବିମାନବନ୍ଦରର ସଞ୍ଚାଳନ କରିବ ।

    ଉଲ୍ଲେଖଯୋଗ୍ୟ ଲାକ୍ଷାଦ୍ୱୀପ ପାଖରେ ବର୍ତ୍ତମାନ ଏବେ କେବଳ ଗୋଟିଏ ଏୟାରଷ୍ଟ୍ରିପ୍ ରହିଛି । ଯାହାକି ଅଗାତି ଦ୍ୱୀପ ଉପରେ ରହିଛି । ହେଲେ ସେଠାରେ ବର୍ତ୍ତମାନ ସବୁ ପ୍ରକାର ବିମାନ ଲ୍ୟାଣ୍ଡ କରିପାରୁନି । ହେଲେ ନୂଆ ବିମାନବନ୍ଦର ହେଲେ ଲାକ୍ଷାଦ୍ୱୀପର ପର୍ଯ୍ୟଟନକୁ ନୂଆ ଦିଗ ମିଳିବ ବୋଲି କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ