Sunday, September 6, 2026
23.6 C
Odisha

    ସଙ୍ଗୀତ ସମ୍ରାଟ ଉସ୍ତାଦ ରଶିଦ ଖାନଙ୍କ ଦେହାନ୍ତ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଶାସ୍ତ୍ରୀୟ ଗାୟକ ଉସ୍ତାଦ୍ ରଶିଦ ଖାନଙ୍କ ଦେହାନ୍ତ ଘଟିଛି। ଆଜି କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ସେ ଦିର୍ଘଦିନ ହେବ କ୍ୟାନସରରେ ପୀଡ଼ିତ ଥିଲେ। ଗତ ଡିସେମ୍ବର ୨୩ରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗତ କିଛି ଦିନ ହେବ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଏବଂ ଭେଣ୍ଟିଲେଟରରେ ଚିକିତ୍ସା କରାଯାଉଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ସୂଚନା ଅନୁସାରେ ପ୍ରଥମେ ତାଙ୍କୁ ମୁମ୍ବାଇର ଟାଟା ମେମୋରିଆଲ କର୍କଟ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା,ପରେ ସେ କୋଲକାତାର ଏକ ଡାକ୍ତରଖାନାରେ ଚିକିତ୍ସା ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲେ ବି କିଛି ଦିନ ପରେ ସେ ପୁଣି ଅସୁସ୍ଥ ହୋଇପଡ଼ିଥିଲେ। ଆଇସିୟୁରେ ଭର୍ତ୍ତି ହେବାପରେ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ହେଲେ ସମସ୍ତ ଉଦ୍ୟମ ସତ୍ତ୍ବେ ଡାକ୍ତର ତାଙ୍କୁ ବଞ୍ଚାଇ ପାରିନଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.6 ° C
    23.6 °
    23.6 °
    91 %
    1.2kmh
    12 %
    Sun
    31 °
    Mon
    31 °
    Tue
    31 °
    Wed
    30 °
    Thu
    28 °

    ସମ୍ବନ୍ଧିତ