Saturday, July 27, 2024
24.8 C
Odisha

    ମୋହାଲି ନୁହେଁ, ଏଥର ନୂଆ ହୋମଗ୍ରାଉଣ୍ଡରେ ମ୍ୟାଚ୍ ଖେଳିବ ପଞ୍ଜାବ କିଙ୍ଗସ୍

    ଆଗକୁ ପଢନ୍ତୁ

    ଆଇପିଏଲ୍ ୨୦୨୪ରେ ନୂଆ ହୋମଗ୍ରାଉଣ୍ଡରେ ଖେଳିବ ପଞ୍ଜାବ କିଙ୍ଗସ୍ । ଏଣିକି ମୋହାଲି ନୁହେଁ ବରଂ ପଞ୍ଜାବରେ ପ୍ରସ୍ତୁତ ହେଇଥିବା ନୂଆ କ୍ରିକେଟ୍ ଗ୍ରାଉଣ୍ଡକୁ ନିଜର ହୋମ୍ ଗ୍ରାଉଣ୍ଡ ବାଛିଛି ପଞ୍ଜାବ କିଙ୍ଗସ୍ ।ଆଇପିଏଲ୍ ସମସ୍ତ ଟିମ୍ ନିଜ ହୋମ୍ ଗ୍ରାଉଣ୍ଡରେ ଅଧିକାଂଶ ମ୍ୟାଚ୍ ଖେଳିଥାନ୍ତି । ଯେଉଁଠି ଟିମକୁ ଫ୍ୟାନ୍ସମାନଙ୍କର ଭରପୂର ସମର୍ଥନ ମିଳିଥାଏ । ଯେମିତି ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଏମ୍ ଏ ଚିଦାମ୍ବରମ ଷ୍ଟାଡିୟମ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ୱାଙ୍ଖଡେ ଷ୍ଟାଡିୟମକୁ ନିଜର ହୋମ୍ ଗ୍ରାଉଣ୍ଡ ବାଛିଛନ୍ତି, ସେହିପରି ପଞ୍ଜାବ କିଙ୍ଗସ୍ ମଧ୍ୟ ମୋହାଲି କ୍ରିକେଟ୍ ଗ୍ରାଉଣ୍ଡକୁ ନିଜର ହୋମ୍ ଗ୍ରାଉଣ୍ଡ ଭାବେ ବାଛିଥିଲା । ହେଲେ ଚଳିତବର୍ଷଠୁ କିନ୍ତୁ ମୋହାଲି କ୍ରିକେଟ୍ ଗ୍ରାଉଣ୍ଡ ଆଉ ପଞ୍ଜାବ କିଙ୍ଗସର ହୋମ୍ ଗ୍ରାଉଣ୍ଡ ରହିବ ନାହିଁ ।

    ପଞ୍ଜାବ କିଙ୍ଗସ୍ ଟିମ୍ ମୁଲ୍ଲାମ୍ପୁର କ୍ରିକେଟ୍ ଗ୍ରାଉଣ୍ଡରେ ୨୦୨୪ ଆଇପିଏଲର ମ୍ୟାଚ୍ ଖେଳିବ । ଏଥିପାଇଁ ଷ୍ଟାଡିୟମକୁ ପ୍ରସ୍ତୁତ କରାଯାଇଛି । ତେବେ ମିଳିଥିବା ରିପୋର୍ଟ ମୁତାବକ, ଆଇପିଏଲ୍ ଫ୍ରାଞ୍ଚାଇଜଙ୍କ ଅଧିକାରୀଙ୍କ ଦ୍ୱାରା ଏହି ଷ୍ଟାଡିୟମକୁ ନିରୀକ୍ଷଣ କରାଯାଇଛି । ।ହାପରେ ଏହି ଷ୍ଟାଡିୟମରେ ମ୍ୟାଚ୍ ହେଇପାରିବ ବୋଲି ଗ୍ରୀନ୍ ସିଗନାଲ ମିଳିସାରିଛି । ତେବେ କୌଣସି କାରଣରୁ ଏଥର ପିସିଏ ଷ୍ଟାଡିୟମରେ ଆଇପିଏଲ୍ ମ୍ୟାଚ୍ ସମ୍ଭବ ହେବ ନାହିଁ । ତେଣୁ ନୂଆ ଷ୍ଟାଡିୟମରେ ଏଥର ମ୍ୟାଚ୍ ଦେଖିବାକୁ ପହଞ୍ଚିବେ ପଞ୍ଜାବ କିଙ୍ଗସ୍ ଦଳର ଫ୍ୟାନ୍ସ ।

    ଜାଣିରଖିବା ଉଚିତ୍ ଯେ, ମୁଲ୍ଲାମ୍ପୁର କ୍ରିକେଟ୍ ଗ୍ରାଉଣ୍ଡର ଦର୍ଶକ ଧାରଣ କ୍ଷମତା ୩୦ ହଜାର । ତା ସହିତ ଏଠାରେ ପାର୍କିଂର ମଧ୍ୟ ଭଲ ସୁବିଧା ରହିଛି । ଏକା ସାଙ୍ଗରେ ୧୮୦୦ କାର ଏଠାରେ ପାର୍କିଂ କରିହେବ । ତା ସହିତ ପ୍ରାକ୍ଟିସ୍ ପାଇଁ ଏଠାରେ ୧୨ଟି ପିଚକୁ ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ ଖେଳାଳିମାନଙ୍କ ପାଇଁ ଏହି ଷ୍ଟାଡିୟମରେ ରହିଛି ଉକ୍ରୃଷ୍ଟ ଧରଣର ଡ୍ରେସିଂ ରୁମ୍ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ