Wednesday, January 28, 2026
19.5 C
Odisha

    ପୁଣି ଭୂସ୍ଖଳନ: ପାହାଡ଼ ଧସିଲା, ଯୋଗାଯୋଗ ବିଚ୍ଛିନ୍ନ ହେଲା ୧୮ ଗାଁ

    ଆଗକୁ ପଢନ୍ତୁ

    ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ପୁଣି ଦୟନୀୟ ସ୍ଥିତି। କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତ ବାୟାପଡା ଘାଟିରେ ବଡ଼ ଧରଣର ଭୂସ୍ଖଳନ ହେବା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ୧୮ ଟି ଗାଁ ର ବାସିନ୍ଦା। ଘାଟିରେ ତୁମ୍ବା ପଦର ନିକଟରେ ଭୁସ୍କଳନ ହୋଇଥିବା ବେଳେ ଯାତାୟତ ପାଇଁ କାଠ ପୋଲ ନିର୍ମାଣ କରି ବିପଦସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଅଂଚଳ ବାସିନ୍ଦା। କେବଳ ପାଦ ଚାଲ ରାସ୍ତା ଖଣ୍ଡିକ ରହିଛି। ମୋଟର ସାଇକେଲ କିମ୍ବା ଚାରି ଚକିଆ ଯାନ ଯିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି। ଲୋକେ ବହୁତ ହଇରାଣ ହେଉଥିବା କହିଛନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ଏନେଇ ପଦକ୍ଷେପ ଗ୍ରହଣ କରାନଗଲେ ଲୋକେ ନାହିଁ ନଥିବା ହଇରାଣ ହେବେ। ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ରାସ୍ତାରେ ଏବେ ବାଧ୍ୟ ହୋଇ ଯିବା ଆସିବା କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.5 ° C
    19.5 °
    19.5 °
    43 %
    2kmh
    1 %
    Wed
    19 °
    Thu
    32 °
    Fri
    32 °
    Sat
    33 °
    Sun
    33 °

    ସମ୍ବନ୍ଧିତ