Monday, March 30, 2026
27.4 C
Odisha

    ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ନିମ୍ନମାନର ଛତୁଆ ଯୋଗାଣକୁ ନେଇ ବିଧାନସଭାରେ କେତେକ ବିଧାୟକ ଉଦବେଗ ପ୍ରକାଶ କରିଛନ୍ତି। ଏଥିଲାଗି ଗୃହରେ କାର୍ଯ୍ୟାନୁଷ୍ଠାନ ଲାଗି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି।
    ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ନିର୍ଦ୍ଦେଶ ଦେବା ସହ ନିମ୍ନମାନର ଛତୁଆ ଯୋଗାଣ କେଉଁ ଅନୁଷ୍ଠାନ କରିଛନ୍ତି, ସେ ବାବଦରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଗୃହରେ ବିବୃତି ରଖିବାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି।
    ସୂଚନାଯୋଗ୍ୟ, ଛତୁଆ ଯୋଗାଣକୁ ନେଇ ଆଜି ଗୃହରେ ସରଗରମ ଆଲୋଚନା ହୋଇଛି। କଂଗ୍ରେସ ବିଧାୟକ ତାରା ବାହିନୀପତି କହିଥିଲେ ଛତୁଆ ବଦଳରେ ଗହମ ଚିନି କେବଳ ଦିଆଯାଉଛି। ସେ ଛତୁଆକୁ ପିଲା ନୁହେଁ ଗାଈଗୋରୁ ଖାଉଛନ୍ତି। ଭଲ ଛତୁଆ ଯୋଗାଣ ପାଇଁ ଟେଣ୍ଡର ଡାକନ୍ତୁ ସରକାର। ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଥିଲେ ଯାଞ୍ଚ ପାଇଁ ସୁପରଭାଇଜର ଏବଂ ମାତୃ କମିଟି ଗଠନ ହୋଇଛି। ସେମାନେ ଯାଞ୍ଚ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ