Thursday, January 23, 2025
18.2 C
Odisha

    ଆଣ୍ଠୁଏ ପାଣିରେ ପାଚିଲା ଧାନ, ପରିବାର ଚଳିବ କେମିତି ?

    ଆଗକୁ ପଢନ୍ତୁ

    ଭଞ୍ଜନଗର: ଚିନ୍ତାରେ ପଡ଼ିଛନ୍ତି ଚାଷୀ କୂଳ । କ୍ଷେତରେ ବସି କାନ୍ଦୁଛି ଚାଷୀ । ବର୍ଷକର ଦାନାପାଣି ଏବେ ନଷ୍ଟ ହେବାକୁ ଯାଉଛି । ପିଲା-ଛୁଆ ପରିବାର କେମିତି ଚଳିବେ ସେହି ଚିନ୍ତା ଘାରିଛି ଚାଷୀଙ୍କୁ । ବହୁ ବିଳମ୍ବରେ ଫସଲ ଉଠିଆ କରିଥିଲେ । ହେଲେ ଅମଳ ସମୟରେ ଦୁଃଖ ଦେଇଛି ଅଦିନିଆ ବର୍ଷା । ପାଣିରେ ଭିଜିଯାଇଛି ପାଚିଲା ଧାନ । କିଏ ଆଣ୍ଠୁଏ ପାଣିରେ ପଶି ଧାନ କାଟୁଛି ତ କିଏ କଟା ହୋଇଥିବା ଧାନକୁ ପାଣିରୁ ଛାଣୁଛି । ପୁଣି କିଏ ପାଣିରେ ବୁଡିରହିଥିବା ପାଚିଲା ଫସଲକୁ ଦେଖି ଭାଙ୍ଗି ପଡୁଛି । ଅଦିନିଆ ବର୍ଷା ଯୋଗୁଁ ଗଂଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଅଞ୍ଚଳର ବେଲଗୁଣ୍ଠା ଓ ଜଗନ୍ନାଥ ପ୍ରସାଦ ବ୍ଳକର ଚାଷ ଓ ଚାଷୀଙ୍କର କରୁଣ ପରିସ୍ଥିତି ।

    ଶ୍ରାବଣରେ ବର୍ଷାର ଦେଖା ମିଳିଲାନି । କ୍ଷେତକୁ ଜଳ-ଧାର ଟିଏ ବି ବହିଲାନି । ଜମି ଫାଟି ଆଁ ହୋଇଗଲା । କିଛି ସ୍ଥାନରେ କେନାଲରେ ପାଣିରୁ ଜଳସେଚନ ହେଲା ଆଉ କିଛି ସ୍ଥାନରେ ମୋଟର-ପମ୍ପ ପକାଇ ଜଳ ଯୋଗାଡ଼ ହେଲା । ଅଧିକାଂଶ ସ୍ଥାନରେ ଜମି ଶୁଖିଲା ପଡ଼ିଲା । ତଥାପି ବହୁ କଷ୍ଟରେ ଧାନ ଫସଲ ଉଠିଆ କଲା ଚାଷୀ । ହେଲେ ଅମଳ ସମୟରେ ପୈାଷ ମାସର ଅଦିନିଆ ବର୍ଷା ଏବେ ଦାଉ ସାଧିବା ଆରମ୍ଭ କରିଛି । ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ପାଚିଲା-ଧାନ ସବୁ ପାଣିରେ ଭିଜିଲା । ଏବେ ପରିସ୍ଥିତି ଏମିତି ହୋଇଛି ଭିଜି ରହିଥିବା ଧାନକୁ ଜମିରୁ ଅମଳ କରିବା ଆଉ ସମ୍ଭବ ହେବନି ।

    ଯଦିଓ କୈାଣସି ମତେ ଅମଳ ହେବ କିନ୍ତୁ ତାହା ଆଉ ଖାଇବା ଯୋଗ୍ୟ ହେବନାହିଁ । ଏଣୁ ଚାଷୀକୂଳ ଏବେ ଭାଙ୍ଗି ପଡିଛନ୍ତି । ଅନ୍ୟପକ୍ଷରେ ଗ୍ରାମାଞ୍ଚଳର ଚାଷୀମାନେ ଅଭିଯୋଗ କରିଛନ୍ତି ବର୍ଷାକୁ ନେଇ ଅମଳ ସମୟରେ କିଭଳି ସତର୍କ ରହିବାକୁ ହେବ ସେନେଇ କୃଷି ବିଭାଗ ପକ୍ଷରୁ କୈାଣସି ସୂଚନା ଦିଆଗଲା ନାହିଁ । କୃଷି ବିଭାଗର ଅଧିକାରୀ ମାନଙ୍କ ଦେଖା ମିଳିଲା ନାହିଁ । ସେପଟେ ସରକାରଙ୍କ ନିର୍ଦ୍ଦେଶ ଆସିଲେ କ୍ଷୟକ୍ଷତି ବାବଦରେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଭଂଜନଗର ଉପଜିଲ୍ଲାପାଳ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.2 ° C
    18.2 °
    18.2 °
    50 %
    2.2kmh
    2 %
    Wed
    18 °
    Thu
    33 °
    Fri
    34 °
    Sat
    33 °
    Sun
    32 °

    ସମ୍ବନ୍ଧିତ