Sunday, June 1, 2025
27.3 C
Odisha

    ନୂଆ ବର୍ଷରୁ ବିଏସକେୱାଇ୍-ନବୀନ କାର୍ଡର ଶୁଭାରମ୍ଭ : ଆସନ୍ତା ୬ ତାରିଖରୁ ହେବ ନୂଆ ପଞ୍ଜିକରଣ

    ଆଗକୁ ପଢନ୍ତୁ

    ଟଙ୍କା ପାଇଁ ରାଜ୍ୟରେ କାହାରି ଚିକିତ୍ସାରେ ଅବହେଳା ହେବ ନାହିଁ । ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଆଉ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ନୂଆ ବର୍ଷରୁ ବିଏସକେୱାଇ୍-ନବୀନ କାର୍ଡର ଶୁଭାରମ୍ଭ ହୋଇଛି । ଆସନ୍ତା ୬ ତାରିଖରୁ ଏହି କାର୍ଡର ପଞ୍ଜିକରଣ ଆରମ୍ଭ ହେବ । ପଞ୍ଚାୟତ ସ୍ତରରେ ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ କରିପାରିବେ । ଡବ୍ଲୁଡବ୍ଲୁଡବ୍ଲୁ.ବିଏସକେୱାଇନବୀନ.ଓଡିଶା.ଜିଓଭି.ଇନ୍ ଜରିଆରେ ଜଣେ ବ୍ୟକ୍ତି ନିଜ କାର୍ଡ ପାଇଁ ଆବେଦନ କରିପାରିବେ ।ମୋ ସେବା କେନ୍ଦ୍ରରେ ବିନା ଦେୟରେ ମଧ୍ୟ ପଞ୍ଜିକରଣ କରିପାରିବେ । ଅଫଲାଇନ୍ ବ୍ୟବସ୍ଥାରେ ଦରଖାସ୍ତ ଗ୍ରହଣ କରାଯିବ ନାହିଁ । ଏଥିପାଇଁ ଜିଲ୍ଲା ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯିବ । କେଉଁମାନେ ଏଥିରେ ସାମିଲ ହୋଇ ପାରିବେ, କି ପ୍ରକାର ସୁବିଧା ପାଇବେ, ଏବଂ କେମିତି ପଞ୍ଜିକରଣ କରିବେ, ସେ ସଂପର୍କରେ ସଚେତନ କରାଯିବ । ଯେଉଁ ମାନଙ୍କ ପାଖରେ ବିଏସକେୱାଇ କାର୍ଡ ଓ ରାସନ୍ କାର୍ଡ ଅଛି, ସେମାନଙ୍କୁ ବିଏସକେୱାଇ୍-ନବୀନ କାର୍ଡ ପାଇଁ ଆବେଦନ କରିବାର ଆବଶ୍ୟକତା ନାହିଁ । ଯେଉଁମାନେ ସରକାରୀ ଚାକିରି କରିନାହାନ୍ତି, କି ଇନକମ୍ ଟ୍ୟାକ୍ସ ଦେଉନାହାନ୍ତି, କିନ୍ତୁ ସେମାନଙ୍କ ପାଖରେ ରାସନକାର୍ଡ ନାହିଁ, ସେମାନେ ବିଏସକେୱାଇ୍-ନବୀନ କାର୍ଡ ପାଇଁ ଅନଲାଇନ୍ ଆବେଦନ କରିପାରିବେ । ବିଏସକେୱାଇ୍-ନବୀନ କାର୍ଡରେ ପ୍ରତି ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ । ଚଳିତ ବର୍ଷ ମେ’ ମାସରୁ ଏହି ସୁବିଧା ଉପଲବ୍ଧ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    74 %
    1.2kmh
    100 %
    Sun
    37 °
    Mon
    40 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ