Sunday, July 5, 2026
24.7 C
Odisha

    ୧୪ ଡିସେମ୍ବରରେ ବଙ୍ଗୋପସାଗରରେ ଲଘୁଚାପ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆସନ୍ତା ଡିସେମ୍ବର ୧୪ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୧୪ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଏହା ଲଘୁଚାପ ରୂପ ନେବ। ୪୮ ଘଣ୍ଟାରେ ଏହା ଅବପାତ ରୂପ ନେଇ ଶ୍ରୀଲଙ୍କା ଓ ଦକ୍ଷିଣ ତାମିଲନାଡୁ ମୁହାଁ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଲଘୁଚାପର ପ୍ରଭାବରେ ଡିସେମ୍ବର ୧୧ ଏବଂ ୧୨ରେ ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆନ୍ଧ୍ରପ୍ରଦେଶ ଉପକୂଳରେ ମଧ୍ୟ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ।

    ଡିସେମ୍ବର ୧୨ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଓଡିଶାର କେତେକ ସ୍ଥାନ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଆଇଏମଡି ଏହା ମଧ୍ୟ କହିଛି ଯେ ଡିସେମ୍ବର ୧୨ ରୁ ୧୪ ମଧ୍ୟରେ କୌଣସି ବର୍ଷା ହେବ ନାହିଁ। ଏହି ସମୟ ମଧ୍ୟରେ ଶୁଖିଲା ପାଗର ସମ୍ଭାବନା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.7 ° C
    24.7 °
    24.7 °
    94 %
    3.2kmh
    100 %
    Sat
    25 °
    Sun
    24 °
    Mon
    28 °
    Tue
    30 °
    Wed
    30 °

    ସମ୍ବନ୍ଧିତ